-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
12-Jan-2026
(ମନୋରଞ୍ଜନ ତ୍ରିପାଠୀ)
୧୩ ତମ ସୃଜନ ନାଗ ଫୁଟବଲ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ମା ଅମ୍ବିକା ଦେବକୁଣ୍ଡ ମୟୁରଭଞ୍ଜ ବନାମ ରାମଧୁନ କ୍ଲବ ସୋନପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଖେଳ ନିର୍ଧାରିତ ସମୟ ମଧ୍ୟରେ ରାମଧୁନ କ୍ଲବ ସୋନପୁର ଦଳ ୨/୧ଗୋଲ ବ୍ୟବଧାନ ରେ ବୀଜୟୀ ହୋଇ ଏ ବର୍ଷ ଚାମ୍ପିୟାନ ହୋଇଛି l ଏହି ଖେଳ କୁ ମୁଖ୍ୟ ରେଫରୀ ଭାବରେ ସଂଜୀବ ସାହୁ,ସହଯୋଗୀ ଭାବରେ ସୁଶାନ୍ତ ବାଘ, ସଚିନ ଭୋଇ, ରାଜେନ୍ଦ୍ର ଭୋଇ ପ୍ରମୁଖ ସହଯୋଗ କରିଥିଲେ ଏବଂ ମ୍ୟାଚ କମିଶନର ଭାବରେ ଶ୍ରୀ ସୁଦାମ ଜଗଦଲା ଦାୟିତ୍ୱ ନେଇଥିଲେ l ଆଜିର ମୁଖ୍ୟ ଅତିଥି ଭାବରେ ଓଡିଶା ଫୂଟବଲ ସଂଘ ର ସଭାପତି ତଥା ଝାରସୁଗୁଡା ବିଧାୟକ ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ , ସମ୍ମାନିତ ଅତିଥି ଭାବରେ ସୋନପୁର ବିଧାୟକ ଶ୍ରୀଯୁକ୍ତ ନିରଞ୍ଜନ ପୁଝାରୀ, ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା, ମୁନ୍ସିପାଲଟି ଅଧ୍ୟକ୍ଷ୍ୟl ତାମସୀ ତମସ୍ମିତା ନାଏକ, ଶ୍ରୀବତ୍ସ ମଲ୍ଲିକ, ଅରବିନ୍ଦ ବାରିକ, ଓ଼ମ ପ୍ରକାଶ ମିଶ୍ର, ଡ଼. ଅର୍ଜୁନ ମୁଗ୍ରୀ, ବଳଦେବ ବେଦବାକ, କଇଁରୁ ସ୍ୱାଇଁ, ପ୍ରକାଶ କୁମ୍ଭାର, ରଶ୍ମୀ ଦାସ, ଅମୀୟ ରଞ୍ଜନ ଦାସ, ନିଶାନ୍ତ କୁମାର ମହାନ୍ତି, ମୁନା ତ୍ରିପାଠୀ, ସଂଜୀବ ମହାରଣା, ରମଣ ପଧାନ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ଖେଳର ଧାରା ବିବରଣୀ ଓ ପୁରସ୍କାର ବିବରଣୀ କାର୍ଯ୍ୟକ୍ରମ କୁ ରାକେଶ ନାଗ ପରିଚାଳନା କରିଥିଲେ l