-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
09-May-2026
ବଲାଙ୍ଗିର(ପ୍ରେରଣା ଖବର): ଆଜି ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା । ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ବଲାଙ୍ଗିର ଜିଲ୍ଲା ନ୍ୟାୟାଳୟ ସହିତ, ଜିଲ୍ଲାର ସମସ୍ତ ତାଲୁକସ୍ତର ଓ ତୁଷୁରା କୋର୍ଟରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ଏହି ଲୋକ ଅଦାଲତ ଜିଲ୍ଲା କୋର୍ଟ ପରିସରରେ, ଜିଲ୍ଲା ନ୍ୟାୟାଳୟର ଜିଲ୍ଲା ନ୍ୟାୟାଧୀଶ ହିରଣ୍ମୟ ବିଶୋଇଙ୍କ ଉପସ୍ଥିତିରେ ପରିଚାଳନା କରାଯାଇଥିଲା। ଏଥିର ଏଥିରେ ବିମଳ କୁମାର ଚାନ୍ଦ, ଚେୟାରମ୍ୟାନ, ପିଏଲ୍ଏ (ପିୟୁଏସ୍), ଫେମିଲି କୋର୍ଟ ର ଜଜ୍ ପ୍ରିୟବ୍ରତ ଦାଶ, ଶ୍ରୀଯୁକ୍ତ ଶଙ୍ଖ ଚକ୍ରବର୍ତୀ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ, ରେଜିଷ୍ଟାର ଲୋକନାଥ ମିଶ୍ର, ଶ୍ରୀଯୁକ୍ତ ଆଶିଷ କୁମାର ସାହୁ, ସିଭିଲ୍ ଜଜ୍ (ବରିଷ୍ଠ), ଶ୍ରୀମତୀ ବୈଶାଳୀ ନାୟକ, ସିଭିଲ୍ ଜଜ୍ (ବରିଷ୍ଠ, କମର୍ସିଆଲ୍ କୋର୍ଟ), ଶ୍ରୀମତୀ କୂନମୁନ ଆଚାରୀ, ସିଭିଲ୍ ଜଜ୍ (ବରିଷ୍ଠ, LR) ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସର୍ବମୋଟ ୯,୫୩୮ ମାମଲା ସମାଧାନ ହୋଇଥିଲା ଓ ସର୍ବମୋଟ ୧ କୋଟି ୮୧ ଲକ୍ଷ ୪୬ ହଜାର ୫୭୯ ଟଙ୍କାରେ ସମାଧାନ କରାଯାଇଥିଲା। ଉକ୍ତ ଲୋକ ଅଦାଲତକୁ ଶ୍ରୀଯୁକ୍ତ ପବିତ୍ରାନନ୍ଦ ପ୍ରଧାନ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ପରିଚାଳନା କରିଥିଲେ। ଏଥିରେ ପାରାଲିଗାଲ ସ୍ଵେଚ୍ଛାସେବୀ ମାନେ ସହଯୋଗ କରିଥିଲେ ଓ ଆଇନ-ଶୃଙ୍ଖଳା ରକ୍ଷାରେ ଜିଲ୍ଲା ପୋଲିସ ପ୍ରଶାସନ ସହଯୋଗ କରିଥିଲା।