-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
03-Feb-2021
ଢେଙ୍କାନାଳ (ପ୍ରେରଣା ଖବର) : ଆସନ୍ତା ୨୫ରୁ ଆରମ୍ଭ ହେବ ପ୍ରସିଦ୍ଧ ଯୋରନ୍ଦା ମେଳା। ରାଜ୍ୟ ତଥା ରାଜ୍ୟ ବାହାରେ ଜଣାଶୁଣା ମହିମା ଧର୍ମର ମୁଖ୍ୟପୀଠ ଢେଙ୍କାନାଳର ଜୋରନ୍ଦାସ୍ଥିତ ମହିମା ଗଦିରେ ଏହି ମେଳା। ତେବେ କୋଭିଡ କଟକଣା ମଧ୍ୟରେ ଆସନ୍ତା ୨୫ରୁ ଆରମ୍ଭ ହୋଇ ୨୭ ତାରିଖରେ ଶେଷ ହେବ।
ଏହି ଉପଲକ୍ଷେ ବୁଧବାର ଯୋରନ୍ଦା ମେଳା କମିଟି ପକ୍ଷରୁ ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ପ୍ରଶାସନ, ଉଭୟ ବକଳ ଓ କୌପନୀ ଧାରୀ ମହିମା ସାଧୁଙ୍କ ମୁଖିଆ ତଥା ସ୍ଥାନୀୟ ଯୋରନ୍ଦା ପଞ୍ଚାୟତର ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ମେଳା ଅନୁଷ୍ଠିତ ହେବ ମାତ୍ର ଯାତ୍ରା ଉପରେ କଟକଣା ଜାରି କରାଯାଇଛି ।