-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||     

HOME   ଜିଲ୍ଲା

ଜିଲ୍ଲା ଲେଖକ ପରିଷଦର ସଭାପତିଙ୍କୁ ଧମକ

23-Dec-2025



ବଲାଙ୍ଗୀର(ପ୍ରେରଣା ଖବର): ଜିଲ୍ଲା ଲେଖକ ପରିଷଦର ସଭାପତି ମଳୟ ମିଶ୍ରଙ୍କୁ ଜିଲ୍ଲା ଲେଖକ ପରିଷଦରୁ ବହିଷ୍କାର କରିବାକୁ  ଆୟୋଜିତ ଏକ ପରିଷଦ ବିରୋଧୀ ବୈଠକକୁ ଡାକି ସେ ନଗଲେ ପରିସ୍ଥିତି ଭୟାବହ ହେବ ବୋଲି ସୁଶାନ୍ତ ବାଗ ନାମକ ଜଣେ ଧମକ ଦେଇଛନ୍ତି । ଶ୍ରୀ ମିଶ୍ର  ପରିଷଦର ବିନା ସହମତିରେ ସେ କିପରି ଓ କାହିଁକି ସେଭଳି ଏକ ଅବୈଧ ଗୋଷ୍ଠୀର ଅକାରଣ ବିରୋଧୀ ସମାବେଶକୁ ଯିବେ ବୋଲି ପଚାରିବାରୁ ଉକ୍ତ  ବ୍ୟକ୍ତି ଫୋନ୍ ରେ ତାଙ୍କୁ ଧମକଚମକ ଦେବା ସହ ନ ଆସିଲେ , ତମକୁ ବହିଷ୍କାର କରାଯିବ , ତମ ଘରକୁ ଯିବୁ ବୋଲି ଧମକ ଦେଇଛନ୍ତି । ସଭାପତି ଶ୍ରୀ ମିଶ୍ର  ' ଏପରି ହେଲେ , ସେ ଆଇନକାନୁନର ଆଶ୍ରୟ ନେଇ ଥାନାକୁ ଯିବେ ବୋଲି କହିବାରୁ ,ତୁମେ ଥାନାକୁ ଯିବ ବୋଲି ଆମେ ଜାଣିଛୁ , ସେ ବାଟ ମଧ୍ଯ ଆମେ କରି ରଖିଛୁଁ ' ବୋଲି ଆହୁରି ଧମକ ଦେଇଛନ୍ତି ।

ଏଣୁ ଏ ସମ୍ପର୍କରେ ଶ୍ରୀ ମିଶ୍ର ଜିଲ୍ଲା ଲେଖକ ପରିଷଦର ସମ୍ପାଦକ କପିଳେଶ୍ଵର ଖମାରୀ , ଉପସଭାପତି ମୁରଲୀଧାରୀ ପତି , ଯୁଗ୍ମ ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜୀ , କୋଷାଧ୍ୟକ୍ଷ ଅଜିତ କୁମାର ମହାନ୍ତି , ସହ ସମ୍ପାଦକ ରଘୁ ନନ୍ଦନ ସିଂ ଓ  ବଲାଙ୍ଗୀର, ପାଟଣାଗଡ,  ଟିଟିଲାଗଡ, ତରଭା ଓ ସୋନପୁରର ଉପସଭାପତି ତଥା କାର୍ଯ୍ୟନିର୍ବାହୀ ସମସ୍ତ ସଦସ୍ୟଙ୍କୁ ଅବଗତ କରିବା ସହ  ପରିଷଦର ଏକ ଜରୁରୀକାଳୀନ ବୈଠକ ଆହୂତ କରାଯିବାକୁ ପରିଷଦର ସମ୍ପାଦକଙ୍କୁ ନିର୍ଦ୍ଦେଶ ଦେବା ସହ ସ୍ଥାନୀୟ ବଲାଙ୍ଗୀର ଟାଉନ୍ ଥାନାରେ ଏହି ବ୍ଯକ୍ତି ଓ ତାଙ୍କ ସମେତ ଏଭଳି ଚକ୍ରାନ୍ତକାରୀ ବିରୋଧୀ ଗୋଷ୍ଠୀଙ୍କ ଆପରାଧିକ ଆକ୍ରମଣର ଧମକ ବିରୁଦ୍ଧରେ ଏକ ଆଇନଗତ ଏତଲା ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ପ୍ରକାଶ  ।

ଉଲ୍ଲେଖଯୋଗ୍ଯ ଯେ , ଶ୍ରୀ ମିଶ୍ର  ଓଡିଶାର ଜଣେ ପ୍ରତିଷ୍ଠିତ ଲେଖକ ଓ ସେ ବିଗତ ଦୀର୍ଘ ୮ ବର୍ଷରୁ ଉର୍ଦ୍ଧ୍ବକାଳ ଧରି ବଲାଙ୍ଗୀର ଜିଲ୍ଲା ଲେଖକ ପରିଷଦର ସର୍ବ ସମ୍ମତ ସଭାପତି ଭାବେ ନିର୍ବାଚିତ ହୋଇ ଅବସ୍ଥାପିତ ରହିଛନ୍ତି । ତାଙ୍କ ନେତୃତ୍ୱରେ ଚଳିତବର୍ଷର '୧୮ ତମ ବଲାଙ୍ଗୀର ବହିହାଟ- ୨୦୨୬ ' ନିମନ୍ତେ ପ୍ରସ୍ତୁତି ଚାଲିଛି ।  ପରିଷଦ ପକ୍ଷରୁ ବହିହାଟ ସକାଶେ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆର ପୂର୍ବବର୍ଷଗୁଡ଼ିକ ପରି ଆଗାମୀ ଜାନୁଆରୀ ୮ ରୁ ୧୦ ଦିନ ପର୍ଯ୍ୟନ୍ତ ବୁକିଂ ପାଇଁ ଆବେଦନ କରାଯାଇଥିଲା , ଯାହାକି ଆଗାମୀ ବଲାଙ୍ଗୀର ଲୋକଉତ୍ସବ ସକାଶେ ଘୁଞ୍ଚାଇ ଦିଆଯାଇ ଆଗାମୀ ଫେବୃୟାରୀରେ କରାଯିବାକୁ ସ୍ଥିର  କରାଯାଇଛି ।ଆହୁରି ମଧ୍ଯ ପରିଷଦର କମିଟି ସଦସ୍ୟଙ୍କ ସମେତ ୪/୫ ଦିନ ତଳେ ଭୁବନେଶ୍ୱର ଯାଇ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶାଳୟରେ ଉପନିର୍ଦ୍ଦେଶକଙ୍କୁ ଭେଟି ଆଗାମୀ ବହିହାଟ ସକାଶେ ଆବେଦନ ପୂର୍ବକ ଆଲୋଚନା କରି ଫେରିଛନ୍ତି ।

ପ୍ରକାଶ ଯୋଗ୍ଯ ଯେ , ଚଳିତ ଜିଲ୍ଲା ଲେଖକ ପରିଷଦର ସୁପରିଚାଳନାରେ ବିଗତ ୮ ବର୍ଷ ଧରି   ରାଜ୍ୟସ୍ତରୀୟ 'ବଲାଙ୍ଗୀର ବହିହାଟ ' ଅନୁଷ୍ଠିତ ହୋଇ ଆସୁଥିବା ସହ ବିଭିନ୍ନ ପୁସ୍ତକ ଉନ୍ମୋଚନ, ଦିବଂଗତ ଲେଖକଙ୍କର ସ୍ମୃତିସଭା ଓ ସାରସ୍ବତ ଉତ୍ସବ ମାନ ଅନୁଷ୍ଠିତ ହୋଇ ଆସୁଛି ।  ଏସବୁ ନିମନ୍ତେ କୌଣସିପ୍ରକାର ବାହାରୁ ଚାନ୍ଦା କିମ୍ବା ଆର୍ଥିକ ଅନିୟମିତତା ନାହିଁ । 

ତେବେଏଥିରେ କେତେକ ପୂର୍ବ କର୍ମକର୍ତ୍ତାଙ୍କ ସହ ମିଶି କିଛି ସ୍ବାର୍ଥାନ୍ବେଷୀ ତଥାକଥିତ ବିରୋଧୀ ଈର୍ଷାପରାୟଣ ହୋଇ ଅସହିଷ୍ଣୁତା ବଶତଃ ମଝିରେ ମଝିରେ ଏଭଳି ପରିଷଦବିରୋଧୀ କାର୍ଯ୍ୟକଳାପରେ ଜଡିତ ରହି ଆସୁଛନ୍ତି । ଏଣୁ ଜନସାଧାରଣଙ୍କ ଅବଗତି ନିମନ୍ତେ ଏହା ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ପ୍ରକାଶ କରାଗଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026
  ଜିଲ୍ଲା  
Hjk   11-Sep-2026
  ଜିଲ୍ଲା  
ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   11-Sep-2026
  ଜିଲ୍ଲା  
ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା   11-Sep-2026

You Might Also Like

                                   
  ଜିଲ୍ଲା  

Hjk