-+91-9937148622 |
prerana_bgr@rediffmail.com |
Thursday 10th September 2026 |
R.N.I. Regd No. ODIODI/2010/46693
Breaking News
26-Dec-2025
ଲୋଇସିଂହା, (ବିନୋଦ ଦୀପ)ବଡଟିକା କ୍ରୀଡା ସଂଘ ଆନୁକୂଲ୍ଯରେ ଆୟୋଜିତ ଦ୍ବିତୀୟ ରାଜ୍ଯ ସ୍ତରୀୟ ବଡଟିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ ପୁଲ୍ - ବି ର ଦ୍ବିତୀୟ କ୍ବାଟର୍ ଫାଇନାଲ୍ ଦ୍ବିତୀୟ କ୍ବାଟର୍ ଫାଇନାଲ୍ ସୁରଜ-୧୧ ଫୁଲବାଣୀ ଓ ସ୍ପୋର୍ଟସ ହଷ୍ଟେଲ ବଲାଙ୍ଗିର ମଧ୍ଯରେ ଅନୁଷ୍ଠିତ ହୋଇଥିଲା ।ଆଜିର ଖେଳରେ ସୁରଜ-୧୧ ଫୁଲବାଣୀ ଟ୍ରାଇବ୍ରେକର୍ ଜରିଆରେ ରେ ବିଜୟୀ ହୋଇ ପୁଲ୍ -ବି ର ସେମି ଫାଇନାଲ୍ କୁ ପ୍ରବେଶ କରିଛି ।ଏହି ଅବସରରେ ମୁଖ୍ଯ ଅତିଥି ଭାବେ ବିଜେଡି ବିଧାୟକ ପ୍ରାର୍ଥି ନିହାର ରଞ୍ଜନ ବେହେରା ଯୋଗଦେଇ ଥିବାବେଳେ ପୂର୍ବତନ ବଡଟିକା ଗ୍ରାମ ପଞ୍ଚାୟତ ସରପଞ୍ଚ ତଥା ପେକ୍ସ୍ ସଭାପତି କଳାରସିଂ ବାଗ, ବଡଟିକା ଆୟୁର୍ବେଦିକ ଚିକିତ୍ସା ଅଧିକାରୀ ଡକ୍ଟର ଆଶାମୟୀ ସାହୁ,ରେଲବାଇ ଇଞ୍ଜିନିୟର୍ ଭକ୍ତ ଚରଣ ସାହୁ, ଆଗଲପୁର ବ୍ଲକ୍ ଭାଇସ୍ ଚେୟାରମ୍ଯାନ୍ ନିରୁପମା ପଧାନ,ଆଗଲପୁର ବ୍ଲକ୍ ବିଜେଡି ସଭାପତି ପଞ୍ଚୁ ପଧାନ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ମ୍ଯାଚ୍ କମିଶନର୍ ସୁଦୟ କୁମାର ବାରିକ ଙ୍କ ପ୍ରତ୍ଯକ୍ଷ ତତ୍ତାବଧାନରେ ରାଜ୍ କୁମାର ମଣ୍ଡଳ, କରୁଣାକର ପଧାନ ,ସୁଧାଂଶୁ ଶେଖର ସେଠ୍, ଓ ରୋଶନ୍ ମେହେର ଆଜିର ଖେଳକୁ ପରିଚାଳନା କରିଥିଲେ । ସୁରଜ-୧୧ ଫୁଲବାଣୀ ଦଳର ଗୋଲ୍ କିପର୍ ରବିଦୌଲ୍ ଆଜିର ଖେଳର ଶ୍ରେଷ୍ଠ ଖେଳାଳି ଭାବେ ମୁଖ୍ଯ ଅତିଥିଙ୍କଠାରୁ ପୁରସ୍କୃତ ହୋଇଥିଲେ । ବଡଟିକା କ୍ରୀଡା ସଂଘର କାର୍ଯ୍ୟକ୍ରମ ସଂଯୋଜକ ଋଷଭ ପଧାନ ମଞ୍ଚ ପରିଚାଳନା କରିଥିବା ବେଲେ ହିମାଶୁ ଦଳପତି ଧାରା ବିବରଣୀ ପ୍ରଦାନ କରିଥିଲେ । କ୍ରୀଡା ସଂଘର ସଭାପତି ଭୁବନେଶ୍ବର ଧରୁଆ, ଉପ ସଭାପତି ଗୋପାଳ ବିଶ୍ବାଳ, ସଂପାଦକ ଅନିଋଦ୍ଧ ଭୋଇ, ସହ ସଂପାଦକ ମନରଞ୍ଜନ ବିଶ୍ବାଳ, କୋଷାଧ୍ୟକ୍ଷ ରାଜୁ ପଧାନ, ଶୁଶିଲ ବିଶ୍ବାଲ,ଯୁବ ସ୍ବେଚ୍ଛାସେବୀ ଡୋଳାମଣି ଦଳପତି ତଥା କ୍ରୀଡା ସଂଘ ର ସମସ୍ତ ସଭ୍ଯ ତଥା ଗ୍ରାମବାସୀ ସହଯୋଗ କରିଥିଲେ । ଆସନ୍ତା କାଲି ପୁଲ୍ - ବି ର ଦ୍ବିତୀୟ ସେମି ଫାଇନାଲ୍ ସୁରଜ-୧୧ ଫୁଲବାଣୀ ଓ ଆଦର୍ଶ କ୍ଲବ୍ ଝାରସୁଗୁଡା ମଧ୍ଯରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ସୂତ୍ର ରୁ ପ୍ରକାଶ l