-+91-9937148622 |

prerana_bgr@rediffmail.com |

  Saturday 8th August 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   (08-Aug-2026)       ||      ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୂତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ   (08-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲର ଉଦ୍‌ଘାଟନି ଉତ୍ସବ   (08-Aug-2026)       ||      ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀ ରାମେନ ଡେକାଙ୍କ ସମ୍ବଲପୁର ଗସ୍ତ: ମା’ ସମଲେଶ୍ୱରୀ ମନ୍ଦିର , ହୁମା ମନ୍ଦିର ଓ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ପରିଦର୍ଶନ କରିଲେ ରାଜ୍ୟପାଳ    (08-Aug-2026)       ||      ଧର୍ମପରାୟଣା ମହିଳା କ୍ଷିତିସୂତା ମିଶ୍ରଙ୍କ ପରଲୋକ;ଶୋକରେ ଯୋଗୀସର୍ଡ଼ା ଗ୍ରାମ    (07-Aug-2026)       ||      ହାତୀ ଆକ୍ରମଣରେ ଘର ସମ୍ପୂର୍ଣ୍ଣ ଧ୍ୱଂସ; ଆହତ ଆଦିବାସୀ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (07-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ପାଇଁ ଏକାଠି ହେଲା ଓଷ୍ଟା;ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକ ପତ୍ର    (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ    (07-Aug-2026)       ||      "ଇନୋଭେସନ୍ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା–୨୦୨୬"   (07-Aug-2026)       ||      ବର୍ଷାରେ ଭାଙ୍ଗିଲା ଘର ଅଳ୍ପେକ ବର୍ତିଲେ ବୃଦ୍ଧ ଦମ୍ପତି   (07-Aug-2026)       ||      ବନ୍ୟାକ୍ଷୟକ୍ଷତିର ଆକଳନ,ଚାଷୀଙ୍କୁ ସଠିକ ଦରରେ ସାରଯୋଗାଣ ନେଇ ପ୍ରଶାସନକୁ କାଳିକେଶଙ୍କ ନିର୍ଦ୍ଦେଶ   (07-Aug-2026)       ||      ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   (07-Aug-2026)       ||      ବରପାଲି ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା   (07-Aug-2026)       ||      *ସୁବର୍ଣ୍ଣପୁର ଗସ୍ତରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ୍*- *ଏସ ଆଇ ଆର୍ ଉପରେ କଲେ ସମୀକ୍ଷା*-   (07-Aug-2026)       ||      ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   (07-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   (07-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   (07-Aug-2026)       ||      ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||      ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   (07-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||     

HOME   ଜିଲ୍ଲା

ଡାକ୍ତର ଛୁଟିରେ,ଫାର୍ମାଶିଷ୍ଟଙ୍କ ଅନ୍ୟତ୍ର ବଦଳି,ମହାଦେବପାଲି ଡାକ୍ତରଖାନାରେ ସ୍ବାସ୍ଥ୍ୟ ସେବା ବେହାଲ

13-Mar-2026



ବିନିକା(ହିମାଂଶୁ ପୁଟେଲ )ସ୍ବାସ୍ଥ୍ୟ ଅମୂଲ୍ୟ ସମ୍ପଦ ।ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପର୍ଯ୍ୟାପ୍ତ ପରିମାଣର ଅର୍ଥ ଯୋଗାଇଦେବା ସହ ସ୍ବାସ୍ଥ୍ୟ ବୀମା କାର୍ଡ ପ୍ରଚଳନ କରିଛନ୍ତି । ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ   ଦେବା ନିମନ୍ତେ ଏବଂ ମାନବ ଜାତିର ମୂଲ୍ୟବାନ ଜୀବନ ରକ୍ଷା ପାଇଁ ଡାକ୍ତରଖାନା ମାନଙ୍କୁ ଷ୍ଟାଫ ନିଯୁକ୍ତି କରି ତାଙ୍କ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି । ହେଲେ କେଉଁ ଡାକ୍ତରଖାନାରେ କିପରି ସେବା ଲୋକଙ୍କୁ ମିଳୁଛି ତାହା ଠିକ ଭାବେ ତର୍ଜମା କରା ଯାଉ ନଥିବାରୁ ଲୋକେ ଉତ୍ତମ ଚିକିତ୍ସା ସେବାରୁ ବଞ୍ଚିତ ହେବାସହ କିଏ ଖର୍ଚ୍ଚନ୍ତାରେ ପଡୁଛି ତ ଆଉ କିଏ ଜୀବନ ହାରୁଛି । ଦୀର୍ଘ ଦିନ ଧରି ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ପରେ ନିକଟ ଅତୀତରେ  ମହାଦେବପାଲି ସରକାରୀ ଡାକ୍ତରଖାନାରେ ଡାକ୍ତର ସର୍ବଜୀତ ମହାପାତ୍ର ଯୋଗ ଦିଅନ୍ତି । ଉପଯୁକ୍ତ ଚିକିତ୍ସା ସେବା ପାଇଁ ଲୋକଙ୍କ ବିଶ୍ୱାସ ଓ ଭରସା ପୁଣି ଥରେ ମହାଦେବପାଲି ଡାକ୍ତରଖାନା ବଜାୟ ରଖେ। ଦୈନନ୍ଦିନ ରୋଗୀ ସଂଖ୍ୟା ବୃଦ୍ଧି ପାଏ। କିନ୍ତୁ  ପରିତାପର  ବିଷୟ ବିଭାଗୀୟ ଅଧିକାରୀଙ୍କ ବୈମାତୃକ ମନୋଭାବ ରୋଗି ସେବାରେ ବାଧା ଦିଏ । ଏପରିକି  ଆଜି ଶୁକ୍ରବାର ଡାକ୍ତର ଛୁଟିରେ ଥିବାରୁ  ରୋଗି ଚିକିତ୍ସା ସେବା ସଂପୁର୍ଣ୍ଣ ଠପ୍ ହୋଇଥିଲା। ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସି ବହୁ ସମୟ ଅପେକ୍ଷା କରି ନିରାଶ ହୋଇ ଫେରିଯାଇଥିଲେ । ଉପରିସ୍ଥ  ଅଧିକାରୀଙ୍କ ଅବହେଳା ଡାକ୍ତର ପ୍ରତିବଦଳରେ ଅନ୍ୟ ଡାକ୍ତର ପଠାଇବାକୁ ଭୂଲି ଗଲେ ।  ୬ଶଯ୍ଯା ବିଶିଷ୍ଟ  ଡ଼ାକ୍ତରଖାନା କେବଳ ଜଣେ ଡାକ୍ତର କିଛି ଆଟେଣ୍ଡାଟ , ସୁଇପର ଏବଂ ସିକ୍ଯୁରିଟିକୁ ନେଇ ଚଳାଇବା  କଷ୍ଟକର  ବିଷୟ । ତେଣୁ ସାଧାରଣରେ  ଦାବୀ ହୁଏ ଯେ ଡାକ୍ତରଖାନାର ସମସ୍ତ ପଦବୀ ପୁର୍ଣ୍ଣ କରିବା ସହ ଆବଶ୍ୟକୀୟ ବିଧି ବ୍ୟବସ୍ଥାକୁ ସୁଧାର କରାଯାଉ ।  ଆଜି ସକାଳୁ ଡାକ୍ତର  ଅନୁପସ୍ଥିତିରେ  ବହୁ ସଂଖ୍ୟାରେ ରୋଗୀ ଡ଼ାକ୍ତରଖାନାରୁ ନିରାଶ ହୋଇ ଫେରିଛନ୍ତି, ଅନ୍ୟ ଡାକ୍ତର ଡେପୁଟେସନରେ ଦେବା ବଦଳରେ ଏଠାରେ ନିଯୁକ୍ତ ଷ୍ଟାଫ୍ ସବୁ ଅନ୍ୟତ୍ର କାମକରୁଛନ୍ତି । ଏପରିକି  ଫାର୍ମାସିଷ୍ଟ ମଧ୍ୟ ଡାକ୍ତରଖାନାରେ  ନାହିଁ । ଉପରିସ୍ଥ ଅଧିକାରୀଙ୍କ ବୈମାତୃକ ମନୋଭାବ ଜଳ ଜଳ ଦିଶୁଛି ଏବଂ ଜନ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଉଛି । ସବୁ ପରେ ପ୍ରଶାସନିକ ଅଧିକାରୀମାନେ ଅତି ଶୀଘ୍ର ଡାକ୍ତରଖାନାରେ ରହିଥିବା ସମସ୍ୟାର ସମାଧାନ କଲେ ଜନସାଧାରଣ ଉପକୃତ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।


News Comment




Photo in News

Advertisment
Lastest News
କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   08-Aug-2026
  ଜିଲ୍ଲା  
ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୂତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ   08-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲର ଉଦ୍‌ଘାଟନି ଉତ୍ସବ   08-Aug-2026
  ଜିଲ୍ଲା  
ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀ ରାମେନ ଡେକାଙ୍କ ସମ୍ବଲପୁର ଗସ୍ତ: ମା’ ସମଲେଶ୍ୱରୀ ମନ୍ଦିର , ହୁମା ମନ୍ଦିର ଓ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ପରିଦର୍ଶନ କରିଲେ ରାଜ୍ୟପାଳ   08-Aug-2026
  ଜିଲ୍ଲା  
ଧର୍ମପରାୟଣା ମହିଳା କ୍ଷିତିସୂତା ମିଶ୍ରଙ୍କ ପରଲୋକ;ଶୋକରେ ଯୋଗୀସର୍ଡ଼ା ଗ୍ରାମ   07-Aug-2026
  ଜିଲ୍ଲା  
ହାତୀ ଆକ୍ରମଣରେ ଘର ସମ୍ପୂର୍ଣ୍ଣ ଧ୍ୱଂସ; ଆହତ ଆଦିବାସୀ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   07-Aug-2026
  ଜିଲ୍ଲା  
ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ପାଇଁ ଏକାଠି ହେଲା ଓଷ୍ଟା;ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକ ପତ୍ର   07-Aug-2026
  ରାଜ୍ୟ  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ   07-Aug-2026
  ଜିଲ୍ଲା  
"ଇନୋଭେସନ୍ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା–୨୦୨୬"   07-Aug-2026
  ଜିଲ୍ଲା  
ବର୍ଷାରେ ଭାଙ୍ଗିଲା ଘର ଅଳ୍ପେକ ବର୍ତିଲେ ବୃଦ୍ଧ ଦମ୍ପତି   07-Aug-2026
  ଜିଲ୍ଲା  
ବନ୍ୟାକ୍ଷୟକ୍ଷତିର ଆକଳନ,ଚାଷୀଙ୍କୁ ସଠିକ ଦରରେ ସାରଯୋଗାଣ ନେଇ ପ୍ରଶାସନକୁ କାଳିକେଶଙ୍କ ନିର୍ଦ୍ଦେଶ   07-Aug-2026
  ଜିଲ୍ଲା  
ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   07-Aug-2026

You Might Also Like