-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
03-Feb-2021
କଟକ(ଦୀପକ କୁମାର ଷଡଙ୍ଗୀ)ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର କୂଳିଆ ଠାରେ ବିଜେପି ପକ୍ଷରୁ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା।ରାଜ୍ୟ କାର୍ଯ୍ୟକାରେଣି ସଦଶ୍ୟ ସାରଦା ପ୍ରଧାନ ଙ୍କ ତଥ୍ୟ ତତ୍ୱାବଧାନ ରେ ଆୟୋଜିତ ସମାବେଶ ରେ ପୃଥ୍ୱୀରାଜ ହରିଚନ୍ଦନ,ପ୍ରକାଶ ବେହେରା,ଦିଲୀପ ମାଲିକ,ଜାଜ୍ଞସେନି ଜେନା ପ୍ରମୁଖ ଯୋଗଦେଇଥିଲେ।ତେବେ ସମାବେଶ ରେ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ନେତା ଙ୍କୁ ଆମନ୍ତ୍ରିତ କରାଯାଇଥିଲେ ହେଁ ପ୍ରଭାତ କେଶରୀ ମିଶ୍ର ଙ୍କ ଭଳି ବହୁପୁରାତନ ନେତା ଓ କର୍ମୀ ଙ୍କୁ ଡ଼କାଯାଇନଥିବା ଆଲୋଚ୍ୟ ବିଷୟ ହୋଇଛି।ବହୁ ପୁରାତନ ବିଜେପି କର୍ମୀ ଙ୍କୁ ଅଣଦେଖା କରାଯାଇ ନିଜର ଆତ୍ମପ୍ରଚାର ପ୍ରତି ଗୁରୁତ୍ୱ ଦିଆଯାଉଥିବା ଚର୍ଚ୍ଚା ହେଉଛି।ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରାକ୍ତନ ସାଂସଦ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଙ୍କ ନିର୍ବାନମଣ୍ଡଳୀ ହୋଇଥିଲେ ହେଁ ବ୍ୟାନର ଓ ହୋଡିଂ ରେ ତାଙ୍କର ଛବି କିମ୍ବା ନାମ ରହିନଥିବା ରୁ ତାଙ୍କ ସମର୍ଥକ ଙ୍କ ମଧ୍ୟ ରେ ଅସନ୍ତୋଷ ସୃଷ୍ଟି ହୋଇଥିବା ଜଣାପଡିଛି।ତେବେ ଶାରଦା ପ୍ରଧାନ ଙ୍କ ଏହି ସମାବେଶ ବିଜେଡି ଓ ମନ୍ତ୍ରୀ ଙ୍କୁ ଟକର ଦେବାକୁ ଆୟୋଜିତ ବୋଲି କୁହାଯାଇଛି।