-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ଜିଲ୍ଲା

ଡୁଙ୍ଗୁରୀ ପାଲି ବ୍ଲକ ରେ ନୂତନ ବି ଡି ଓ ସଞ୍ଜୀବ କୁମାର ସାହୁ ଙ୍କ ଯୋଗଦାନ

08-Feb-2026



ସୋନପୁର (ମନୋରଞ୍ଜନ ତ୍ରିପାଠୀ)
 ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକରେ ନୂତନ ବିଡିଓ ଭାବେ ଯୋଗ ଦେଲେ ଶ୍ରୀ ସଞ୍ଜୀବ କୁମାର ସାହୁ । ୨୦୨୫ ବର୍ଷରେ ସୋନପୁର ବ୍ଲକରେ ବିଡିଓ ଭାବେ ଦାୟିତ୍ଵ ଗ୍ରହଣ କରି କିଛି ମାସ ଏ ବ୍ଲକର ବହୁ ଉନ୍ନୟନ ମୂଳକ କାର୍ଯ୍ଯ ପାଇଁ ସେ ଖୁବ ପ୍ରଶଂସା ପାଇଥିବା ବେଳେ କଳାପଥର ବଡ଼ବନ୍ଧ ର ଜଟିଳ ସମସ୍ୟାର ସମାଧାନ କରି ଅଞ୍ଚଳବାସୀ ଉପକୃତ ହେବା ଘଟଣା ଓ ଜିଲ୍ଲା ପ୍ରଶାସନ ସହ ବେସାହାରା ତରାସ ମାଉସୀ ପାଇଁ ଘର ଯୋଗାଇବାରେ ତାଙ୍କ ଉଲ୍ଲେଖନୀୟ ଅବଦାନ ଥିଲା । ଯେଉଁ ବଡ ବନ୍ଧ ସମସ୍ୟା ପାଇଁ କି ଗାଁ ଲୋକେ ସୋନପୁର ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥକୁ ଅବରୋଧ କଲା ପରେ ଜିଲ୍ଲାପାଳ ଏବଂ ଏସପି ଙ୍କୁ ଲୋକଙ୍କ ସମ୍ମୁଖୀନ ହେବାକୁ ପଡ଼ିଥିଲା l ପୁଣି ସେ ସମସ୍ତଙ୍କୁ ଫିଟ୍ ରହିବା ପାଇଁ ସଚେତନତା ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ କୁ ସାଇକେଲ ରେ ଯିବା ସହ ପ୍ରଶଂସା ସାଉଁଟି ଥିଲେ। ଶ୍ରୀ ସାହୁ ଡୁଙ୍ଗୁରିପାଲିରେ ଯୋଗ ଦେବା ପରେ ସ୍ଥାନୀୟ ରେଲୱେ ଷ୍ଟେସନ ରେ ଦୀର୍ଘ ବର୍ଷ ରୁ ଜମି ଥିବା ଅଳିଆ ଆବର୍ଜ୍ଜନା କୁ ପ୍ରଥମେ ସାମୁହିକ ଭାବରେ ସଫେଇ ଅଭିଯାନ କରି ସହରର ପରିବେଶକୁ ସ୍ବଚ୍ଛ ସୁନ୍ଦର ରଖିବାକୁ ସହରବାସୀ ଙ୍କୁ ନିବେଦନ କରିଛନ୍ତି l ଓ ବ୍ଲକ ର ଗ୍ରାମାଞ୍ଚଳ ତଥା ଅପହଞ୍ଚ ଅଞ୍ଚଳ ର ବିକାଶ ପାଇଁ ପ୍ରଥମେ ଗୁରୁତ୍ଵ ଦେଇ ରାଜ୍ୟ ସରକାର ଙ୍କ ସବୁ ଲୋକାଭିମୁଖୀ ଯୋଜନା କୁ ଟିମ୍ ୱାର୍କ୍ସ ଜରିଆରେ ଲୋକ ଙ୍କ ପାଖକୁ  ପହଞ୍ଚାଈବୁ ବୋଲି ଶ୍ରୀ ସାହୁ ଓଡ଼ିଶା ସାମ୍ବାଦିକ ସଂଘ ର ପ୍ରତିନିଧି ଦଳ ଙ୍କୁ ପ୍ରକାଶ କରିଛନ୍ତି l ଏହା ପୁର୍ବରୁ ଓଡ଼ିଶା ର ଅନେକ ସ୍ଥାନରେ ସଫଳତାର ସହିତ କାର୍ଯ୍ଯ କରି ଆସିଥିବା ବେଳେ ସେ ଭାରତୀୟ ବାୟୁସେନାରେ ବାଙ୍ଗାଲୋର, ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ଦିଲ୍ଲୀ, ଗୁଜୁରାଟ ଓ ଜାମ୍ମୁ କାଶ୍ମୀରରେ ସଫଳତାର ସହ କାର୍ଯ୍ୟ କରି ବିଭିନ୍ନ ଅଞ୍ଚଳରେ ଦେଶ ପାଇଁ ଉତ୍ସର୍ଗୀକୃତ ସେବା ଯୋଗାଇ ଆସିଛନ୍ତି। ଶ୍ରୀ ସାହୁ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଥିବା ବେଳେ ସମ୍ବଲପୁର ବିଶ୍ଵ ବିଦ୍ୟାଳୟରୁ ବିଏ, ସିକ୍କିମ ମଣିପାଳ ବିଶ୍ୱବିଦ୍ୟାଳୟରୁ ବିକମ, ଇଗ୍ନୋରୁ ବିଏସସି ସହଯୋଗୀ ଡିଗ୍ରୀ, ଆଇସିଏଫଏଆଇ ବିଶ୍ୱବିଦ୍ୟାଳୟ ଏମବିଏ ଫାଇନାନ୍ସ, ସିଏଫଏ, ଆମିଟି ବିଶ୍ୱବିଦ୍ୟାଳୟ ରୁ ବୀମା ପରିଚାଳନାରେ ପିଜି ଡିପ୍ଲୋମା, ଭାରତୀୟ ମାନବାଧିକାର ସଂସ୍ଥାନ ରୁ ଏମଏ ମାନବାଧିକାର, ୟୁଜିସି ନେଟ୍ (ପରିଚାଳନା) ଡ଼ିଗ୍ରୀ ହାସଲ କରିଛନ୍ତି । ଶ୍ରୀ ସାହୁଙ୍କ ଭଳି ଜଣେ ଉଚ୍ଚ ଶିକ୍ଷିତ ଦକ୍ଷ ଅଫିସରଙ୍କ ପୁଣି ଏହି ଜିଲ୍ଲାରେ ଦାୟିତ୍ଵ ଗ୍ରହଣ କରିବା ବିଷୟ ନିଶ୍ଚୟ ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ଯରେ ସହାୟକ ହେବ ବୋଲି ବୁଦ୍ଧିଜୀବି ମତ ରଖିଛନ୍ତି। ଓ ସ୍ଥାନୀୟ ଲୋକ ପ୍ରତିନିଧି, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଙ୍କୁ ସାଧୁବାଦ କୃତଜ୍ଞତା ଜ୍ଞାପନ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like