-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
17-May-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ଓଡ଼ିଶା ସରକାର ଓ ପୋଲିସ ମହା ନିର୍ଦ୍ଦେଶକ ଙ୍କ ନିର୍ଦ୍ଦେଶ କ୍ରମେ ଓ ସୁବର୍ଣ୍ଣପୁର ଏସପି ଙ୍କ ପରାମର୍ଶ କ୍ରମେ ଆଜି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ପକ୍ଷରୁ ସୋନପୁର ଥାନା ପରିସର ରେ ବରିଷ୍ଠ ନାଗରିକ ପରିଚୟ ପତ୍ର ପ୍ରଦାନ ଉତ୍ସବ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି l ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଯାଦବ ବାଗ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକାରୀ କଲ୍ୟାଣୀ ବେହେରା ଯୋଗ ଦେଇ ବରିଷ୍ଠ ନାଗରିକ ମାନେ ଏକା ନୁହନ୍ତି ତାଙ୍କୁ ପୋଲିସ ସବୁଠି ସବୁବେଳେ ସାହାଯ୍ୟ କରିବାକୁ ସଜାଗ ରହିଛି ବୋଲି କହିଥିଲେ l ଓ ସମାଜ ସୁଧାର ପାଇଁ ପୋଲିସ କୁ ସହଯୋଗ କାମନା କରିଥିଲେ l ପ୍ରଥମ ପର୍ଯ୍ୟାୟ ରେ ସହର ର ୧୩ ଜଣ ବରିଷ୍ଠ ନାଗରିକ ଙ୍କୁ ଆଜି ପରିଚୟ ପତ୍ର ପ୍ରଦାନ କରିଥିଲେ l ଶ୍ରୀ ଯାଦବ ବାଗ ସଭା ସଂଯୋଜନା କରି ସରକାର ଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ସୁଚନା ଫର୍ଦ୍ଧ ପ୍ରଦାନ ପୂର୍ବକ ଏହାର ନୀତି ନିୟମ ଓ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରିଥିଲେ l ଓ କୌଣସି ବି ଜାଗାରେ ଅସୁବିଧା ଭୋଗିଲେ ନିର୍ଯାତିତ ହେଲେ ପୋଲିସ କୁ ତୁରନ୍ତ ସୁଚନା ଦେବାକୁ କହିଥିଲେ l "ସମାଜ ଓ ଦେଶ ଗଠନ ରେ ବରିଷ୍ଠ ନାଗରିକ ଙ୍କ ପ୍ରମୁଖ ଦାୟିତ୍ୱ ରହିଛି l ନିଜ ର ସୁବିଧା ସୁଯୋଗ ନେବା ସହିତ ସମାଜ ପାଇଁ ଦେଶ ପାଇଁ ପର୍ଯ୍ୟାପ୍ତ ସମୟ ଦେବାକୁ ପଡିବ ବୋଲି ବରିଷ୍ଠ ନାଗରିକ ତଥା ଆଇନ ଜୀବୀ ପ୍ରଦୀପ ପୁରୋହିତ କହିଥିଲେ l ଓ ବରିଷ୍ଠ ନାଗରିକ ଦେଶ ପାଇଁ ଜଣେ ଜଣେ ବୁଢ଼ା ନୁହଁନ୍ତି ସେମାନେ ଦେଶ ପାଇଁ ଲୋଡ଼ା ବୋଲି କହିଥିଲେ l ସଭାରେ ବରିଷ୍ଠ ନାଗରିକ ମାନେ ମଧ୍ୟ ନିଜ ନିଜ ର ବିଭିନ୍ନ ସମସ୍ୟା ଓ ଅନୁଭୂତି ପ୍ରକାଶ କରିଥିଲେ l ପୋଲିସ ଏସ ଆଇ ଅମିତ ବେହେରା ଧନ୍ଯବାଦ ଅର୍ପଣ କରିଥିଲେ l