-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
09-May-2026
ଭୁବନେଶ୍ୱର(ପ୍ରେରଣା ଖବର): ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ବୈଶାଖୀ ଉତ୍ସବ ଓ ଜାତୀୟସ୍ତରୀୟ ନୃତ୍ୟ ମହୋତ୍ସବ-୨୦୨୬ ପାଳନ କରାଯାଇ ଥିଲା। ଏହି ମହୋତ୍ସବ ରେ ବଲାଙ୍ଗିର ଜିଲ୍ଲା ବୋହୂ ଡ.ସଂଗୀତା ମିଶ୍ରଙ୍କୁ ଓଡିଶା ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି। ଡ.ମିଶ୍ର ଜଣେ ସୁଲେଖିକା, ପ୍ରବନ୍ଧିକା, କବିୟିତ୍ରୀ ହେବା ସହିତ ଜଣେ ସୁପରିଚିତ ସମାଜସେବୀ ମଧ୍ୟ। ତାଙ୍କ ଜୀବନର ମୂଳ ଲକ୍ଷ୍ୟ ହେଉଛି ସମାଜସେବା। ସେ ସମାଜସେବାରେ ବ୍ରତୀ ରହି ଅନେକ ଗୁଡିଏ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ପାଇଛନ୍ତି ଓ ଆମ ବଲାଙ୍ଗିର ମାଟି ପାଇଁ ଗୌରବ ଆଣିଛନ୍ତି। ମିଶ୍ର ଏକ ସୁନ୍ଦର ସମାଜ ଗଠନ ପାଇଁ ସ୍ବପ୍ନ ଦେଖନ୍ତି ଓ କଣ କଲେ ଏକ ସୁନ୍ଦର ସମାଜ ଗଠନ କରାଯିବ, ସେଥି ପାଇଁ ଡ. ମିଶ୍ର ତାଙ୍କର ପ୍ରଥମ ପୁସ୍ତକ 'ସ୍ବପ୍ନ ଏକ ନୂଆ ସକାଳର' ରେ ଲିପିବଦ୍ଧ କରିଛନ୍ତି।