-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
30-Dec-2025
ନୂଆପଡ଼ା (ରାମନାଥ ପଣ୍ଡା)
ଅନେକ ଦିନର ଆଶାର ଶୁଭାରମ୍ଭ ସ୍ୱରୂପ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ହାଇ ସ୍କୁଲ ଖେଳ ପଡିଆ ଠାରେ ପୂଜାର୍ଚ୍ଚନା ସହିତ ପାତାଳ ଗଙ୍ଗା ମହୋତ୍ସବର ଶୁଭ ସ୍ତମ୍ଭ ସ୍ଥାପନ କରାଗଲା। ସ୍ଥାପନ ଅବସରରେ କର୍ତ୍ତା ଭାବେ ସଭାପତି ଲମ୍ବୋଦର ନିଆଲ ଅବସ୍ଥାପିତ ଥିବାବେଳେ ଉପସଭାପତି ଯୋଗେନ୍ଦ୍ର ନାଥ ମାଝୀ, ସମ୍ପାଦକ ଗଣେଶ ଦଣ୍ଡସେନା , ସହ ସମ୍ପାଦକ ରାଜୁ ହେର୍ଣା, କୋଷାଧ୍ୟକ୍ଷ ରୋହିତ ଦଣ୍ଡସେନା, ପୁରୋହିତ ଭୁବନେଶ୍ୱର ପାଣିଗ୍ରାହୀ, ଝାଙ୍କର ମୋହନ ମାଝୀ , ଯତିରାଜ ଦଣ୍ଡସେନା, ରିଖିରାମ କାଣ୍ଡ, ବେଣୁଧର ଜଗତ, ଉଦ୍ଧବ ମାଝୀ, ଚମରୁ ମାଝୀ, ଅତିନ୍ଦ୍ର ମଲ୍ଲିକ, ବିଜୟ ଦଣ୍ଡସେନା, ସହସ୍ରାନ୍ସୁ ଯୋଷୀ, ଉମା ବେହେରା, ଓଁକାର ମାଝୀ, ନାରାୟଣ ବାଗ, ଦିନେଶ ଦଣ୍ଡସେନା ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଆସନ୍ତା ଜାନୁଆରୀ ମାସ ୨୧ ,୨୨,୨୩ ଓ ୨୪ ତାରିଖ ଚାରି ଦିନ ଧରି ପାତାଳଗଙ୍ଗା ମହୋତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ଦ୍ଵାରା ସ୍ଥିରୀକୃତ କରାଯାଇଛି।