-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
14-Jan-2026
ବଲାଙ୍ଗୀର(ପ୍ରେରଣା ଖବର)ବଲାଙ୍ଗୀର ଜିଲ୍ଲା ଲେଖକ ପରିଷଦ ତରଫରୁ ଆଜି ସ୍ଥାନୀୟ ମାଉସୀ ମା ମନ୍ଦିର ଠାରେ ବ୍ଯାସ କବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି l ପରିଷଦର ସଭାପତି ମଲୟ ମିଶ୍ରଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ଉତ୍ସବର ଆରମ୍ଭରେ ଫକୀର ମୋହନଙ୍କ ଫଟୋ ଚିତ୍ରରେ ଧୂପଦୀପ ଓ ପୁଷ୍ପ ମାଲ୍ୟାର୍ପଣ ଅର୍ପଣ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ସଂଘର ସମ୍ପାଦକ କପିଳେଶ୍ଵର ଖମାରୀ, ଉପସଭାପତି ମୁରଲି ଧାରୀ ପତି, ସହସମ୍ପାଦକ ମହେନ୍ଦ୍ର ଦର୍ଜି, ଯୁଗ୍ମସଂପାଦକ ରଘୁ ନନ୍ଦନ ସିଂହ କୋଷାଧ୍ୟକ୍ଷ ଅଜିତ କୁମାର ମହାନ୍ତି ଙ୍କ ସମେତ ଆଡ଼ଭୋକେଟ ଅଶୋକ ରାଉତ, ବରିଷ୍ଠ ସାମ୍ବାଦିକ ମହେନ୍ଦ୍ର ପଧାନ, ରାଧାକ୍ରିଷ୍ଣ ମିଶ୍ର, କବି ହୃଷୀକେଶ ପୁରୋହିତ, ନବକିଶୋର ବେହେରା, ଧନମତ ପାଣିଗ୍ରାହୀ, ରାମ ଶଙ୍କର ସତପଥୀ, କ୍ଷମାନିଧି ମିଶ୍ର ପ୍ରମୂଖ ଯୋଗ ଦେଇ ଫକୀର ମୋହନ ସେନାପତିଙ୍କ କାଳଜୟୀ ଉପନ୍ୟାସ ଉପରେ ଆଲୋଚନା କରିଥିଲେ l ସାମ୍ପ୍ରତିକ ପରିସ୍ଥିତିରେ ମଧ୍ୟ ବ୍ଯାସ କବି ଫକୀର ମୋହନଙ୍କ ଲେଖନୀର ପ୍ରାସଙ୍ଗିକତା ରହିଛି ଏବଂ କବି ଙ୍କ ଲେଖନୀ ଓଡ଼ିଆ ସାରସ୍ଵତ ଜଗତକୁ ରୁଦ୍ଧିମନ୍ତ କରିଛି ବୋଲି ବକ୍ତା ମାନେ ମତ ଦେଇଥିଲେ l ଏହି ସାରସ୍ବତ ସ୍ୱଭାବର ଜିଲ୍ଲା ଲେଖକ ପରିଷଦର ବହୁ ସଭ୍ୟ ଓ ସାହିତ୍ୟ ପ୍ରେମୀ ଯୋଗ ଦେଇଥିଲେ l