-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ପିକେଏସ୍ ଫାଉଣ୍ଡେସନ୍ ର ବାର୍ଷିକୋତ୍ସବ♦️ ଡଃ. ମଞ୍ଜୁବାଳା ପଣ୍ଡା ଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ: ସମାଜରେ ଉଦାରବାଦୀ ଲୋକଙ୍କର ଆବଶ୍ୟକତା ରହିଛି- ଲିଙ୍ଗରାଜ

09-May-2026



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ମୁରଶୁଣ୍ଢି ମିନି ଷ୍ଟାଡିୟମ ଠାରେ ପିକେଏସ୍ ଫାଉଣ୍ଡେସନର ୨୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଦିବଂଗତ ଶିକ୍ଷକ ନେତା ପ୍ରଫୁଲ୍ଲ କୁମାର ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଠିତ ଫାଉଣ୍ଡେସନ ପକ୍ଷରୁ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ମୃତି ସଭାରେ ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ମଞ୍ଚର ସଭାପତି ନିହାଲ୍ ସିଂ(ପ୍ରେମରାଜ ନିଆଲ)ଙ୍କ ଆବାହକତ୍ୱରେ କୃଷକ ନେତା ଲିଙ୍ଗରାଜ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ। ସୋନପୁର ଜିଲ୍ଲା ତରଭା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବାନନ୍ଦ କର୍ମୀ, କୋଶଳୀ କବି ସୁଶାନ୍ତ ବାଗ, ଡଃ ସୁଶୀଲ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ। ମୁଖ୍ୟବକ୍ତା ଶ୍ରୀ ଲିଙ୍ଗରାଜ ତାଙ୍କ ବକ୍ତବ୍ୟରେ ପ୍ରଫୁଲ୍ଲ ସାହୁ ଜଣେ ଉଦାର ଓ ଆମ୍ବେଦକରବlଦୀ ବ୍ୟକ୍ତି ଥିଲେ l ଆଜିର ସମାଜରେ ଉଦାରବାଦୀ ଲୋକଙ୍କର ଆବଶ୍ୟକତା ରହିଛି ବୋଲି ଲିଙ୍ଗରାଜ କହିଥିଲେ l
ପୂଜ୍ୟପୂଜା ପରମ୍ପରା କ୍ରମେ ଡାକ୍ତର ମଞ୍ଜୁବାଳା ପଣ୍ଡାଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର, ଯୁବ ପ୍ରଶାସକ ତଥା ଭେଡେନ ଗୋଷ୍ଠୀ ଉନ୍ନୟନ ଅଧିକାରୀ କର୍ଣ୍ଣ ସୁନାଙ୍କୁ ମନୋରଞ୍ଜନ ପଧାନ ସ୍ମୃତି ସମ୍ମାନ, ଅବସରପ୍ରାପ୍ତ ଶିକ୍ଷକ ଦୁଃଖିଶ୍ୟାମ ନାଏକଙ୍କୁ ଧ୍ବଜାରାମ ସ୍ମୃତି ସମ୍ମାନ, ଭାରତୀୟ ସେନାରୁ ଅବସରପ୍ରାପ୍ତ ସୈନିକ ବନମାଳୀ ପଧାନ, ଯୁବ କବି ଅର୍ଜୁନ 

ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଯୋଗୀସର୍ଡା ସେକ୍ଟର ସୁପରଭାଇଜର ସରୋଜ କୁମାର ରଣା, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଜୟନ୍ତୀ ରାଣୀ ସେଠୀ, ମଧୁମିତା ଛତ୍ରିଆ, ପନିନା ଛତ୍ରିଆ ଙ୍କ ଉପସ୍ଥିତିରେ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ପଙ୍କଜ ଜାଲ, ଗାୟିକା ମାନସୀ, ହାସ୍ୟ ଅଭିନେତା ବିନ୍ଦୁଙ୍କ ଦ୍ଵାରା ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓବିସି ଅଧିକାର ପ୍ରବକ୍ତା ଆନନ୍ଦ ପଧାନ ମାନପତ୍ର ପାଠ କରିଥିଲେ। ଫାଉଣ୍ଡେସନର ପ୍ରତିଷ୍ଠାତା ମୃତ୍ୟୁଞ୍ଜୟ କୁମାର ସଂଯୋଜନା କରିଥିବା ବେଳେ ବଂଶୀଧର ମେମୋରିଆଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ସଚ୍ଚିଦାନନ୍ଦ ପଧାନ ଧନ୍ୟବାଦ ଦେଇଥିଲେ। ମହେନ୍ଦ୍ର ମହାକୁର, କୂଳଦୀପ ପଣ୍ଡା, ଆନନ୍ଦ ସାହୁ, ବିରେନ୍ଦ୍ର, ମହେନ୍ଦ୍ର ପ୍ରଧାନ,ସୁରେଶ ପଧାନ, ଟୁନା ସାହୁ, ସୁରଜିତ ପଣ୍ଡା  ଅନ୍ୟାସୀ ବିଶ୍ବାଲ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like