-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
03-Feb-2021
ତେଲକୋଇ(ପ୍ରେରଣା ଖବର): କାଞ୍ଜିପାଣି ଘାଟିରୁ ୪୦ ଫୁଟ ତଳକୁ ଖସିଲା ବାଲି ବୋଝେଇ ୧୦ ଚିକିଆ ଟ୍ରକ। ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଏବଂ ହେଲପର। ଏହି ଦୁର୍ଘଟଣାରେ ଜଣେ ଗୁରୁତର। କେନ୍ଦୁଝର ଜିଲ୍ଲା ଘାଟିରେ ଏହି ଦୁର୍ଘଟଣା ଘଟିଛି। ବୈତରଣୀ ନଦୀରୁ ବାଲି ଉଠାଇ ତେଲକୋଇ ଥାନା ଅନ୍ତର୍ଗତ ଦୋବଲାପାଳ ଗାଁ ଅଭିମୁଖେ ଯିବା ବେଳେ ଭାରସାମ୍ୟ ହରାଇ କାଞ୍ଜିପାଣି ନିକଟରେ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଗୁନା ଦେହୁରୀ ନାମକ ଜଣେ ବ୍ୟକ୍ତିଙ୍କ ଗୋଡ ଭାଙ୍ଗି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।