-+91-9937148622 |
prerana_bgr@rediffmail.com |
Wednesday 22nd July 2026 |
R.N.I. Regd No. ODIODI/2010/46693
Breaking News
16-Mar-2026
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ଖଡିଆଳ ପଞ୍ଚାୟତ ସମିତି ପରିସର ମଧ୍ୟରେ ଜିଲ୍ଲାପାଳ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି। ବିଭାଗୀୟ ଅଧିକାରୀ ମାନେ ନିଶ୍ଚିତ ରୂପେ ଅଭିଯୋଗ ଶୁଣାଣି ଶିବିର ରେ ଯୋଗଦାନ କରିବା ବାଧ୍ୟତାମୂଳକ କରିଥିବା ବେଳେ ସହକାରୀ ଅଧିକାରୀଙ୍କ ଯୋଗଦାନ ସ୍ଵୀକୃତି ପରେ ଯୋଗଦାନ ପାଇଁ ଆହ୍ବାନ କରିଥିଲେ। ଜନସାଧାରଣ ଙ୍କ ଅନେକ ଆସ୍ଥା ଓ ବିଶ୍ୱାସ ନେଇ ଜିଲ୍ଲାପାଳ ଙ୍କ ଅଭିଯୋଗ ଶିବିର ରେ ଯୋଗଦାନ କରୁଥିବା ବେଳେ ତାଙ୍କ ପାଇଁ ଆମ ସହଯୋଗ ଏକାନ୍ତ କାମ୍ୟ ବୋଲି ଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରକାଶ କରିଥିଲେ। ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇ ଆବଶ୍ୟକ ଅଭିଯୋଗ ଶୁଣାଣି କରି ବିହିତ ପଦକ୍ଷେପ ପାଇଁ ନିର୍ଦ୍ଧେଶ ଦେଇଥିଲେ।