-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
30-Mar-2026
ସିନାପାଲି,(ଚିନ୍ତାମଣି ନେତାମ):
ନୂଆପଡା ଜିଲ୍ଲାର ସିନାପାଲି ବ୍ଲକ ସଦର ମହକୁମା ଅନ୍ତର୍ଗତ ସରକାରୀ ଡାକ ବଙ୍ଗଳା ପରିସରରେ ସିନାପାଲି ବ୍ଲକ ଯାଦବ ସମାଜ ଓ ଯୁବ ଯାଦବ ସମାଜ ପକ୍ଷରୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଓ ଉତ୍କଳ ଯାଦବ ମହାସଭାର ମହାସଚିବ ଶ୍ରୀ ଲକ୍ଷ୍ମଣ ବାଗଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଏହି ଅବସରରେ ନୂଆପଡାର ଯୁବ ବିଧାୟକ ଶ୍ରୀ ଜୟ ଢୋଲକିଆ ଏବଂ ଖଡ଼ିଆଳର ପୂର୍ବତନ ବିଧାୟକ ଶ୍ରୀ ହିତେଶ କୁମାର ବଗର୍ତ୍ତୀଙ୍କୁ ମଧ୍ୟ ସଂଗଠନ ପକ୍ଷରୁ ହୃଦୟଙ୍ଗମ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ଉପରୋକ୍ତ ଅତିଥିମାନେ ସିନାପାଲି ଅଞ୍ଚଳର ଗୌରବମୟ ଲୋକପର୍ବ **“ଉଦନ୍ତୀ ମହୋତ୍ସବ”**ରେ ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ସେମାନେ ସିନାପାଲି ମାଟିର ବନ୍ଧୁତ୍ୱ, ସ୍ନେହ, ଶ୍ରଦ୍ଧା ଓ ଆତିଥ୍ୟକୁ ଚିରସ୍ମରଣୀୟ ବୋଲି ମତ ବ୍ୟକ୍ତ କରିଥିଲେ। ସେହିସହିତ ଅଞ୍ଚଳର ସାମୁହିକ ଉନ୍ନତି ପାଇଁ ବିଧାନସଭାରେ ସ୍ୱର ଉଠାଇବେ ବୋଲି ଆଶ୍ୱାସନ ଦେଇଥିଲେ।
ଏହି ସ୍ୱାଗତସମ୍ବର୍ଦ୍ଧନା ଆୟୋଜନରେ ସିନାପାଲି ବ୍ଲକ ଯୁବ ଯାଦବ ସମାଜର ସଭାପତି ଶ୍ରୀ ଗଣେଶ ପୋଡ଼ ଓ ବ୍ଲକ ଯାଦବ ସମାଜର ସଭାପତି ଶ୍ରୀ ଲିଙ୍ଗରାଜ ଘିଭେଲା ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ନୂଆପଡା ଜିଲ୍ଲା ଯାଦବ ସମାଜର କାର୍ଯ୍ୟକାରୀ ସଭାପତି ଶ୍ରୀ ସତ୍ୟବ୍ରତ ଗହିରଙ୍କ ମାର୍ଗଦର୍ଶନରେ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ରାମଚନ୍ଦ୍ର କଟା,ଶ୍ରୀ ରିଖିରାମ ବାଗ, ଶ୍ରୀ ମିଥୁନ ବାଗ, ଲକ୍ଷ୍ମଣ ପୋଡ଼, ଜଗଦୀଶ ନାଗ, ପିତାମ୍ବର ନାଗ, ଦିବାକର ସଗଡ଼ିଆ, ଲକ୍ଷ୍ମଣ ଘିଭେଲା, ସୁରେଶ ବାଗ, ମାଧବ ଜାଲ, ରମେଶ କଟା, ଅନିରୁଦ୍ଧ ନାଗ, ବେଦବ୍ୟାସ ବାଗ, ଲକ୍ଷ୍ମୀ ହଂସ, ଲମ୍ବୋଦର ଗହୀର, ଗଜମନ ନିଆଲ ସହିତ ଶତାଧିକ ଯାଦବ ବନ୍ଧୁମାନେ ଉପସ୍ଥିତ ଥିଲେ।