-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
06-Feb-2021
ବଲାଙ୍ଗୀର (ପ୍ରେରଣା ଖବର) : କେନ୍ଦ୍ର ସରକାରଙ୍କ ୩ଟି ନୂତନ କୃଷି ଆଇନ୍କୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି କୃଷକ ସଂଗଠନ । ବିଭିନ୍ନ ସ୍ଥାନରେ କୃଷକ ସଂଗଠନ ପକ୍ଷରୁ ଚକାଜାମ ଆନ୍ଦୋଳନ କରାଯାଉଛି । ଯାହାଫଳରେ କି ଯାତାୟତ ଠପ୍ ହୋଇଯାଇଛି ।
ବଲାଙ୍ଗୀର-ପାଟଣାଗଡ଼ ଚୁଡ଼ାପାଳି ଓ ବରଗଡ଼ ରୋଡ ସାଲେଭଟା ନିକଟରେ ଚକାଜାମ୍ କରିଛନ୍ତି ଜୟ କିଶାନ ସଂଗଠନର ଚାଷୀ । ରାସ୍ତା ବନ୍ଦ ଫଳରେ ଅଟକି ରହିଛି ଅନେକ ଗାଡ଼ି । ସେହିପରି ବଲାଙ୍ଗୀର ବୋରିଗୁମ୍ମା ଏନଏଚ ୨୬ ଜାତୀୟ ରାଜପଥ ସଇଁତଳା ନିକଟରେ ବି ଚକା ଜାମ ଆନ୍ଦୋଳନ କରିଛନ୍ତି ଚାଷୀ ସଙ୍ଗଠନ l ଆନ୍ଦୋଳନ ଲାଗି ଉଭୟ ପଟେ ଅଟକି ରହିଛି ଅନେକ ଗାଡି । ଲୋକ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।