-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
06-Feb-2021
କୋରାପୁଟ(ପ୍ରେରଣା ଖବର) :ଚିକିତ୍ସା ଅବହେଳାରୁ ମୃତ୍ୟୁ । ଯାହାକୁ ନେଇ ମେଡିକାଲ କଲେଜ ପରିସରସରେ ଉତ୍ତେଜନା ଲାଗିରହିଛି । ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ପହଞ୍ଚି ଉତ୍ୟକ୍ତଲୋକଙ୍କୁ ବୁଝାସୁଝା କରୁଛି ।
ଖବର ଅନୁଯାୟୀ, କୋରାପୁଟ ସହରର ଜଣେ ୨୨ ବର୍ଷୀୟ ଯୁବକ ( ଅମିତ କୁମାର ଦାସ )ଙ୍କୁ କିଛି ଦିନ ହେଲା ଡେଙ୍ଗୁ ହୋଇଥିଲା । ମେଡିକାଲରେ ଗତ ୩ଦିନ ହେଲା ତାଙ୍କର ଚିକିତ୍ସା ଜାରି ରହିଛି ।ଗତକାଲି ରାତିରେ ଅମିତଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ ହୋଇଯାଇଥିଲା । କିନ୍ତୁ ମେଡିକାଲର କେହି ବି ହେଲେ ଦୃଷ୍ଟି ଦେଇନଥିଲା ।
ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏପିରିକ ମେଡିକାଲ କଲେଜ ଗେଟ୍ ସମ୍ମୁଖରେ ମୃତଦେହ ରଖି ଧାରଣା ଦେଇଛନ୍ତି । ଚିକିତ୍ସାରେ ଅବହେଳା କରିଥିବା ଡାକ୍ତର ଓ ଅନ୍ୟମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାରେ ବସିଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।