-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
20-May-2026
ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ପଞ୍ଚାୟତ ସମିତିର ସାଧାରଣ ବୈଠକ ବ୍ଲକ ଅଧ୍ୟକ୍ଷାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଉଦ୍ୟାନ, କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ, ବନ ବିଭାଗ, ପାନୀୟ ଜଳ ଯୋଗାଣ, ପରିମଳ, ସମନ୍ଵୀତ ଶିଶୁ ବିକାଶ, ଶିକ୍ଷା, ଜଳ ସେଚନ, ବିଦ୍ୟୁତ ବିଭାଗ, ସାଧାରଣ ବଣ୍ଟନ, ସାମାଜିକ ସୁରକ୍ଷା, ମଙ୍ଗଳ ବିଭାଗ, ଉନ୍ନୟନ, ବିକଶିତ ଗାଁ ବିକଶିତ ଓଡିଶା ଯୋଜନା, ବ୍ଲକ ପଞ୍ଚାୟତ ଉନ୍ନୟନ ଯୋଜନା ଉପରେ ଆଲୋଚନା ହୋଇଥିଲା | ଏଥିରେ ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀ ମାନେ ନିଜ ନିଜ ବିଭାଗରେ ଚାଲିଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ | ଏଥିରେ ମହିଳା ଓ ଶିଶୁ ବିକାଶ ବିଭାଗରେ ଚାଲିଥିବା ସରକାରଙ୍କ ସୁଭଦ୍ରା ଯୋଜନା, ବ୍ଲକରେ ମୋଟ ୧୪୨ ଟି ଅଙ୍ଗନୱାଡି କେନ୍ଦ୍ରରୁ ୧୨୫ ଟି କେନ୍ଦ୍ରର ନିଜର ଗୃହ ରହିଥିବା ବେଳେ ୧୨ ଟି କେନ୍ଦ୍ରର ଗୃହ କାର୍ଯ୍ୟ ଚାଲିଛି ଓ ୫ ଟି ଅଙ୍ଗନୱାଡି କେନ୍ଦ୍ର ଭଡା ଘରେ ଚାଲୁଥିବା ସିଡିପିଓ ଉପସ୍ଥାପନ କରିଥିବା ବେଳେ ଡାବୁଗାଁ ବ୍ଲକରେ ୨୦୨୫-୨୬ ବର୍ଷରେ ମାତୃ ମୃତ୍ୟୁ ହାର ଶୂନ ପ୍ରତିଶତ ରହିଥିବା ସୂଚନା ଦେଇଥିଲେ | ଏଥିରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶିକ୍ଷା ବିଭାଗର ରେ ଚାଲିଥିବା ସରକାର ଙ୍କ ଯୋଜନା ଉପରେ କହିବା ସହ ଡାବୁଗାଁ ବ୍ଲକରେ ଶିକ୍ଷା ହାର ୫୯ ପ୍ରତିଶତ ରହିଛି ବୋଲି ଉପସ୍ଥାପନ କରିଥିଲେ | ଏଥିରେ ଅଞ୍ଚଳା ପଞ୍ଚାୟତ ସରପଞ୍ଚ ରମେଶ ମାଝି ଅଭିଯୋଗ କରିଥିଲେ ଯେ ମେଦନା ସରକାରୀ ଉଚ୍ଚ ବିଦ୍ୟାଳୟରେ ୯ମ ଶ୍ରେଣୀ ରେ ଅଞ୍ଚଳା ଗ୍ରାମର ପିଲା ମାନଙ୍କୁ ନାମ ଲେଖାଇବା ପାଇଁ ପ୍ରଧାନ ଶିକ୍ଷକ ଅଭିଭାବକ ମାନଙ୍କୁ ମନା କରୁଛନ୍ତି କିନ୍ତୁ ଅନ୍ୟ ବ୍ଲକର ପିଲା ମାନଙ୍କର ବିଦ୍ୟାଳୟରେ ନାମ ଲେଖାଉଛନ୍ତି ଓ ମେଦନା କ୍ଲଷ୍ଟରର ସିଆରସିସି ବିଦ୍ୟାଳୟ ସମୟରେ ଶିକ୍ଷକ ମାନେ ପାଠ ପଢାଇବା ସମୟରେ ଶିକ୍ଷକ ମାନଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟ|ଳୟକୁ ଡାକି ବିଭିନ୍ନ କାଗଜପତ୍ର କାମ କରାଉଥିବା ଅଭିଯୋଗ କରିଥିଲେ | ଏହାପରେ ସମସ୍ତ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପାନୀୟଜଳର ସମସ୍ୟା ଥିବାନେଇ ସରପଞ୍ଚ ଓ ସମିତିସଭ୍ୟ ମାନେ ଅଭିଯୋଗ କରିଥିଲେ | ଏହି ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ଜିଲା ଆଦିବାସୀ ଉନ୍ନୟନ ସଂସ୍ଥା ଓ ମୃତ୍ତିକା ସଂରକ୍ଷଣ ବିଭାଗ ଉପସ୍ଥିତ ନଥିବାରୁ ନିର୍ବାଚିତ ପ୍ରତିନିଧି ମାନେ କ୍ଷୋଭ ପ୍ରକାଶ କରିଥିଲେ | ଏନେଇ ଜିଲାପାଳ ଙ୍କୁ ଜଣାଇବା ପାଇଁ ବ୍ଲକ ଅଧ୍ୟକ୍ଷା ବିଡିଓ ଙ୍କୁ ପରାମର୍ଶ ଦେଇଥିଲେ | ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ବିଧାୟକ ମନୋହର ରନ୍ଧାରୀ, ଜିଲାପରିଷଦ ସଭ୍ୟ ଧନସିଂ ଭତ୍ରା, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ସାଂସଦ ଙ୍କ ପ୍ରତିନିଧି ଜେ. ରାଜଶେଖର ରାଓ, ବିଡିଓ ସମୀର ପାତ୍ର, ସିଡିପିଓ ମିନତୀ ଦାଶ, ଅତିରିକ୍ତ ତହସିଲଦାର ପ୍ରତାପ ଚନ୍ଦ୍ର ପୂଜାରୀ, ଗ୍ରାମପଞ୍ଚାୟତ ଉନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ସୁଭାଶିଷ ସାହୁ, ଯୋଗାଣ ନିରିକ୍ଷକ ସିପ୍ରା ସାମଲ, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଶ୍ରୀନିଗୋ ମୁର୍ମୁ, ବ୍ଲକ କୃଷି ଅଧିକାରୀ ସୁଦେଷ୍ନା ଧଳ, ସହକାରୀ ଉଦ୍ୟାନ ଅଧିକାରୀ ରବିଶଙ୍କର ପଣ୍ଡା, ଅବିଏସ ମନାଲ ପରିଡା,ଭାରପ୍ରାପ୍ତ ସହକାରୀ ମତ୍ସ୍ୟ ଅଧିକାରୀ ରାଜେଶ କୁମାର ଦାଶ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝୀ ଓ ସନ୍ତୋଷ କୁମାର ସାହୁ, ଜଟାବାଲ ବନପାଳ ଅନିତ କୁମାର ଦାଶ, ବନାଞ୍ଚଳ ଅଧିକାରୀ (କେନ୍ଦୁପତ୍ର)ସନ୍ତୋଷ କୁମାର ସୁନାନୀ, ଟିପିଏସଓଡିଏଲ ଆରପିଓ ସୂର୍ଯ୍ୟକାନ୍ତ ପାଢୀ, ଜଳ ଓ ପରିମଳ କନିଷ୍ଠଯନ୍ତ୍ରୀ ରୋହିତ କିଶାନ, ଅଗ୍ନିଶମ ମୁଖ୍ୟ ଅଗ୍ନିଯୋଧ୍ୟା ଲକ୍ଷ୍ମୀଧର ଜାନୀ ଓ ସମସ୍ତ ସରପଞ୍ଚ, ସମିତି ସଭ୍ୟସଭ୍ୟା ମାନେ ଉପସ୍ଥିତ ଥିଲେ | ଉକ୍ତ କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ପରିଚାଳନା କରିଥିଲେ |