-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
07-Feb-2026
(ରାମନାଥ ପଣ୍ଡା)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ନାଗପଡା ହାଇ ସ୍କୁଲ ଖେଳ ପଡ଼ିଆରେ ଟ୍ରାଫିକ ଫାଇଟର ନାଗ ପଡା ଦ୍ଵାରା ୭ ରୁ ୧୧ ତାରିଖ ଯାଏଁ ଆୟୋଜି ୧୬ ତମ ଶିବ ଶକ୍ତି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ଦିବସରେ ବୈଷ୍ଣବ ଦୁରିଆ ଏ ୟୁ ପି ଟି ଏଫ୍ ରାଜ୍ୟ ଉପ ସଭାପତି ତଥା ନାଗପଡ଼ା ୟୁ ପି ଏସ ପ୍ରଧାନ ଶିକ୍ଷକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଝାଙ୍କର ଙ୍କ ପୂଜାର୍ଚ୍ଚନା ପରେ ଶୁଭ ଉଦଘାଟନ କରିଥିଲେ ।ସମ୍ମାନିତ ଅତିଥି ଭାବରେ ଶିକ୍ଷୟତ୍ରୀ ବିଦ୍ୟୁତ ପ୍ରଭା ନାରଙ୍ଗ ଓ ଶିକ୍ଷକ କିଶୋର କୁମାର ସାହୁ ଯୋଗ ଦେଇଥିଲେ ।ସଭାପତି କୁଲମନ୍ ମାଝୀଙ୍କ ତତ୍ତ୍ଵାବଧାନରେ ଏବଂ କମିଟି ସଭାପତି ଉଗ୍ରସେନ କଟା ଓ ସମ୍ପାଦକ ପିତାମ୍ବର ତାଣ୍ଡି ଙ୍କ ସହଯୋଗ କ୍ରମେ ପରିଚାଳିତ ହେଉଅଛି ଏହି ଟୁର୍ଣ୍ଣାମେଣ୍ଟ ।ଆଜି ଅନୁଷ୍ଠିତ ଦୁଇଟି ମ୍ୟାଚ୍ ରେ ମାକର ବିର୍ଲି ଓ ମୁଣ୍ଡା ଗାଁ ବିଜୟ ଲାଭ କରି ପରବର୍ତ୍ତୀ ମ୍ୟାଚ୍ ପାଇଁ ଉନ୍ନୀତ ହୋଇଛନ୍ତି ।ଆଜିର ଉଭୟ ମ୍ୟାଚରେ ଅମ୍ପାୟାର ରୂପେ ଗଜପତି ମାଝି ଓ କୃତିବାସ ମାଝୀ, ସ୍କୋରିଙ୍ଗ ପାଇଁ ଗଜାନନ ମାଝୀ ଏବଂ ଖେକର ଧାରାବିବରଣୀ ପ୍ରଦାନ ପାଇଁ ନେପାଳ ଟାଣ୍ଡି କାର୍ଯ୍ୟ ତୁଲାଇ ଥିଲେ ।