-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
06-Feb-2021
କଟକ(ଦୀପକ କୁମାର ଷଡଙ୍ଗୀ) :କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅଂଚଳରେ ଥିବା ୩ଟି ହାଇସ୍କୁଲରେ ଆଜି ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଛି l
ଭଗବତୀ ବିଦ୍ୟାପୀଠ ଶୁକ୍ଲେସ୍ୱରରେ (154), ଆଚାର୍ଯ୍ୟ ପ୍ୟାରୀମୋହନ ଵିଦ୍ୟା ନିକେତନ ପଶୁଲୁଣ୍ଡାରେ (127),ଏବଂ ନନ୍ଦ କିଶୋର ବିଦ୍ୟାମନ୍ଦିର କୁସୁପୁର ପରୀକ୍ଷା କେନ୍ଦ୍ରରେ(147) ବିଦ୍ୟାର୍ଥୀ ଏହି ପରୀକ୍ଷା ଦେଇଛନ୍ତି l
ସମୁଦାୟ 464 ରୁ 428 ପିଲା ପରୀକ୍ଷା ଦେଇଛନ୍ତି l
ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ଓଡିଶା ତତ୍ୱାବଧାନରେ ଷଷ୍ଠ ଏବଂ ନବମ ଶ୍ରେଣୀର ପିଲାମାନେ ଏହି ମେଧାବୃତ୍ତି ପରୀକ୍ଷା ଦେଉଥିବା ଜଣାପଡିଛି l ପରୀକ୍ଷାକେନ୍ଦ୍ର ଗୁଡିକରେ କୋଭିଡ କଟକଣା ଭିତରେ ପରୀକ୍ଷା ସମ୍ପନ୍ନ ହୋଇଛି l