-+91-9937148622 |

prerana_bgr@rediffmail.com |

  Sunday 13th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||     

HOME   ଜିଲ୍ଲା

ସୁଖିଲା ଧାନରେ ୫କେଜି କଟନୀ,ଡିଇଓଙ୍କ ହାତରେ କୁଠୁର୍ଲା ପେକ୍ସ

03-Jan-2026



ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାର ସଦର ବ୍ଲକ ଅଞ୍ଚଳରେ ଥିବା ପେକ୍ସ ମାନଙ୍କରେ ଚାଷୀଙ୍କଠାରୁ ୫ କେଜି ଧାନ କଟନୀ କରାଯାଉଥିବା ଅଭିଯୋଗ ହେଉଛି । ଦୀର୍ଘ ଏକମାସ ପରେ ମଣ୍ଡି ଖୋଲିଥିବା ଓ ଚାଷୀ ମାନେ ସୁଖିଲାଧାନ ମଣ୍ଡିକୁ ନେଉଥିଲେ ହେଁ ସେଠାରେ ମଣ୍ଡିକଟ ନାଁରେ ୫କିଲୋ ଧାନ କାଟୁଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି । ଆଜି ଆମେ ସଦର ବ୍ଲକର କୁଠୁର୍ଲା ପେକ୍ସକୁ ୧୧.୩୦ରେ ପହଞ୍ଚିଥିବା ବେଳେ ମଣ୍ଡିରେ ସଂପାଦକ ଉପସ୍ଥିତ ନଥିଲେ । ମଣ୍ଡିରେ ସାମାନ୍ୟ କିଛି ଧାନ ଗଦା ହୋଇଥିବା ବେଳେ ବହଲିର ଜୟହନୁମାନ ରାଇସମିଲର ଏକ ଟ୍ରକ ଛିଡା ହୋଇଥିବା ଦେଖାଯାଇଥିଲା । ମଣ୍ଡିରେ ଚାଷୀ ଉପସ୍ଥିତ ନଥିଲେ କି ଶ୍ରମିକ ମଧ୍ୟ ଉପସ୍ଥିତ ନଥିଲେ । ପେକ୍ସର ଡାଟା ଏଣ୍ଟ୍ରିଅପରେଟରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସଂପାଦକ ଜଣକ ସଦାଇପାଲି ପେକ୍ସ ଓ କୁଠୁର୍ଲା ପେକ୍ସର ଦାୟିତ୍ୱରେ ରହିଛନ୍ତି। ପ୍ରାୟ ୩୦ କିମି ଦୂରରେ ଥିବା ପେକ୍ସର ସଂପାଦକ କିଭଳି ଏଠାରେ ଦାୟିତ୍ୱ ନେଇ ଧାନ କିଣୁଛନ୍ତି ତାହା ଆଶ୍ଚର୍ଯ୍ୟ ଲାଗୁଛି । ସଂପାଦକ ମଣ୍ଡିକୁ ଆସୁନଥିବା ବେଳେ ଡାଟା ଏଣ୍ଟି ଅପରେଟର ଙ୍କ ହାତରେ ପରିଚାଳିତ କରିବାକୁ ଛାଡିଦେଇଛନ୍ତି । ଏପରିକି ଚାଷୀଙ୍କ ଧାନକୁ ମଣ୍ଡିରେ ଓଜନ କରାଯାଉନାହିଁ କିମ୍ବା ଧାନର ମାନ ମଧ୍ୟ ପରୀକ୍ଷା କରାଯାଉନାହିଁ । ଧାନ ଓଜନ ମେସିନ ଓ ଧାନର ମାନ ଯାଞ୍ଚ କରାଯାଉଥିବା ମେସିନକୁ ଏକ କୋଠରୀ ଭିତରେ ଭରିଦେଇଥିବା ଦେଖାଯାଇଥିଲା। ଚାଷୀଙ୍କ ଧାନକୁ ସିଧାସଳଖ ଜୟହନୁମାନ ରାଇସମିଲକୁ ପଠାଇଦେଇ ସେଠାରେ କ୍ୱିଣ୍ଟାଲ ପିଚ୍ଛା ୫କିଲୋ କଟନୀ କରି ବାକି ରିସିଭ ଧରାଇ ଦିଆଯାଉଛି । ଚାଷୀମାନେ ମଣ୍ଡି ବଦଳରେ ରାଇସ ମିଲର ସ୍ଲିପର ଓଜନ ଜାଣି ତାଙ୍କ ଧାନ ବିକ୍ରୀ ହୋଇଥିବା ଜାଣୁଛନ୍ତି । ସୁଖିଲା ଧାନକୁ ପେକ୍ସ କର୍ମଚାରୀ ଓ ମିଲର୍ସଙ୍କ ମଧୁଚନ୍ଦ୍ରିକାରେ ୫କିଲୋ କଟନୀ କରୁଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କୁଠୁର୍ଲା ପେକ୍ସର ସଂପାଦକ ଦାୟିତ୍ୱରେ ଥିବା ସଦାଇପାଲି ପେକ୍ସ ସଂପାଦକଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ ଉଠାଇ ନଥିଲେ । ଏହି ପେକ୍ସକୁ ଏପର୍ଯ୍ୟନ୍ତ ୧୦ହଜାର କ୍ୱିଣ୍ଟାଲର ଟାର୍ଗେଟ ଆସିଥିବା ବେଳେ ଡିସେମ୍ବର ୩୧ ସୁଦ୍ଧା ୫ହଜାର କ୍ୱିଣ୍ଟାଲ ଧାନ କିଣାଯାଇସାରିଥିବା ପେକ୍ସର ଡାଟା ଏଣ୍ଟ୍ରି ଅପରେଟର କହିଛନ୍ତି । ଠିକ ସେହିପରି ଆଜି କୁଡାସିଂଘା ପେକ୍ସ ବନ୍ଦଥିବା ଦେଖା ଯାଇଥିଲା । ସରକାରୀ କାର୍ଯ୍ୟଦିବସ ରେ ପେକ୍ସକୁ ଖୋଲିବାର ନୀୟମ ଥିଲେ ହେଁ ଆଜି କେଉଁ କାରଣରୁ ବନ୍ଦ କରାଯାଇଥିଲା ତାହା ଜଣାପଡିନଥିଲା । ଏହି ପେକ୍ସର ସଂପାଦକ ଆଶିଷ କୁମାର ସାହୁଙ୍କୁ ଫୋନରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ସେ ମଧ୍ୟ ଫୋନ ଉଠାଇନଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   13-Sep-2026
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026
  ଜିଲ୍ଲା  
ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   12-Sep-2026
  ଜିଲ୍ଲା  
*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   12-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   12-Sep-2026
  ଜିଲ୍ଲା  
ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   12-Sep-2026

You Might Also Like