-+91-9937148622 |

prerana_bgr@rediffmail.com |

  Friday 19th June 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା    (19-Jun-2026)       ||      ଲୋଇସିଂହା ବ୍ଲକ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନା ର ହିତାଧିକାରୀ ଙ୍କୁ ସୁବିଧା ପ୍ରଦାନ ଓ କାର୍ଯ୍ୟାଦେଶ ବଣ୍ଟନ    (19-Jun-2026)       ||      ତୃତୀୟ ଦିବସରେ ଶୀତଳ ଷଷ୍ଠୀ, ଆଳି ଶିବଙ୍କ ବରଯାତ୍ରୀ    (19-Jun-2026)       ||      ବାହାର ଜିଲ୍ଲାରୁ ଆସୁଛି ଧାନ !   (19-Jun-2026)       ||      *ଡାବୁଗାଁ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ*   (19-Jun-2026)       ||      ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା    (19-Jun-2026)       ||      ବାହାରିଲେ ଆଉ ଜଣେ କୋଟିପତି ଯନ୍ତ୍ରୀ   (19-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପଞ୍ଚମ ଦିବସରେ ଶିବ ପାର୍ବତୀଙ୍କ ବୈଦିକ ରୀତିରେ ବିବାହ ସମ୍ପୂର୍ଣ ।   (19-Jun-2026)       ||      *ଡାବୁଗାଁ ବ୍ଲକରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଲା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ....*   (19-Jun-2026)       ||      ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା    (19-Jun-2026)       ||      ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   (19-Jun-2026)       ||      ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ    (19-Jun-2026)       ||      ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ    (18-Jun-2026)       ||      ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   (18-Jun-2026)       ||      ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   (18-Jun-2026)       ||      *ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   (18-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   (18-Jun-2026)       ||      ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବା   (18-Jun-2026)       ||      ଡୁଙ୍ଗୁରିପାଲିରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ |ମା ପାର୍ବତୀଙ୍କୁ କନ୍ୟା ରୂପେ ପାଇ ମିଶ୍ର ଦମ୍ପତି ଆନନ୍ଦିତ   (18-Jun-2026)       ||      ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଶ୍ଚିମବଙ୍ଗ ଗସ୍ତ : ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନୃସିଂହନାଥ ଧାମ ପରିଦର୍ଶନ ପାଇଁ ନିମନ୍ତ୍ରଣ    (18-Jun-2026)       ||     

HOME   ଜିଲ୍ଲା

ଟିଟିଲାଗଡ଼ ନିମୁର୍ଲାରେ ବେଆଇନ କ୍ରସର, ସନ୍ଦେହ ଘେରରେ ପ୍ରଶାସନ

02-Jan-2026



ବଲାଙ୍ଗିର(ପ୍ରେରଣା ଖବର)-ଟିଟିଲାଗଡ଼ ତହସିଲ ଅନ୍ତର୍ଗତ ଦିଗଶିରା ପଞ୍ଚାୟତ ନିମୁର୍ଲା ଗ୍ରାମରେ ବେଆଇନ ଭାବରେ ଦୀର୍ଘ ବର୍ଷ ଧରି ପଥର ଖାଦାନ ଚାଲିଛି l ଅନବରତ ପ୍ରଚୁର ମାତ୍ରାରେ ପାହାଡ଼ ବିସ୍ଫୋରଣ ସହ ବଡ଼ ବଡ଼ କ୍ରସର ମେସିନ ଲଗାଇ ପଥର ଖନନ ହେଉଥିବା ନେଇ  ଖବରକାଗଜ ମାନଙ୍କରେ ବାରମ୍ବାର ତଥ୍ୟ ଭିତ୍ତିକ ଖବର ପ୍ରକାଶିତ ହୋଇଥିଲା l ଏନେଇ ୨୦୨୧ରେ ତତ୍କାଳୀନ ଉପଜିଲାପାଳ ସୌମେଶ ଉପାଧ୍ୟାୟ, ଖଣି ବିଭାଗ ସହ ଉକ୍ତ କ୍ରସରରେ ଚଢ଼ାଉ କରି ୬ କୋଟି ୫୮ ଲକ୍ଷ ଟଙ୍କା କ୍ରସର ମାଲିକ ଏଆରଏସଏସ ଉପରେ ଜୋରିମାନା କରିଥିବା ଗଣମାଧ୍ୟମକୁ ସୂଚିତ କରିଥିଲେ l  ଉକ୍ତ ବେଆଇନ କ୍ରସର ନେଇ ଅଞ୍ଚଳର ପରିବେଶ ପ୍ରଦୂଷିତ ହେଉଥିବା, ପାହାଡ଼ରେ ବିସ୍ଫୋରଣ ନେଇ ଆଖପାଖ ଗ୍ରାମ ଗୁଡିକର ଘର ଦୋହଲି ଉଠୁଥିବା  ବିଷୟରେ ତତ୍କାଳୀନ ଦିଗଶିରା ସରପଞ୍ଚ ଗୋଲକ ବିହାରୀ ସିଂଭୋଇ, କୁଶକେଲା ସରପଞ୍ଚ ହରିନାରାୟଣ ମିଶ୍ର, ସମାଜସେବୀ ସଞ୍ଜୀବ ସାହୁ, ବର୍ତମାନର ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରୀ ସଭାପତି ବୀରବର ସାହୁ ଟିଟିଲାଗଡ଼ ଉପଜିଲାପାଳ ଏବଂ ତହସିଲଦାରଙ୍କ ଠାରେ ଏନେଇ ଲିଖିତ ଅଭିଯୋଗ ମଧ୍ୟ ଦାଖଲ କରିଥିଲେ l ହେଲେ ସୂଚନା ଅନୁଯାୟୀ ଉକ୍ତ କମ୍ପାନୀ ଜୋରିମାନା ଟଙ୍କା ଆଦୌ ଭରଣା କରିନଥିବା ଜଣାଯାଇଛି l ଅନ୍ୟପକ୍ଷରେ ଉକ୍ତ କ୍ରସର ବର୍ତ୍ତମାନ ପୁଣି ସକ୍ରିୟ ହୋଇ ବେଆଇନ ପଥର ବୁହା ଚାଲିଥିବା ପୂର୍ବତନ ସରପଞ୍ଚ ଶ୍ରୀ ସିଂଭୋଇ ତଥା ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି l ଏନେଇ ଅଞ୍ଚଳର ଚାଷ ଜମି ପ୍ରଦୂଷିତ ହେଉଛି, ପଥର ଗୁଣ୍ଡ ବାୟୁରେ ମିଶି ଉଡୁଥିବା ନେଇ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେଉଥିବା ଅଭିଯୋଗ ହୋଇଛି l ଅନ୍ୟପକ୍ଷରେ ବେଆଇନ କ୍ରସର କରିଥିବା ମାଲିକଙ୍କ ଠାରୁ ଜୋରିମାନା ଟଙ୍କା ଅସୁଲ ବଦଳରେ ତତ୍କାଳୀନ ଉପଜିଲାପାଳ ଶ୍ରୀ ଉପାଧ୍ୟାୟ କମ୍ପାନୀ ଠାରୁ ସେ ସମୟରେ ଏକ ଶବ ବାହକ ଯାନ ଆଣି ନିଜ କାର୍ଯ୍ୟାଳୟ ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି ତତ୍କାଳୀନ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣାଙ୍କ ହସ୍ତରେ ଉଦଘାଟନ କରିଵା ଚର୍ଚ୍ଚାର ବିଷୟ ପାଲଟିଥିଲା l ତେବେ ଉକ୍ତ ଶବ ବାହକ ଯାନ ଉଦଘାଟନ ପରେ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ରହିବା ବଦଳରେ କୁଆଡେ ଗଲା ସେ ନେଇ ସ୍ଥାନୀୟ ଜନତା ଖୋଜଖବର ପାଉନାହାନ୍ତି l ଶବ ବାହକ ଯାନ ଆଣି ବେଆଇନ କ୍ରସର ମାଲିକକୁ ପ୍ରଶାସନ ହିରୋ କରିଦେଲା l ଜୋରିମାନା ଟଙ୍କା କୁଆଡେ ଗଲା ବୋଲି  ଜନସାଧାରଣ ରେ ପ୍ରଶ୍ନ ହୋଇଛି l ତେବେ ରାଜ୍ୟର ଜଣେ ବରିଷ୍ଠ ଅଧିକାରୀ ଙ୍କ ମଧ୍ୟସ୍ଥତା ରେ ଏକ ବଡ ଡିଲ ହୋଇଥିବା ଚର୍ଚା ହେଉଛି l କିଛି ଦିନ ବନ୍ଦ ପରେ ନିର୍ମୁଳl ର ଏହି ପଥର ଖାଦାନ ଓ କ୍ରସର୍ ଚାଲୁଥିବାରୁ ଏନେଇ ଜନଅସନ୍ତୋଷ ବଢୁଛି l ଏହି ଅଭିଯୋଗ ନେଇ ବଲାଙ୍ଗିର ଖଣି ଅଧିକାରୀ କିମ୍ବା ଟିଟିଲାଗଡ଼ ତହସିଲଦାର ମୁହଁ ଖୋଲିନାହାନ୍ତି l ବଲାଙ୍ଗିର ଖଣି ଅଧିକାରୀ ଚନ୍ଦ୍ରକାନ୍ତ ମହାନ୍ତ ଙ୍କୁ ପଚାରିବାରୁ କାଗଜପତ୍ର ଯାଞ୍ଚ କଲାପରେ ଏନେଇ କହିପାରିବି ବୋଲି କହିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା   19-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନା ର ହିତାଧିକାରୀ ଙ୍କୁ ସୁବିଧା ପ୍ରଦାନ ଓ କାର୍ଯ୍ୟାଦେଶ ବଣ୍ଟନ   19-Jun-2026
  ଜିଲ୍ଲା  
ତୃତୀୟ ଦିବସରେ ଶୀତଳ ଷଷ୍ଠୀ, ଆଳି ଶିବଙ୍କ ବରଯାତ୍ରୀ   19-Jun-2026
  ଜିଲ୍ଲା  
ବାହାର ଜିଲ୍ଲାରୁ ଆସୁଛି ଧାନ !   19-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ*   19-Jun-2026
  ଜିଲ୍ଲା  
ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା   19-Jun-2026
  ଜିଲ୍ଲା  
ବାହାରିଲେ ଆଉ ଜଣେ କୋଟିପତି ଯନ୍ତ୍ରୀ   19-Jun-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପଞ୍ଚମ ଦିବସରେ ଶିବ ପାର୍ବତୀଙ୍କ ବୈଦିକ ରୀତିରେ ବିବାହ ସମ୍ପୂର୍ଣ ।   19-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଲା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ....*   19-Jun-2026
  ଜିଲ୍ଲା  
ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା   19-Jun-2026
  ଅପରାଧ  
ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   19-Jun-2026
  ଜିଲ୍ଲା  
ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ   19-Jun-2026

You Might Also Like