-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
23-Dec-2025
ବଲାଙ୍ଗୀର(ପ୍ରେରଣା ଖବର): ପୂର୍ବତନ ଆଇନ ମନ୍ତ୍ରୀ ତଥା ବଲାଙ୍ଗୀର ର ପୂର୍ବତନ ବିଧାୟକ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଆଜି ୮୬ବର୍ଷରେ ପଦାର୍ପଣ କରିଛନ୍ତି l ଜଣେ ଛାତ୍ର ନେତା ଓ ପରବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ ଆଇନଜୀବୀ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ଶ୍ରୀ ମିଶ୍ର ଓଡ଼ିଶା ରାଜନୀତି କ୍ଷେତ୍ରରେ ଯେତେ ସଫଳ ହୋଇଛନ୍ତି ତାଠାରୁ ଢେର୍ ଅଧିକ ଓକିଲାତି ପେଶାରେ ନିଜର ଶ୍ରେଷ୍ଠତା ପ୍ରମାଣିତ କରିଛନ୍ତି l ଆଜି ନରସିଂହ ମିଶ୍ରଙ୍କ ୮୬ତମ ଜନ୍ମଦିବସରେ ଜିଲ୍ଲାର ବହୁ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି l ଆଜି ଦିନତମାମ ଶ୍ରୀ ମିଶ୍ରଙ୍କ କ୍ଲବ ପଡା ବାସଭବରେ ଶୁଭେଚ୍ଛୁ ଙ୍କ ଭିଡ ଜମିଥିଲା l ବଲାଙ୍ଗୀର
ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥ ଓ ସମ୍ପାଦକ ସଞ୍ଜୟ ବଗର୍ତ୍ତୀଙ୍କ ନେତୃତ୍ଵରେ ଏକ ଟିମ୍ ନରସିଂହ ମିଶ୍ରଙ୍କ ବାସଭବନ କୁ ଯାଇ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜ୍ଞାପନ କରିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ସଂଘର ଉପସଭାପତି ସୁଧାଂଶୁ ଦେଓ, ବରିଷ୍ଠ ଆଇନଜୀବୀ ପ୍ରମୋଦ ତ୍ରିପାଠୀ, ଶଙ୍କର ମିଶ୍ର, ଉମା ଶଙ୍କର ସାହୁ ପ୍ରମୁଖ ପୂର୍ବତନ ବିଧାୟକ ଶ୍ରୀ ମିଶ୍ର ଙ୍କ ଦୀର୍ଘଜୀବନ କାମନା କରିଛନ୍ତି l ଶ୍ରୀ ମିଶ୍ରଙ୍କ ବଲାଙ୍ଗୀର ରେ ୧୦ବର୍ଷର ବିଧାୟକତ୍ୱ ସମୟରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଦିଗରେ କରିଥିବା କାର୍ଯ୍ୟ କୁ ମନେ ପକାଇ ତାଙ୍କର ଆଦର୍ଶ ସମସ୍ତଙ୍କ ପାଇଁ ଅନୁକରଣୀୟ ହେଉ ବୋଲି କୁହାଯାଇଛି