-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||     

HOME   ଜିଲ୍ଲା

ଶିକେରପାଟ୍ ମହୋତ୍ସବ ୨୦୨୫–୨୬ ଉଦଯାପିତ ଆଦି ସଂସ୍କୃତି ପୁନର୍ଜୀବିତ — ଘୁଡୁକା ନାଚର ତାଳେ ଝୁମିଲେ ଦର୍ଶକ, ଆନନ୍ଦରେ ନାଚିଲେ କଳାକାର

30-Dec-2025



ତୁଷୁରା: (ପଞ୍ଚାନନ  ନାଏକ)  ବଲାଙ୍ଗିର ଜିଲ୍ଲାର ଖଡ଼ଙ୍ଗା ଅଞ୍ଚଳର ସାଂସ୍କୃତିକ ପରମ୍ପରା, ଆଦିବାସୀ ଐତିହ୍ୟ ଓ ଲୋକକଳାର ଏକ ଗରିମାମୟ ପରିଚୟ ଭାବେ ପରିଚିତ ଶିକେରପାଟ୍ ମହୋତ୍ସବ ୨୦୨୫–୨୬ ଗୁଡଭେଲା ବ୍ଳକ ଅନ୍ତର୍ଗତ ଘୁନା ମହୋତ୍ସବ ପଡ଼ିଆରେ ପାଞ୍ଚ ଦିନ ଧରି ଆୟୋଜିତ ହୋଇ ସୋମବାର ବିଳମ୍ବିତ ରାତିରେ ଅତ୍ୟନ୍ତ ଭବ୍ୟ, ସଫଳ ଓ ସ୍ମରଣୀୟ ଭାବରେ ଉଦଯାପିତ ହୋଇଯାଇଛି।
ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଘୁନା ମହୋତ୍ସବ ପଡ଼ିଆରେ ହଜାର ହଜାର ସଂସ୍କୃତିପ୍ରେମୀ ଦର୍ଶକଙ୍କ ଅଭୂତପୂର୍ବ ଭିଡ଼ ଦେଖିବାକୁ ମିଳିଥିଲା। ଘଞ୍ଚ ଜଙ୍ଗଲ ମଝିରେ ଶୀତୁଆ ରାତିରେ ଖୋଲା ଆକାଶ ତଳେ ବସି ରାତି ସାରା ଧରି ଆଦିବାସୀ ଓ ଲୋକସଂସ୍କୃତିର ନାଚ–ଗୀତର ଅନୁପମ ସମ୍ମିଳନ ଉପଭୋଗ କରିଥିଲେ ଦର୍ଶକମାନେ।
ବିଶେଷତଃ ଘୁଡୁକା ନାଚର ଜୀବନ୍ତ ତାଳ, ଦଣ୍ଡ ନୃତ୍ୟର ଆତ୍ମିକ ଆବେଗ, ପାଇକ ଆଖଡାର ବୀରତା ଓ ଘୋଡାନାଚର ଚମତ୍କାର ପ୍ରଦର୍ଶନ ସମଗ୍ର ମହୋତ୍ସବ ପରିବେଶକୁ ଉତ୍ସବମୟ କରିଦେଇଥିଲା। ଢୋଲ, ମହୁରୀ ଓ ଘୁଡୁକାର ତାଳେ ତାଳେ ଦର୍ଶକ ଆପଣାକୁ ସମ୍ଭାଳିପାରିନଥିବା ଭାବେ ଝୁମିଉଠିଥିବା ବେଳେ, କେତେକ ସମୟରେ ଅତିଥି କଳାକାରମାନେ ମଧ୍ୟ ମଞ୍ଚରେ ନାଚି ଉଠି ଦର୍ଶକଙ୍କ ଆନନ୍ଦକୁ ଦୁଗୁଣା କରିଦେଇଥିଲେ।
ମହୋତ୍ସବ କମିଟିର ସଭାପତି ରୋହିତ ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ସାଂସ୍କୃତିକ ସଭାରେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଏପରି ମହୋତ୍ସବ ଆଦି ସଂସ୍କୃତି, ଲୋକକଳା ଓ ପାରମ୍ପରିକ ନୃତ୍ୟର ସୁରକ୍ଷା ସହ ପୁନର୍ଜୀବନର ଏକ ସଶକ୍ତ ମାଧ୍ୟମ। ଏହା ଆଞ୍ଚଳିକ କଳାକାରମାନଙ୍କ ପାଇଁ ନିଜ ପ୍ରତିଭା ପ୍ରଦର୍ଶନର ଏକ ବିଶାଳ ମଞ୍ଚ ସୃଷ୍ଟି କରୁଛି ବୋଲି ସେ ମତ ପ୍ରକାଶ କରିଥିଲେ। ଆଗାମୀ ଦିନରେ ମହୋତ୍ସବକୁ ଆହୁରି ଉନ୍ନତ, ବ୍ୟାପକ ଓ ଆକର୍ଷଣୀୟ ଭାବରେ ଆୟୋଜନ କରିବା ସହ ଅଞ୍ଚଳର ସାର୍ବିକ ବିକାଶ ପାଇଁ ପ୍ରୟାସ ଜାରି ରହିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।
ସମ୍ମାନିତ ଅତିଥି ଭାବେ କଣ୍ଟାମାଳର ପୂର୍ବ ବିଧାୟକ ମହିଧର ରଣା, ଦେଓଗାଁ ବ୍ଲକର ପୂର୍ବ ଉପାଧ୍ୟକ୍ଷ ଲକ୍ଷ୍ମଣ ମେହେର, ଜିଲ୍ଲା ପରିଷଦ ସଭ୍ୟ ରାମନିବାସ ଅଗ୍ରୱାଲ, ବରିଷ୍ଠ କଂଗ୍ରେସ ନେତା ବିରେନ୍ଦ୍ର ବାଗ, ସଇତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଗମ୍ଭାରୀଗୁଡ଼ା ସମିତି ସଭ୍ୟ ରିନା କୁଶଳ ଓ ବିରାମୁଣ୍ଡା ସରପଞ୍ଚ ସଂଯୁକ୍ତା ପ୍ରଧାନ ପ୍ରମୁଖ ଯୋଗ ଦେଇ ସାଂସ୍କୃତିକ ଆନ୍ଦୋଳନକୁ ଆହୁରି ସଶକ୍ତ କରିବାର ଆହ୍ୱାନ ଦେଇଥିଲେ।
ଲମ୍ବୋଦର ମନହିରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଭାଗବତ ନାହାକ ସଭାକୁ ସୁଚାରୁ, ସଂଯମପୂର୍ଣ୍ଣ ଓ ସୁନିୟୋଜିତ ଭାବେ ସଂଯୋଜନା କରିଥିଲେ।
ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଏବଂ ଭାରତ ସରକାରଙ୍କ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ରର ସହଯୋଗରେ ଆୟୋଜିତ ଏହି ମହୋତ୍ସବରେ ଓଡିଶୀ–ଉତ୍କଳ ଡ୍ୟାନ୍ସ ଓ ଗବେଷଣା କେନ୍ଦ୍ର, ଖୋର୍ଦ୍ଧା; ମହାବୀର ପାଇକ ଆଖଡା, ଖୋର୍ଦ୍ଧା; ସାହିଯାତ୍ରା ଘୋଡାନାଚ, ଢେଙ୍କାନାଳ; କୃଷ୍ଣପ୍ରିୟା କଳାପରିଷଦ, ତୁଷୁରା; ଶିକେରପାଟ୍ କଳାପରିଷଦ, ରହେନମାଳ; ମାଁ ତୁଳସୀ ଦଣ୍ଡ ନୃତ୍ୟ, ସୋନପୁର ସହ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସିଥିବା ଅନେକ କଳାକାରମାନେ ନିଜ ନିଜ କଳାକୁ ଅତ୍ୟନ୍ତ ସଫଳତାର ସହ ପ୍ରଦର୍ଶନ କରିଥିଲେ।
ସମଗ୍ର ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁଧୀର ନାଏକ ସୁନିୟୋଜିତ ଓ ଶୃଙ୍ଖଳାବଦ୍ଧ ଭାବେ ପରିଚାଳନା କରିଥିବା ବେଳେ ଅରୁଣ ହରପାଲ ଧନ୍ୟବାଦ ଅର୍ପଣ କରି ମହୋତ୍ସବର ସଫଳତା ପାଇଁ ସମସ୍ତଙ୍କ ସହଯୋଗ ପ୍ରତି ଗଭୀର କୃତଜ୍ଞତା ଜଣାଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   13-Sep-2026

You Might Also Like