-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
29-Mar-2026
ଡୁଙ୍ଗୁରିପାଲି ବ୍ଲକ ଏସ.ରାମପୁର ଓକିଲ ସଂଘ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି | ଚଳିତ ମାସ ୭ ତାରିଖରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ରାମପୁର ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ କେଵଳ ଉପ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା | ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ରାମପୁର ଓକିଲ ସଙ୍ଘର ସଭାପତି, ସମ୍ପାଦକ, ସହସମ୍ପାଦକ ଏବଂ ଗ୍ରନ୍ଥଗାରିକ ପଦବୀରେ ସର୍ବସମ୍ମତି କ୍ରମେ ପ୍ରାଥୀ ମନୋନୀତ ହୋଇଥିବା ବେଳେ ଆଜି କେଵଳ ଉପସଭାପତି ପଦ ପଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା | ଓକିଲ ପ୍ରଫୁଲ୍ଲ ମେହେର ଏବଂ ଓକିଲ ମନୋଜ ପଣ୍ଡାଙ୍କ ମଧ୍ୟରେ ଉପସଭାପତି ପଦ ପାଇଁ ପ୍ରତିଦ୍ବନ୍ଦିତା ହୋଇଥିବା ବେଳେ ପ୍ରଫୁଲ୍ଲ ମେହେର ବିଜୟୀ ହୋଇଥିଲେ | ତେବେ ପୂର୍ବରୁ ସଭାପତି ପଦ ପାଇଁ ରାମପୁର ଓକିଲ ସଂଘର
ବରିଷ୍ଠ ଓକିଲ ତଥା ପୂର୍ବତନ ପ୍ରତିଷ୍ଠାତା ସଭାପତି ଶ୍ରୀ ଆନନ୍ଦ କୁମାର ପାଢ଼ୀ, ସମ୍ପାଦଜ ପଦ ପାଇଁ ଓକିଲ ନାରାୟଣ ଭୋଇ, ସହ ସମ୍ପାଦକ ପଦ ପାଇଁ ଓକିଲ ପ୍ରତାପ ଭୋଇ ଏବଂ ଗ୍ରନ୍ଥଗାରିକ ପଦ ପାଇଁ ଚକ୍ରଧର ମିଶ୍ରଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରଯାଇଥିବା ସୂଚନା ମିଳିଛି | ନିର୍ବାଚନ ଅଧିକରୀ ଭାବେ ଓକିଲ ଶ୍ରବଣ କୁମାର ପଧାନ ଏବଂ ଶାନ୍ତନୁ ପଧାନ ଦାୟିତ୍ୱ ନିର୍ବାହ କରିଥିବାବେଳେ ବାର କର୍ମଚାରୀ ଲବ ବାଘ ସହଯୋଗ କରିଥିଲେ।