-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||     

HOME   ଜିଲ୍ଲା

ନୂଆଦିଲ୍ଲୀ ର ଓଡ଼ିଶା ପର୍ବରେ ଯୋଗ ଦେଲେ ଓଡ଼ିଶା ରାଜ୍ୟପାଳ

16-Mar-2026



ଭୁବନେଶ୍ୱର(ପ୍ରେରଣା ଖବର): ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ରବିବାର ଦିନ ନୂଆଦିଲ୍ଲୀଠାରେ ଆୟୋଜିତ ଓଡ଼ିଶା ପର୍ବ–୨୦୨୬ରେ ଯୋଗଦେଇ ଓଡ଼ିଶା ୨୦୩୬ ମସିହାରେ ରାଜ୍ୟ ଗଠନର ଶତବାର୍ଷିକୀ ପୂର୍ତ୍ତି ଆଡ଼କୁ ଗତି କରୁଥିବା ବେଳେ ସମୃଦ୍ଧ, ସମାବେଶୀ ଓ ଅଗ୍ରଗାମୀ ବିକଶିତ ଓଡ଼ିଶା ଗଢ଼ିବା ପାଇଁ ସାମୁହିକ ସଂକଳ୍ପ ନେବାକୁ ଆହ୍ୱାନ ଜଣାଇଛନ୍ତି।

ଏହି ଅବସରରେ ରାଜ୍ୟପାଳ କହିଥିଲେ ଯେ ୨୦୩୬ ବର୍ଷ କେବଳ ଓଡ଼ିଶାର ଐତିହାସିକ ଯାତ୍ରାର ଏକ ମହତ୍ୱପୂର୍ଣ୍ଣ ଅଧ୍ୟାୟ‌ ନୁହେଁ ବରଂ ରାଜ୍ୟର ଉପଲବ୍ଧିଗୁଡ଼ିକୁ ସ୍ମରଣ କରି ଏହାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ ରଖି ଆହୁରି ଶକ୍ତିଶାଳୀ ଓ ବିକଶିତ ଓଡ଼ିଶା ଗଢ଼ିବା ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାମ କରିବାର ସୁଯୋଗ ମଧ୍ୟ ହେବ।

ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ ନୂଆଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବରେ ଯୋଗଦେବା ତାଙ୍କ ପାଇଁ ଅତ୍ୟନ୍ତ ଆନନ୍ଦ ଓ ଗୌରବର ବିଷୟ। ଏହି ପର୍ବ ନୂଆଦିଲ୍ଲୀରେ ଓଡ଼ିଶାର ଆତ୍ମା, ଚେତନା ଓ ସାଂସ୍କୃତିକ ସମୃଦ୍ଧିକୁ ପ୍ରଦର୍ଶନ କରିବାର ଏକ ପ୍ରକୃଷ୍ଟ ମଞ୍ଚ ଭାବେ ପରିଣତ ହୋଇଛି। ବର୍ଷ ବର୍ଷ ଧରି ଏହି ଉତ୍ସବ ଏକ ଅନନ୍ୟ ଆୟୋଜନରେ ପରିଣତ ହୋଇଛି ଯେଉଁଥିରେ କଳା, ସଂସ୍କୃତି, ଐତିହ୍ୟ, ଉଦ୍ୟମିତା ଓ ବିଶ୍ଵବ୍ୟାପୀ ରହୁଥିବା ଓଡ଼ିଆମାନଙ୍କର ସାମୂହିକ ପରିଚୟ ଏକତ୍ର ହୋଇଥାଏ ବୋଲି ରାଜ୍ୟପାଳ ମତପ୍ରକାଶ କରିଥିଲେ।

ଚଳିତ ବର୍ଷର ବିଷୟବସ୍ତୁ “ସଂସ୍କୃତି ଓ ପ୍ରକୃତି” ବିଷୟରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ଏହା ଓଡ଼ିଶାର ଅନନ୍ୟ ଚରିତ୍ରକୁ ସୁନ୍ଦର ଭାବେ ପ୍ରତିଫଳିତ କରିପାରିଛି ଯେଉଁଠାରେ ସଂସ୍କୃତି ଓ ପ୍ରକୃତିର ସମନ୍ୱୟ ଘଟିଛି। ହସ୍ତଶିଳ୍ପ ଓ ହସ୍ତତନ୍ତ୍ର ପ୍ରଦର୍ଶନୀ, ଶାସ୍ତ୍ରୀୟ ଓ ଲୋକନୃତ୍ୟ ପ୍ରଦର୍ଶନ, ପାରମ୍ପରିକ ସଙ୍ଗୀତ, ଖାଦ୍ୟ ପରମ୍ପରା ଏବଂ ବୁଦ୍ଧିଜୀବୀ ଆଲୋଚନା ମାଧ୍ୟମରେ ଏହି ପର୍ବ ଦର୍ଶକମାନଙ୍କୁ ଓଡ଼ିଶାର ଜୀବନ୍ତ ଜୀବନଧାରା ଓ ସମୃଦ୍ଧ ଐତିହ୍ୟର ଏକ ଦୃଶ୍ୟ ପ୍ରଦାନ କରିପାରିଛି।

ନୂଆଦିଲ୍ଲୀର ଓଡ଼ିଆ ସମାଜକୁ ଏହି ଉତ୍ସବର ସଫଳ ଆୟୋଜନ ପାଇଁ ରାଜ୍ୟପାଳ ଅଭିନନ୍ଦନ ଜଣାଇବା ସହିତ ଜାତୀୟ ଓ ବିଶ୍ୱସ୍ତରରେ ଓଡ଼ିଆ ସଂସ୍କୃତି, ଐତିହ୍ୟ ଓ ପରିଚୟକୁ ପ୍ରଚାର ପ୍ରସାର କରିବାରେ ଅନୁଷ୍ଠାନର ସମର୍ପିତ ପ୍ରୟାସକୁ ପ୍ରଶଂସା କରିଥିଲେ।

ଓଡ଼ିଶାର ସମୃଦ୍ଧ ସଭ୍ୟତାଗତ ଐତିହ୍ୟକୁ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ରାଜ୍ୟର ପରିଚୟ ମହାପ୍ରଭୁ ଜଗନ୍ନାଥଙ୍କଠାରେ ଗଭୀର ଭାବେ ନିହିତ ଯାହା ସମାନତା, ସମାଵେଶୀ ଓ ବିଶ୍ୱଭ୍ରାତୃତ୍ୱର ସନ୍ଦେଶ ଦେଇ ପିଢ଼ୀ ପରେ ପିଢ଼ୀକୁ ପ୍ରେରିତ କରିଆସିଛି।

ରାଜ୍ୟର ବୌଦ୍ଧିକ ଓ ସାଂସ୍କୃତିକ ପରିସରକୁ ଗଢ଼ି ତୋଳିବାରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଫକିର ମୋହନ ସେନାପତି ଓ ଗଙ୍ଗାଧର ମେହେରଙ୍କ ପରି ପ୍ରସିଦ୍ଧ ବ୍ୟକ୍ତିତ୍ୱମାନଙ୍କର ଅମୂଲ୍ୟ ଅବଦାନକୁ ରାଜ୍ୟପାଳ ନିଜ ଉଦବୋଧନରେ ଅବତାରଣା କରିଥିଲେ।

ଏତତବ୍ୟତୀତ ଓଡ଼ିଶା ନିଜ ଐତିହ୍ୟକୁ ସୁରକ୍ଷିତ ରଖିବା ସହିତ ଶିକ୍ଷା, ନବସୃଜନ ଓ ଆର୍ଥିକ ସୁଯୋଗର ଏକ କେନ୍ଦ୍ର ଭାବେ ଅଗ୍ରସର ହେଉଛି ଏବଂ ଭାରତର ପ୍ରଗତି ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବାର ଅପାର ସମ୍ଭାବନା ରଖିଛି ବୋଲି ରାଜ୍ୟପାଳ କହିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   20-Sep-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ   20-Sep-2026
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026

You Might Also Like