-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
19-Dec-2025
କଣ୍ଟାମାଳ(ଜୟକୁମାର ମହାରଣା): କଳିଙ୍ଗୋଦୟ ପବ୍ଲିକ ସ୍କୁଲ ର ୪ର୍ଥ ବାର୍ଷିକୋତ୍ସବ “ସପ୍ନୋକି ଉଡାନ -୨୦୨୫” ବୁଧବାର କଣ୍ଟାମାଳ ହାଇସ୍କୁଲ ଖେଳ ପଡିଆ ଠାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଶେଷ ହୋଇଯାଇଛି l ପ୍ରତିଷ୍ଠାତା ସାଗର ବଗର୍ତ୍ତୀ ଓ ହେମବନ୍ତି ବାଘଙ୍କ ତତ୍ୱାବଧାନ ରେ ଆୟୋଜିତ ବାର୍ଷିକୋତ୍ସବରେ କଣ୍ଟାମାଳ ଥାନାଧିକାରୀ ରଞ୍ଜିତ କୁମାର ମୁନି ମୁଖ୍ୟଅତିଥି, ସୋନପୁର ରାଜ କଲେଜର ବରିଷ୍ଠ ପ୍ରାଧ୍ୟାପକ ଉମାକାନ୍ତ ନାଗ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ଏବିଇଓ କଣ୍ଟାମାଳ ଶ୍ରୀମତୀ ଲକ୍ଷ୍ମୀ ମଲିକ, ସମାଜସେବୀ ଶିତିକଣ୍ଠ ମିଶ୍ର,ସ୍କୁଲ ପରିଚାଳନା କମିଟି ସଭାପତି ପ୍ରଣବ କିଶୋର ସାହୁ,ବରିଷ୍ଠ ସାମ୍ବାଦିକ ଜୟ କୁମାର ମହାରଣା ପ୍ରମୁଖ ଯୋଗଦେଇ
ଅଞ୍ଚଳରେ ଇଂରାଜୀ ମାଧ୍ୟମ ଶିକ୍ଷା କ୍ଷେତ୍ରରେ କଳିଙ୍ଗୋଦୟ ପବ୍ଲିକ ସ୍କୁଲର ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l କଳିଙ୍ଗୋଦୟ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ସାହୁ ପ୍ରାରମ୍ଭିକ ସୂଚନା, ଶିକ୍ଷକ ଅମୀୟ ହୋତା ବାର୍ଷିକ ବିବରଣୀ ପାଠ ଓ ସୂର୍ଯ୍ୟକାନ୍ତ ସାହୁ ସ୍ୱାଗତ ଅଭିଭାଷଣ ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ l ବିଦ୍ୟାଳୟ ପ୍ରତିଷ୍ଠାତା ସାଗର ବଗର୍ତ୍ତୀ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ l ବିଭିନ୍ନ ପ୍ରତିଯୋଗିତା ଓ ବିଦ୍ୟାଳୟର ପ୍ରତିଭାଧାରୀ କୃତୀ କୁନିକୁନି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ l ଶିକ୍ଷୟିତ୍ରୀ ଭାର୍ଗବୀ ରଣା ଓ ହର୍ଷ ଖମାରି ପୁରସ୍କାର ବିତରଣରେ ସହଯୋଗ କରିଥିଲେ ।
ପରେ ଶିକ୍ଷକ ଅନିଲ ହରିପାଲ ଙ୍କ ସଂଯୋଜନାରେ ରଙ୍ଗାରଙ୍ଗ ସାଂକୃତିକ କାର୍ଯ୍ୟକ୍ରମ ହୋଇଥିଲା l ଏଥିରେ ବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ୱାରା ଶିବତାଣ୍ଡବ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା l କୁନିକୁନି ଶିଶୁ ମାନଙ୍କ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଶହ ଶହ ଅଭିଭାବକ ଅଭିଭାବିକା ଶୀତ ରାତିରେ ମନଭରି ଉପଭୋଗ କରିଥିଲେ l ବାର୍ଷିକ ଉତ୍ସବ “ସପ୍ନୋକି ଉଡାନ -୨୦୨୫” କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଓ କର୍ମକର୍ତ୍ତା ମାନେ ପରିଚାଳନାରେ ସହଯୋଗ କରିଥଲେ l