-+91-9937148622 |
prerana_bgr@rediffmail.com |
Friday 11th September 2026 |
R.N.I. Regd No. ODIODI/2010/46693
Breaking News
23-Dec-2025
(ପ୍ରିୟଦର୍ଶିନୀ ପାତ୍ର)
-ଡାବୁଗାଁରେ ସ୍ବଛତା ର ପର୍ବ ବଅଁଳାନୀ ଯାତ୍ରା ପାଳିତ ହୋଇ ଯାଇଛି। ଗାଁ ପରିବେଶକୁ ନିର୍ମଳ ରଖିବା ଏବଂ ରୋଗମୁକ୍ତ ରଖିବା ପାଇଁ ଏହି ପର୍ବ ନବରଙ୍ଗପୁର ଜିଲ୍ଲାର ଅନେକ ସ୍ଥାନରେ ପାଳନ କରାଯାଏ। ଗୋ ପୂଜନ ପର୍ବ ଦିଆଲି ପୂର୍ବରୁ ପାଳନ ହେଉଥିବା ଏହି ପର୍ବ କୁ ବଡ଼ ବଅଁଳାନୀ ବୋଲି କୁହାଯାଏ। ଗାଁ ର ମାଁ ଦୁଲାର୍ଦେଈ ମନ୍ଦିର ରୁ ଗାଁ ପରିକ୍ରମା କରି ମାଁ ଙ୍କ ଶିରା, ଭୈରବ ଶିରା ଏବଂ ଗାଁ ବାସୀ ଗାଁ ର ଶେଷ ପ୍ରାନ୍ତରେ ପୂଜା ଅର୍ଚ୍ଚନା କରି ଯାତ୍ରା ର ସମାପ୍ତି କରିଥିଲେ। ଏବଂ ସେହି ସ୍ଥାନ ରେ ପରମ୍ପରିକ ରୀତି ନୀତିରେ ପୂଜାର୍ଚନା ପରେ ଭଜିଭାତ କରି ନିଜ ନିଜ ଘରକୁ ଫେରିଥିଲେ । ଆଜି ସେଠାରେ ଗାଁ ପରିବେଶକୁ ନିର୍ମଳ ରଖିବା ପାଇଁ ଗାଁ ର ଅଳିଆ ଆବର୍ଜ୍ଜନା କୁ ବିସର୍ଜନ କରାଯାଇଥିଲା।ସ୍ବଛତାର ପର୍ବ ବଅଁଳାନୀ ଯାତ୍ରା ସମୟରେ ଗ୍ରାମର ପୂଜାରୀ, ସିରା ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ