-+91-9937148622 |

prerana_bgr@rediffmail.com |

  Sunday 13th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||     

HOME   ଜିଲ୍ଲା

ୱାର୍ଲଡ ଓଡ଼ିଶା ସୋସାଇଟିର ପ୍ରତିଷ୍ଠା ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି

05-Jan-2026



ନୂଆଦିଲ୍ଲୀ/ଭୁବନେଶ୍ବର(ପ୍ରେରଣା ଖବର): ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ)  ଚଳିତ ମାସ ୧୪ ତାରିଖ ଦିନ ନୂଆଦିଲ୍ଲୀ ଠାରେ ଏହାର ପଞ୍ଚମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥିବା ଜଣାଯାଇଛି। ଉତ୍କଳ ଉତ୍ସବ ଭାବରେ ନାମିତ ଏହି ଭବ୍ୟ ସମାରୋହ ହାଇବ୍ରିଡ ଶୈଳୀରେ ଆୟୋଜିତ ହେବାକୁ ଯାଉଛି।ଏହି ଉତ୍ସବରେ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି ଏବଂ ଉତ୍ତୁଙ୍ଗ ଐତିହ୍ଯକୁ ଜୋରଦାର ଢଙ୍ଗରେ  ପ୍ରଦର୍ଶନ କରାଯିବ ବୋଲି ୱାଓସୋର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଏକ ପ୍ରେସ ବିବୃତିରେ ସୁଚାଇଛନ୍ତି। ନୂଆଦିଲ୍ଲୀର କସ୍ତୁରବା ଗାନ୍ଧୀ ମାର୍ଗ ସ୍ଥିତ ସିଭିଲ ସର୍ଭିସେସ ଅଫିସର୍ସ ଇନ୍ଷ୍ଟିଚ୍ୟୁଟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି ବୃହତ ସମାବେଶର ବାସ୍ତବିକ ସ୍ଥଳରେ ଦିଲ୍ଲୀ ଓ ଜାତୀୟ

ରାଜଧାନୀ କ୍ଷେତ୍ରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେବାକୁ ଯାଉଥିବା ବେଳେ ଆଭାସୀ ମଂଚ ଜରିଆରେ ସାରା ବିଶ୍ୱରୁ ୱାର୍ଲଡ ଓଡ଼ିଶା ସୋସାଇଟିର କର୍ମକର୍ତ୍ତା ଓ ସଦସ୍ୟଗଣ, ପ୍ରବାସୀ ଓଡ଼ିଆ ତୁଙ୍ଗ ନେତୃବୃନ୍ଦ ଏବଂ ପୃଥିବୀର ବିଭିନ୍ନ ଦେଶରେ ବସବାସ କରୁଥିବା ଓଡ଼ିଆ ସମାଜର ଛାମୁଆ ପ୍ରତିନିଧିମାନେ ଏଥିରେ  ସାମିଲ ହେବାର କାର୍ଯ୍ୟକ୍ରମ ରହିଥିବା ଶ୍ରୀ ଦ୍ବିବେଦୀ ଜଣାଇଛନ୍ତି।                                ପ୍ରବାସୀ ଓଡ଼ିଆମାନଙ୍କର କଥିତ ଏହି ମହାକୁମ୍ଭରେ ୱାର୍ଲଡ ଓଡ଼ିଶା ସୋସାଇଟି ତରଫରୁ ମାତୃ ପ୍ରଦେଶ ଓଡ଼ିଶାର ମାନ ସମ୍ମାନ ବର୍ଦ୍ଧନରେ ଉଲ୍ଲେଖଯୋଗ୍ୟ ଅବଦାନ ଥିବା ବରପୁତ୍ରମାନଙ୍କୁ ପ୍ରଥମ ବିଶ୍ୱ ଓଡ଼ିଆ ସମ୍ମାନ, ଦ୍ଵିତୀୟ ପ୍ରବାସୀ ଓଡ଼ିଆ  ସମ୍ମାନ, ପ୍ରଥମ ଉତ୍କଳ ମିତ୍ର ସମ୍ମାନ ଓ ରତ୍ନଶ୍ରୀ ପୁରସ୍କାର ଆଦି ପ୍ରଦାନ କରାଯିବ ବୋଲି ଜଣାଯାଇଛି। ଆମେରିକାରେ ଅବସ୍ଥାପିତ ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ, ହୁଷ୍ଟନ ଠାରେ ଓଡ଼ିଶା ସାଂସ୍କୃତିକ କେନ୍ଦ୍ରର ପ୍ରତିଷ୍ଠାତା ଏବଂ ଭୁବନେଶ୍ବର ସ୍ଥିତ ଉତ୍କଳ ହସ୍ପିଟାଲର ଅଧ୍ୟକ୍ଷ ଡଃ ଆଦିତ୍ୟ କୁମାର ସାମଲଙ୍କୁ ପ୍ରଥମ ବିଶ୍ୱ ଓଡ଼ିଆ ସମ୍ମାନ ପ୍ରଦାନ କରାଯିବା ପାଇଁ ଯୋଗ୍ୟ ବିବେଚିତ କରାଯାଇଛି। ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ମହାନ ବିଦ୍ୱାନ ପ୍ରଫେସର ଗଣେଶୀ ଲାଲଙ୍କୁ ପ୍ରଥମ ଉତ୍କଳ ମିତ୍ର ସମ୍ମାନ ପ୍ରଦାନ କରାଯିବ । ଦିଲ୍ଲୀ ହାଉଜଖାସ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଂଘର ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ରବୀନ୍ଦ୍ର ନାଥ ପ୍ରଧାନ ଏବଂ ୱାଓସୋର ପ୍ରଧାନ ପ୍ରୋତ୍ସାହକ ପ୍ରିତିଶ ରଞ୍ଜନ ଦାଶଙ୍କୁ ଦ୍ଵିତୀୟ ପ୍ରବାସୀ ଓଡ଼ିଆ ସମ୍ମାନ ପ୍ରଦାନ ପାଇଁ ଚୟନ କରାଯାଇଛି।  ଆମେରିକାର ଆଲବାମାଠାରେ  ଦୀର୍ଘବର୍ଷ ଧରି ଅଧ୍ୟାପନା କରିବା ସାଙ୍ଗକୁ ଓଡ଼ିଶାର କଳା, ସଂସ୍କୃତି ଏବଂ ଐତିହ୍ଯକୁ ପ୍ରଚାର ପ୍ରସାର କରିବା ଦିଗରେ ପ୍ରଖର ଯୋଗଦାନ ଦେଇ ଆସିଥିବା ସ୍ବର୍ଗତଃ ପ୍ରଫେସର ଡ଼ଃ ଦିଗମ୍ବର ମିଶ୍ରଙ୍କୁ ମରଣୋତ୍ତର ପ୍ରବାସୀ ଓଡ଼ିଆ ସମ୍ମାନ ପ୍ରଦାନ କରାଯିବା ପାଇଁ ମନୋନୀତ କରାଯାଇଛି ।ସମାଜସେବା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଅନୁଷ୍ଠାନ ଯଥା ଲୋକ ସେବକ ମଣ୍ଡଳ,ରମା ଫାଉଣ୍ଡେସନ,ରାୟ ଫାଉଣ୍ଡେସନ, ବି ଏମ ଫାଉଣ୍ଡେସନ, କ୍ରିୟା ଫାଉଣ୍ଡେସନ, ମହାକାଙ୍କ୍ଷା ଫାଉଣ୍ଡେସନ, ବିଜୟିନୀ ଫାଉଣ୍ଡେସନ ଏବଂ ହେଲ୍ପ ପ୍ରମୁଖଙ୍କୁ ରତ୍ନଶ୍ରୀ ପୁରସ୍କାର ପ୍ରଦାନ କାରାଯିବା ପାଇଁ ବଛା ଯାଇଛି । ପ୍ରତିଷ୍ଠା ଦିବସର  ପ୍ରଧାନ ଆକର୍ଷଣ ସମୃଦ୍ଧ ଓଡ଼ିଶା ଶୀର୍ଷକ ମାନସମନ୍ଥନ ଅଧିବେଶନ

ହେବ । ଏହି ବୈଠକରେ ବିଶେଷଜ୍ଞ ବକ୍ତାମାନେ ୨୦୩୬  ମସିହାରେ ସ୍ୱର୍ଣ୍ଣିମ ଓଡ଼ିଶା ଗଠନ ବିଷୟବସ୍ତୁ ଉପରେ ବିସ୍ତୃତ ଭାବେ ଚର୍ଚ୍ଚା ଆଲୋଚନା କରିବେ। ଏହି ଅବସରରେ ସ୍ୱର୍ଣ୍ଣିମା ନାମକ ୱାଓସୋର ଏକ ଆକର୍ଷଣୀୟ ସ୍ମରଣିକା ଉନ୍ମୋଚନ କରାଯିବ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୨୧ ମସିହାର ପବିତ୍ର ମକର ସଂକ୍ରାନ୍ତି ଦିନ ବିଶ୍ୱର କୋଡ଼ିଏଟି ଦେଶର ସଦସ୍ୟ ସଦସ୍ୟାଙ୍କୁ  ନେଇ ୱାର୍ଲଡ ଓଡ଼ିଶା ସୋସାଇଟି ଗଠନ କରାଯାଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଓଡ଼ିଶା ବାହାରେ ବସବାସ କରୁଥିବା ଦେଢ଼ କୋଟି ଓଡ଼ିଆଙ୍କୁ ବିଶ୍ୱ ଓଡ଼ିଆଙ୍କର ଏହି ଶୀର୍ଷ ମଞ୍ଚରେ ଏକଜୁଟ କରି ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତିରେ ସେମାନଙ୍କ ବୌଦ୍ଧିକ ଓ ଭୌତିକ ସମ୍ବଳକୁ ବିନିଯୋଗ କରିବାର ମାଧ୍ୟମ ବନିବା । ବର୍ତ୍ତମାନ ୱାଓସୋ ଏହାର ଗଠନର ଚାରିବର୍ଷ ଅତିକ୍ରମ କରିବାକୁ ଯାଉଥିବା ପରିପ୍ରେକ୍ଷୀରେ ଏହି ବୈଶିକ  ସଂସ୍ଥାର ଉପସ୍ଥିତି ଓ ସଦସ୍ୟତା ପୃଥିବୀର ୭୩ ଟି ଦେଶକୁ ବୃଦ୍ଧି ପାଇଥିବା ପ୍ରାପ୍ତ ସୂଚନାରୁ.ପ୍ରକାଶ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   13-Sep-2026
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026
  ଜିଲ୍ଲା  
ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   12-Sep-2026
  ଜିଲ୍ଲା  
*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   12-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   12-Sep-2026
  ଜିଲ୍ଲା  
ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   12-Sep-2026
  ଜିଲ୍ଲା  
ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   12-Sep-2026

You Might Also Like