-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ଗସ୍ତରେ ୫ଟି ସଚିବ। ଜିଲ୍ଲାରେ ପର୍ଯ୍ୟଟନସ୍ଥାଳୀ ର ବିକାଶ ଓ ଲୋୟର୍ ଶୁକତେଲ କାମ ତ୍ୱରାନ୍ୱିତ ଉପରେ ଫୋକସ୍

03-Feb-2021



ବଲାଙ୍ଗୀର,(ପ୍ରେରଣା ଖବର): ବଲାଙ୍ଗୀର ଗସ୍ତ ରେ ୫ଟି ସଚିବ। ବଲାଙ୍ଗୀର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରର ସୌନ୍ଦର୍ଯ୍ୟ କରଣ ଓ ପାରିପାର୍ଶ୍ୱିକ ବିକାଶ ଖୁବ ଶୀଘ୍ର ଆରମ୍ଭ କରାଯିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶାନୁକ୍ରମେ ଏକ ଉଚ୍ଚ ସ୍ତରୀୟ କମିଟି ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତ ରେ ଆସି  ହରିଶଙ୍କର ପରିଦର୍ଶନ କରିବା ସହ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ସେ ଅଞ୍ଚଳରେ ପାରିପାର୍ଶ୍ୱିକ ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଅନ୍ୟପଟେ ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ତତ୍ପରତା ଦେଖାଉଛନ୍ତି ରାଜ୍ୟ ସରକାର। ଯାହା ପାଇଁ ଚାଲିଛି ଘନ ଘନ ବୈଠକ।ଯେଉଁଥିରେ କିଛିଦିନତଳେ ଡବ୍ଲ୍ୟୁ ଡ଼ି ସି ଅଧକ୍ଷ ମଧ୍ୟ ବଲାଙ୍ଗୀର ଗସ୍ତ ରେ ଆସି ସମୀକ୍ଷା କରିଯାଇଛନ୍ତି। ଯାହା ଏବେ ଓ ଆଜି ରାଜ୍ୟ ସରକାର ଙ୍କ ୫ ଟି ସଚିବ ଭି କେ ପାଣ୍ଡିଆନ୍ ବଲାଙ୍ଗୀର ଗସ୍ତରେ ଆସି ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଓ ଦୀର୍ଘ ବର୍ଷରୁ ଅଧାପନ୍ତରିଆ ପଡିରହିଥିବା ଲୋୟର ସୁକତେଲ ପ୍ରକଳ୍ପର ସମୀକ୍ଷା କରିଛନ୍ତି l

ଯେଉଁଥିରେ ଆଜି ସକାଳୁ ତୁଷୁରା ହେଳିପେଡ ରେ ଅବତରଣ ପରେ ସିଧାସଳଖ ପ୍ରଯ୍ୟଟନ ସ୍ଥଳୀ ହରିଶଙ୍କର ଓ ପରେ ମଧ୍ୟାହ୍ନ ରେ ଲୋୟର ସୁକତେଲ ପ୍ରକଳ୍ପ ର ସମୀକ୍ଷା କରିଛନ୍ତି।ତେବେ ସୂଚନା ଅନୁସାରେ ୨୦୧୮ ମସିହାରୁ ଲୋୟର ସୁକତେଲ ପ୍ରକଳ୍ପ କାମ ବନ୍ଦ ହୋଇ ପଡିରହିଛି। ଯାହା ପାଇଁ ଅନେକ ବାଦ ବିବାଦ ଦେଇ ଏ ପ୍ରଯନ୍ତ ଗତି କରୁଛି।ଯାହା ୨୦୧୩ ଆଇନ ଅନୁଯାୟୀ କ୍ଷତିପୂରଣ ଦାବି କରି ବିସ୍ଥାପିତପରିବାର କାମକୁ ବନ୍ଦ ରଖିଛନ୍ତି।ଯେଉଁଥିରେ ଜିଲ୍ଲା ପ୍ରଶାସନ ଅନେକ ଥର  ବିସ୍ଥାପିତ ପରିବାରଙ୍କୁ ବୁଝାସୁଝା ପରେ ମଧ୍ୟ ପ୍ରକଳ୍ପ ର କାରୁକାର୍ଯ୍ୟ ବନ୍ଦ ପଡି ରହିଥିଲା।ଯାହା ଫଳରେ ବଲାଙ୍ଗୀରବାସୀ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଥିବା ଭଳି ମତ ମଧ୍ୟ ପ୍ରକାଶ ପାଇଥିଲା।ଅନ୍ୟପଟେ ଜିଲ୍ଲାପାଳ ଆରକ୍ଷୀ ଅଧିକ୍ଷକ,ବିସ୍ଥାପିତ ହେବାକୁ ଥିବା ଗ୍ରାମ କୁ ଯାଇ ସେଠିକାର ଅଞ୍ଚଳବାସୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।ଯାହାପରେ ମଧ୍ୟ କୌଣସି ନିର୍ଣ୍ଣାୟକ ପ୍ରକ୍ରିୟା ନିର୍ଦ୍ଧାରିତ ହୋଇନଥିଲା।ଏପଟେ ଲୋୟର ସୁକତେଲ କାର୍ଯ୍ୟାଳୟରେ ଖାଲିଥିବା ପଦବୀରେ ଅଧିକାରୀଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟା ଆରମ୍ଭ ହୋଇ ତାହା କାର୍ଯ୍ୟ ରେ ତ୍ୱରାନ୍ୱିତ ହେଉଛି। ଅନ୍ୟପଟେ ଡବ୍ଲୁ ଡ଼ି ସି, ଅଧକ୍ଷ ମଧ୍ୟ ଆସି ସମୀକ୍ଷା କରିସାରିଛନ୍ତି, ଯେଉଁଥିରେ ସେ ସିଧାସଳଖ ନିଜ ମତ ବ୍ୟକ୍ତ ରଖିଥିଲେ। ରାଜ୍ୟ ସରକାର ପ୍ରକଳ୍ପ ପାଇଁ ଏକ ସ୍ଵତନ୍ତ୍ର ଏକଜୁଟିଆ ରାଶି ମଞ୍ଜୁର କରିବେ ଓ ବନ୍ଦ ପଡିରହିଥିବା ପ୍ରକଳ୍ପ ର କାମ ଶୀଘ୍ର ତ୍ୱରାନ୍ୱିତ ହୋଇ କାର୍ଯ୍ୟ ସମ୍ପୂର୍ଣ୍ଣ  ହେବା ଭଳି ନିଜ ମତ ବ୍ୟକ୍ତ ରଖିଥିଲେ। ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କୁ ଏ ନେଇ ଉପର ମହଲରୁ ନିର୍ଦେଶ ଆସି ଥିବା ସୂଚିତ କରିଥିଲେ। ଯାହା ଆଜି କାର୍ଯ୍ୟ ରେ ପରିଣତ ହୋଇଛି। ଆଜି ୫ଟି ସଚିବ ଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଟିମ ବଲାଙ୍ଗୀର ଗସ୍ତରେ ଯୋଗ ଦେଇଛନ୍ତି। ବଲାଙ୍ଗୀର ଜିଲ୍ଲାର ନିର୍ମାଣାଧୀନ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପରିଦର୍ଶନରେ ଆସି ପ୍ରକଳ୍ପ ର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି।ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିବା ସହ ପ୍ରକଳ୍ପ ଦ୍ଵାରା ପ୍ରଭାବିତ ହେଉଥିବା ଲୋକଙ୍କ ନିମନ୍ତେ ବିସ୍ଥାପନ ପ୍ୟାକେଜ ବିସ୍ଥାପିତଙ୍କ ସମସ୍ୟା ଇତ୍ୟାଦି ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ ଓ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ।ଯେଉଁଥିରେ ବାଦ ବିବାଦ ଘେରରେ ଥିବା ଲୋୟର ସୁକତେଲ ପ୍ରକଳ୍ପର ସମସ୍ତ ସମସ୍ୟାର ସମାଧାନ ପାଇଁ ଆଲୋଚନା କରି ନିର୍ଣ୍ଣାୟକ ସ୍ଥିତି ବିଷୟରେ ସମୀକ୍ଷା କରିଛନ୍ତି ଓ ଯଥାଶୀଘ୍ର ପ୍ରକଳ୍ପର ସ୍ୱତନ୍ତ୍ର ପେକେଜ ସହ ଲୋୟର ସୁକତେଲ ପ୍ରକଳ୍ପ ଆରମ୍ଭ ହେବ ବୋଲି ମତବ୍ୟକ୍ତ ରଖିଛନ୍ତି।

ଆଜିର ଏହି ସମୀକ୍ଷାରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର,ପଶ୍ଚିମ ଓଡିଶା ବିକାଶ ପରିଷଦ ର ଅଧକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା  ଅସିତ କୁମାର ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ଆର ଭିନିଲ କୃଷ୍ନା, ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ସହ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଲ ରାଣା, ଆରକ୍ଷୀ ଅଧିକ୍ଷକ ଶ୍ରୀ ନିତିନ କୁଶଳକରଙ୍କ ସମେତ ସହ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026

You Might Also Like