-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
06-Feb-2021
ସାଲେପୁର (ପ୍ରେରଣା ଖବର)ଦିନ ଦ୍ବିପ୍ରହରରେ ଚକମା ଦେଖାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା ସୁନା ଗହଣା । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଜପକୁଦ ଫାଣ୍ଡି ଅଂଚଳରେ । ଜପକୁଦ ବଜାରରେ ଥିବା ରାଧାମାଧବ ଜୁଏଲାରୀ ପାଖରୁ ଚୋରି ହୋଇଥିବା ଜଣାପଡ଼ିଛି । ତେବେ ଜୁଏଲାରୀ ଦୋକାନୀଙ୍କ ଗାଡ଼ି ଡିକିରୁ ଲକ୍ଷାଧିକ ଟଙ୍କାର ଗହଣା ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ।ପାଖାପାଖି ୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଅଳଙ୍କାର ଚୋରି ହୋଇଥିବା ଦୋକାନୀ ମାଲିକ ଧନଞ୍ଜୟ ବେହୁରା ଜପକୁଦ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ୩ଜଣ ଯୁବକ ଏକ ବାଇକରେ ଆସି ଦୋକାନ ପାଖରେ ଅଟକିଥିଲେ । ସୁନା ଦୋକାନୀ ନିଜର ଗାଡି ରଖି ଦୋକାନ ଖୋଲିବା ସମୟରେ ତାଙ୍କ ବାଇକ ଡିକିରୁ ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ । ଯାହାର ସିସିଟିଭି ଦୃଶ୍ୟ ଦେଖିବାକୁ ମିଳିଛି। ଏନେଇ ଜପକୁଦ ଫାଣ୍ଡି ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛି।