-+91-9937148622 |

prerana_bgr@rediffmail.com |

  Wednesday 15th July 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କଲେ ସ୍ବାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ   (14-Jul-2026)       ||      ନାଗରିକ କମିଟୀ କୁ ରାଜନୀତି ର ଉର୍ଦ୍ଧରେ ରଖାଯାଉ   (14-Jul-2026)       ||      ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ପାଇଁ ମାନେଶ୍ଵରରେ ସ୍ୱତନ୍ତ୍ର ଶିବିର    (14-Jul-2026)       ||      ଗନ୍ଧଳା ରେ ବିଜେଡି ର ସାଂଗଠନିକ ବୈଠକ    (14-Jul-2026)       ||      ମାନବଶାସ୍ତ୍ରରେ ଛାତ୍ର ବିଶ୍ୱ ବିଦ୍ୟାଳୟ ଟପର କିନ୍ତୁ ନାହାନ୍ତି ଅଧ୍ୟାପକ   (14-Jul-2026)       ||      ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ଙ୍କ ମହାବୀର ପଡା ପରିଦର୍ଶନ   (14-Jul-2026)       ||      ନ ଶ୍ରେଣୀ କୁ ତିନି ଶିକ୍ଷକ ଶିକ୍ଷା ଦାନରେ ବ୍ୟାଘାତ ଏସ, ଏମ,ସି,ର ଶିକ୍ଷକ ଦାବିରେ ସ୍କୁଲ ଭିତରେଧାରଣା   (14-Jul-2026)       ||      ପୂର୍ବତନ ସାଂସଦ ନିରଞ୍ଜନ ବିଶିଙ୍କ ଆପତ୍ତି ପରେ ଖଣି ଲିଜ୍ ପୂର୍ବରୁ ବନାଧିକାର ଓ ପରିବେଶ ଆଇନ ପାଳନର ଆଶ୍ୱାସନl   (14-Jul-2026)       ||      ମୟୂରଭଞ୍ଜର ବିକାଶ ଏବଂ ଉଚ୍ଚଶିକ୍ଷାର ଉତ୍କର୍ଷ ପାଇଁ ରାଜ୍ୟ ସରକାର ସଦା ସର୍ବଦା ପ୍ରତିବଦ୍ଧ : ମନ୍ତ୍ରୀ ଡାକ୍ତର ମହାପାତ୍ର   (14-Jul-2026)       ||      ୧୫୦ ତମ ବରପାଲି ଶୀତଲ ଷଷ୍ଠୀ ଯାତ୍ରା ପାଇଁ ରୂପରେଖା ପ୍ରସ୍ତୁତ   (14-Jul-2026)       ||      ଜାତୀୟ ସାହିତ୍ୟ ମହୋତ୍ସବ ସେପ୍ଟେମ୍ବର ୨୬ରୁ ♦️ ଡ଼.ସତ୍ୟବ୍ରତ ଜେନା ସମ୍ପାଦକ ମନୋନୀତ    (13-Jul-2026)       ||      ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ମୀନା ମଞ୍ଚ ଓ ଛାତ୍ର କ୍ୟାବିନେଟ ଗଠନ    (13-Jul-2026)       ||      ଅଜବ ପରମ୍ପରା ବର୍ଷା ପାଇଁ "ବେଙ୍ଗବେଙ୍ଗୁଳି " ବାହାଘର*   (13-Jul-2026)       ||      ସମଲେଇଚୁଁଆ ହତ୍ୟାକାଣ୍ଡ ର ୫ଅଭିଯୁକ୍ତ ଗିରଫ୍   (13-Jul-2026)       ||      ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଗଠନ ର ହ୍ଵାଟ୍ସପ୍ ଗ୍ରୀଭାନାସ୍ ସେଲ୍ ଉଦ୍ଘାଟନ   (13-Jul-2026)       ||      ଗୁରୁ ଭଗବାନ ସାହୁଙ୍କ ଜନ୍ମ ବାର୍ଷିକୀ ଅନୁଷ୍ଠିତ   (13-Jul-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜର ଯୁବ ରେଡକ୍ରସ କାର୍ଯ୍ୟାଳୟ ଉଦ୍ଘାଟନ   (13-Jul-2026)       ||      ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ର ବଲାଙ୍ଗିର ଠାରେ ଗ୍ରକାକ ପରାମର୍ଶ କେନ୍ଦ୍ର ଉଦ୍ଘାଟିତ   (13-Jul-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ସନ୍ଥକବି ଭୀମଭୋଇଙ୍କ ଉପରେ ଜାତୀୟ ପାଠଚକ୍ର   (13-Jul-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ସନ୍ଥକବି ଭୀମଭୋଇଙ୍କ ଉପରେ ଜାତୀୟ ପାଠଚକ୍ର   (13-Jul-2026)       ||     

HOME   ଜିଲ୍ଲା

ଜରାସିଂହା ପିଏମଶ୍ରୀ ନେତ୍ରଭାନୁହାଇସ୍କୁଲର ପ୍ଲାଟିନମଜୁବୁଲି ଉତ୍ସବ♦️ଗାଁ ରାଜନୀତି ଯୋଗୁଁ ହୋଇପାରୁନି ଅନେକ ସ୍କୁଲକଲେଜର ଉତ୍ସବ-ଡ.ଅରୁଣ ସାହୁ

05-Feb-2026



ବଲାଙ୍ଗିର(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ଐତିହାସିକ ଗ୍ରାମ ଜରାସିଂହାର ପିଏମଶ୍ରୀ ହାଇସ୍କୁଲର ୭୫ବର୍ଷ ପୂର୍ତ୍ତିରେ ପ୍ଲାଟିନମ ଜୁବୁଲି ପାଳିତ ହେଉଛି । ଆଜି ଏହାର ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ,ବରେଣ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ ବିଧାୟକ ଡ.ଅରୁଣ କୁମାର ସାହୁ ଓ ମୁଖ୍ୟବକ୍ତା ଭାବରେ ସମ୍ବାଦଗ୍ରୁପର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଯୋଗ ଦେଇ ଦେବୀ ପାଟଖଣ୍ଡା,ପୂର୍ବତନମୁଖ୍ୟମନ୍ତ୍ରୀ ନବକୃଷ୍ଣ

ଚୌଧୁରୀ ଓ ସ୍କୁଲର ପ୍ରତିଷ୍ଠାତା ଲାଲଜଗନ୍ନାଥ ପ୍ରସାଦ୍ ସିଂଦେଓଙ୍କ ପ୍ରତିକୃତିରେ ମାଲ୍ୟାର୍ପଣକରି ଉତ୍ସବକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ।  ବିଦ୍ୟାଳୟର ପୁରାତନ ଛାତ୍ରସଂସଦ ପକ୍ଷରୁ ଜୁବୁଲିପାଳନ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେରଙ୍କ ସଭାପତିତ୍ୱ ଓ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ କମିଟିର ଉପଦେଷ୍ଟା ପୁରାତନଛାତ୍ର ତଥା ପୂର୍ବତନ ବିଧାୟକ ଯଜେ୍ଞଶ୍ୱର ବାବୁ ଜୁବୁଲିର ଉଦ୍ଦେଶ୍ୟ ଜ୍ଞାପନ କରି ବିଦ୍ୟାଳୟର ଐତିହ୍ୟଉପରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟଅତିଥି ଶ୍ରୀ ସିଂଦେଓ ଜରାସିଂହା ମାଟି ସହ ତାଙ୍କର ପାରିବାରିକ ସମ୍ପର୍କ ରହିଥିବା ଓ ଏଠିକାର ସାମଗ୍ରୀକ ବିକାଶ ତାଙ୍କର ଲକ୍ଷ୍ୟ ବୋଲି କହିଥିଲେ । ପୁରାତନଛାତ୍ରମାନେ ହେଉଛନ୍ତି ଶିକ୍ଷାନୁଷ୍ଟାନମାନଙ୍କର ସମ୍ପତ୍ତି । ସ୍କୁଲକଲେଜରେ ପାଠପଢିବାଠାରୁ ରାଜନୀତି କରିବା ପର୍ଯ୍ୟନ୍ତ ସମୟରେ ସେ ଅନେକ ସୁଖଦ ଓ ତିକ୍ତ ଅନୁଭବ ରଖିଛନ୍ତି । ସ୍କୁଲକଲେଜ ମାନଙ୍କରେ ଉତ୍ସବ ପାଳିତ ହେଲେ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ପାଇଁ ଏକ ସୁଖଦ ଅନୁଭୁତି ରହିଥାଏ ଓ ବୌଦ୍ଧିକ ବିକାଶ ହୁଏ । ତେବେ ଅନେକ ଗାଁମାନଙ୍କରେ ରାଜନୀତି କାରଣରୁ ସ୍କୁଲକଲେଜ ମାନଙ୍କରେ ଉତ୍ସବ ପାଳିତ ହୋଇ ପାରୁନାହିଁ ବୋଲି କହିବା ସହିତ ଶିକ୍ଷାନୁଷ୍ଠାନରେ ଉନ୍ନତ ଶିକ୍ଷାରେ ସମସ୍ତଙ୍କର ସହଭାଗିତା ରହିବା ଆବଶ୍ୟକ ବୋଲି ମତଦେଇଥିଲେ । ଯେଉଁମାନେ ପାଠପଢିଥିବା ଅନୁଷ୍ଠାନ ପ୍ରତି ଅନୁରକ୍ତି ନାହିଁ ସେମାନେ ସମାଜ ପାଇଁ କେବେ ବି ମଙ୍ଗଳକର ନୁହଁନ୍ତି ବୋଲି ଡ.ଅରୁଣ ସାହୁ କହିଥିଲେ । ଠିକ ସେହିପରି ସମ୍ବାଦଗ୍ରୁପର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ମାଁ,ମାଟି,ମାତୃଭାଷାକୁ ସମ୍ମାନ ଜଣାଇ ମଦମୁକ୍ତ

ଓଡିଶା ଗଠନ ପାଇଁ ଛାତ୍ରଛାତ୍ରୀ ଜୀବନର ଲକ୍ଷ୍ୟରଖନ୍ତୁ ବୋଲି ପରାମର୍ଶ ଦେଇଥିଲେ । ଜୀବନରେ ଉନ୍ନତି କରିବାକୁ ହେଲେ ନିଜକୁ ନୀରୋଗୀ,ନୀର୍ଭିକ,ନିରାଡମ୍ବର ଓ ନିଶାମୁକ୍ତ ହେବାକୁ ପଡିବ ବୋଲି କହିଥିଲେ । ସ୍କୁଲମାନଙ୍କରେ ଶିକ୍ଷାର ଗୁଣାତ୍ମକ ମାନ ବଢାଇବାକୁ ହେଲେ ଅଭିଭାବକ, ପୁରାତନ ଛାତ୍ରମାନଙ୍କୁ ଅଧିକ କ୍ରୀୟାଶୀଳ ହେବାକୁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ସ୍କୁଲରେ ପାଠପଢି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ.ହରିଶ୍ଚନ୍ଦ୍ର ନାୟକଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟବ୍ୟକ୍ତିଙ୍କୁ ସମ୍ମର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କମଧ୍ୟରେ ସ୍ମରଣିକା କମିଟିର  ଅଧ୍ୟକ୍ଷ ଉମାଶଙ୍କର ସିଂ, ଉପସଭାପତି କନିୟରଲାଲ ସାମଲ,କୋଷାଧ୍ୟକ୍ଷ ଚିତ୍ତରଂଜନ ଥନାପତି,ପ୍ରଚାରପ୍ରସାର କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ନାୟକ,ଅର୍ଥକମିଟିର ଅଧ୍ୟକ୍ଷ କର୍ତ୍ତାରସିଂ କୁମ୍ଭାର, ସମିତିସଭ୍ୟ ଅମିତ ତ୍ରୀପାଠୀ ମଞ୍ଚାସୀନ ଥିଲେ । ଶେଷରେ କମିଟିର ଉପସଭାପତି ସତ୍ୟନାରାୟଣ ପାଣି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ ସଭାପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କଲେ ସ୍ବାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ   14-Jul-2026
ନାଗରିକ କମିଟୀ କୁ ରାଜନୀତି ର ଉର୍ଦ୍ଧରେ ରଖାଯାଉ   14-Jul-2026
  ଜିଲ୍ଲା  
ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ପାଇଁ ମାନେଶ୍ଵରରେ ସ୍ୱତନ୍ତ୍ର ଶିବିର   14-Jul-2026
  ଜିଲ୍ଲା  
ଗନ୍ଧଳା ରେ ବିଜେଡି ର ସାଂଗଠନିକ ବୈଠକ   14-Jul-2026
  ଜିଲ୍ଲା  
ମାନବଶାସ୍ତ୍ରରେ ଛାତ୍ର ବିଶ୍ୱ ବିଦ୍ୟାଳୟ ଟପର କିନ୍ତୁ ନାହାନ୍ତି ଅଧ୍ୟାପକ   14-Jul-2026
  ଜିଲ୍ଲା  
ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ଙ୍କ ମହାବୀର ପଡା ପରିଦର୍ଶନ   14-Jul-2026
  ଜିଲ୍ଲା  
ନ ଶ୍ରେଣୀ କୁ ତିନି ଶିକ୍ଷକ ଶିକ୍ଷା ଦାନରେ ବ୍ୟାଘାତ ଏସ, ଏମ,ସି,ର ଶିକ୍ଷକ ଦାବିରେ ସ୍କୁଲ ଭିତରେଧାରଣା   14-Jul-2026
  ଜିଲ୍ଲା  
ପୂର୍ବତନ ସାଂସଦ ନିରଞ୍ଜନ ବିଶିଙ୍କ ଆପତ୍ତି ପରେ ଖଣି ଲିଜ୍ ପୂର୍ବରୁ ବନାଧିକାର ଓ ପରିବେଶ ଆଇନ ପାଳନର ଆଶ୍ୱାସନl   14-Jul-2026
  ଜିଲ୍ଲା  
ମୟୂରଭଞ୍ଜର ବିକାଶ ଏବଂ ଉଚ୍ଚଶିକ୍ଷାର ଉତ୍କର୍ଷ ପାଇଁ ରାଜ୍ୟ ସରକାର ସଦା ସର୍ବଦା ପ୍ରତିବଦ୍ଧ : ମନ୍ତ୍ରୀ ଡାକ୍ତର ମହାପାତ୍ର   14-Jul-2026
  ରାଜ୍ୟ  
୧୫୦ ତମ ବରପାଲି ଶୀତଲ ଷଷ୍ଠୀ ଯାତ୍ରା ପାଇଁ ରୂପରେଖା ପ୍ରସ୍ତୁତ   14-Jul-2026
  ରାଜ୍ୟ  
ଜାତୀୟ ସାହିତ୍ୟ ମହୋତ୍ସବ ସେପ୍ଟେମ୍ବର ୨୬ରୁ ♦️ ଡ଼.ସତ୍ୟବ୍ରତ ଜେନା ସମ୍ପାଦକ ମନୋନୀତ   13-Jul-2026
  ଜିଲ୍ଲା  
ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ମୀନା ମଞ୍ଚ ଓ ଛାତ୍ର କ୍ୟାବିନେଟ ଗଠନ    13-Jul-2026

You Might Also Like