-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
06-Feb-2021
ଟିଟିଲାଗଡ,(ପ୍ରେରଣା ଖବର): ଟିଟିଲାଗଡ ନେହେରୁ ନଗର ନିବାସୀ ଜିତେନ ପଟନାୟକ(୩୮))ନାମକ ଜଣେ ବ୍ୟକ୍ତିଙ୍କ ଟିଟିଲାଗଡ ଡାକ୍ତରଖାନାରେ ଶୋଚନୀୟ ମୃତ୍ୟୁ ଘଟିଛି । ଗତ ଶୁକ୍ରବାର ସନ୍ଧ୍ୟାରେ ତାଙ୍କୁ ସାମାନ୍ୟ ଅସୁସ୍ଥ ଲାଗିବାରୁ ତାଙ୍କ ପରିବାର ଲୋକେ ଟିଟିଲାଗଡ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଆଜି ଶନିବାର ପ୍ରାୟ ୧୧ ଟା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ସେ ଜଣେ ମେଳାପୀ ତଥା ଟିଟିଲାଗଡ ରକ୍ତଦାତା ସଂଘ ର ଉପସଭାପତି ରହି ଅନେକ ରକ୍ତଦାତା ସୃଷ୍ଟି କରିବା ସହ ନିଜେ ୧୭ଥର ରକ୍ତଦାନ କରିଛନ୍ତି । ଏ ନେଇ ଗାଡି ଡ୍ରାଇଭର ସଂଘ ସଭାପତି ମହେଶ ମହାନ୍ତି, ମରବାଡି ଯୁବାମଞ୍ଚ ସଦସ୍ୟ ତଥା ସ୍ବେଛାସେବୀ ବଜରଙ୍ଗ ଲାଲ ଜୈନ, ଯୁବ ରକ୍ତଦାତା ସଂଘ ସଭାପତି ସନ୍ତୋଷ ନାୟକଙ୍କ ସମେତ ବହୁ ସ୍ବେଚ୍ଛାସେବୀ ଡାକ୍ତରଖାନାରେ ଉପସ୍ଥିତ ଥିଲେ । ମୃତକଙ୍କ ପରିବାର ପ୍ରତି ସ୍ୱତନ୍ତ୍ର ସହାୟତା ବ୍ୟବସ୍ଥା ଗ୍ରହଣ ନିମନ୍ତେ ଦାବି ହେଉଛି ।