-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
08-Feb-2026
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର,) ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କାୟା କଳ୍ପ ଟିମ ଶନିବାର ଗସ୍ତ କରିଛନ୍ତି | ଏହି ଟିମରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସହକାରୀ ଉପନିର୍ଦ୍ଦେଶକ ଡା. ସମ୍ବିତ କୁମାର ବେହେରା, ପରାମର୍ଶଦାତା ଏଏଚ ଚନ୍ଦନେଶ ମିଶ୍ର, ଜେଏଚପିଆଇଇଜିଓ ବରିଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ନୀଲୋଫର ବେଗମ ପ୍ରମୁଖ ଗସ୍ତ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବର୍ହି ବିଭାଗ, ଅନ୍ତଃ ବିଭାଗ, ପ୍ରସୂତି କକ୍ଷ, ପରିବେଶ, ପରିଚ୍ଛନତା, ପରୀକ୍ଷାଗାର, ବର୍ଯ୍ୟବସ୍ତୁ ପରିଚାଳନା, ରୋଗୀ ସେବା, ସ୍ୱାସ୍ଥ୍ୟ କେନ୍ଦ୍ର ଚର୍ତୁପାର୍ଶ୍ଵ ପରିଚ୍ଛନତା ପରିଦର୍ଶନ କରିବା ସହ ଜାତୀୟ ସ୍ୱାସ୍ଥ୍ୟ ମିଶନର ବିଭିନ୍ନ ରେକର୍ଡ ଯାଞ୍ଚ କରିଥିଲେ | ଏହି ପରିଦର୍ଶନ ସମୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ସୁଭାଶିଷ ସାହୁ, ଡା. ପ୍ରଣବ ସ୍ଵର୍ଣ୍ଣକାରଙ୍କ ସମେତ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ସ୍ୱାସ୍ଥ୍ୟ ସେବିକା ଓ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।