-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||     

HOME   ଜିଲ୍ଲା

*ଐତିହାସିକ କଟାଗାଁ ମଣ୍ଡେଇ ଯାତ୍ରା ରେ ଲାଗିଲା କଟକଣା*

06-Jan-2026



(ପ୍ରିୟଦର୍ଶିନୀ ପାତ୍ର)
ଶେଷରେ ରୋକ ଲଗାଇଛି ପ୍ରଶାସନ । 
କରଫ୍ୟୁ ଲଗାଇ ଭିଡ ନ ଜମାଇବା ସହ ବିବାଦୀୟ ପୌଷ ମଣ୍ଡେଇକୁ ରୋକ ଲଗାଇ ୧୬୩ ବିଏନଏସ ଜାରି କରାଯାଇଛି । ଏନେଇ  ନିର୍ଦ୍ଧେଶ ଜାରିହେବା ପରେ ପ୍ରଶାସନ ଡାକବାଜି ସହ ପ୍ରଚାର କରିବା ସହ ଚାଉଁରିଆ ମନ୍ଦିର ପରିସର ଓ ଅଞ୍ଚଳକୁ ସିଲ କରି ଲୋକ ଓ ବିଭିନ୍ନ ଅଞ୍ଚଳରୁ ଆସିଥିବା ବ୍ୟବସାୟୀଙ୍କୁ ବାରଣ କରାଯାଇଛି । ପ୍ରାୟ ୨୦୦ବର୍ଷ ପୂର୍ବର ପାରମ୍ପରିକ କୋଷାଗୁମୁଡା ବ୍ଲକ ତାରାଗାଁ ପଞ୍ଚାୟତର କୋଟାଗାଁ ପ୍ରସିଦ୍ଧ ପୌଷ ମଣ୍ଡେଇ ଯାତ୍ରା । ଜାନୁଆରୀ ମାସ ୬ତାରିଖରେ  ହେବାକୁ ଥିବା ପୌଷ ମଣ୍ଡେଇ ଯାତ୍ରାକୁ ହେବାକୁ ଧାର୍ଯ୍ୟ ହୋଇଥିବା ବେଳେ ଗତ ମଙ୍ଗଳବାର ମଣ୍ଡେଇ ଯାତ୍ରାକୁ ଡାକବାଜି ସହାୟତାରେ ଆନଉନ୍ସ କରିବାକୁ ନେଇ କୋଟାଗାଁ ଓ ତାରାଗାଁ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ଗଣ୍ଡଗଳ ହୋଇଥିବା ବେଳେ ବୁଧବାର ଠାରୁ ତାରାଗାଁ ଗ୍ରାମର ସମସ୍ତ ଦୋକାନ ବଜାର ୬ଦିନ ହେବ ବନ୍ଦ କରାଯାଇଛି । ଏଇଭଳି କି ତାରାଗାଁ ଗ୍ରାମବାସୀ ଛକର ଚାରିଦିଗରେ ରବିବାର ରାତିରେ ଗଛ କାଟି ରାସ୍ତା ଅବରୋଧ କରି ରଖିଥିଲେ । କୋଡିଙ୍ଗା ଥାନାରେ ଉଭୟ ଗୋଷ୍ଠୀ ଏତଲା ଦେଇଥିବା ବେଳେ ଏନେଇ କୋଡିଙ୍ଗା ପୋଲିସ ମାମଲା ରୁଜୁ କରି ୫ଜଣଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

ଯାହାକୁ ନେଇ ସ୍ଥାନୀୟ ବୀର ଚାଉଁରୀଆ ମନ୍ଦିର ଓ ଯାତ୍ରାକୁ ନେଇ ବିବାଦ ଘନେଇବାରେ ଲାଗିଛି । କୋଡିଙ୍ଗା ଥାନା ଅଧିନ ତାରାଗାଁ ପଞ୍ଚାୟତରେ ପ୍ରତିବର୍ଷ ପାରମ୍ପରିକ ପୁଷ ମଣ୍ଡେଇ ପାଳିତ ହୋଇଥାଏ । ଏହି ଅଞ୍ଚଳର ସବୁଠାରୁ ବଡ ଯାତ୍ରା ୩ଦିନ ଧରି ଚାଲୁଥିବା ଏହି ଐତିହାସିକ ପୌଷ ମଣ୍ଡେଇ ଯାତ୍ରା ହୋଇଥିବା ହେତୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବା ସହିତ ଅଞ୍ଚଳର ପ୍ରାୟ ୯୦୦ ଲାଠି, କୁର୍ଚି ଗ୍ରାମର ଅଧିଷ୍ଠାତା ଦେବତା ବୀର ଚାଉଁରୀଆ ନିକଟରେ ରୁଣ୍ଡ ହୋଇ ଯଥା ବିଧିରେ ପୂଜା କରାଯାଉଥିଲା । ଆଜକୁ ପ୍ରାୟ ୩ବର୍ଷ ହେବ ଚାଉଁରିଆ ମନ୍ଦିରର ଜାଗା ତାରାଗାଁ ମୌଜାରେ ଥିବା ବେଳେ କୋଟାଗାଁ ମଣ୍ଡେଇ ଆୟୋଜନ କରିବା ନେଇ ବିବାଦ ହୋଇଥିଲା । ବିବାଦ ସତ୍ଵେ ବିଗତ ୨ବର୍ଷ  ମଣ୍ଡେଇ ଆୟୋଜନ କରାଯାଇଥିଲା । କୋଟାଗାଁ ଓ ତାରାଗାଁ ଗ୍ରାମ ମଧ୍ୟରେ ଆୟୋଜନକୁ ନେଇ ବିବାଦ ହେବାପରେ ପୌଷ ମଣ୍ଡେଇ ହେବାକୁ ନେଇ କଲ୍ପନାଜଳ୍ପନା ଦେଖାଦେଇଥିଲା । ଉଭୟ ପକ୍ଷ କୋଡିଙ୍ଗା ଥାନା, କୋଡିଙ୍ଗା ତହସିଲର ଦ୍ଵାରସ୍ଥ ହୋଇଥିବା ବେଳେ ମଣ୍ଡେଇ ଆୟୋଜନକୁ ସ୍ଥଗିତ ରଖି ନିଷ୍କର୍ଷ ନ ବାହାରିବା ସହ ସ୍ଥାନୀୟ ଅଞ୍ଚଳରେ ୬୦ଦିନ ପର୍ଯ୍ୟନ୍ତ କରଫ୍ୟୁ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।  ମନ୍ଦିର ପରିସର ଓ ତାରାଗାଁ ଠାରେ ୩ ପ୍ଲାଟୁନ ପୋଲିସ ମୁତୟନ ହେବା ସହ ଏକଜୁକ୍ୟୁଟିଭ ମାଜିଷ୍ଟ୍ରେଟ କୋଡିଙ୍ଗା ତହସିଲଦାର ତୁଳା ମୁଦୁଲି, ଆଡିସନାଲ ଏସପି ଆଦିତ୍ୟ ସେନ, ପାପଡାହାଣ୍ଡି ଏସଡିପିଓ ସତ୍ୟଜିତ କାଣ୍ଡେଲକେଲ ଉପସ୍ଥିତ ରହି ଅଞ୍ଚଳ ଉପରେ ନଜର ରଖିଥିବା କୋଡିଙ୍ଗା ଥାନା ଅଧିକାରୀ ଯୁଗଳ ଶବର ସୂଚନା ଦେଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   13-Sep-2026

You Might Also Like