-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
11-Dec-2025
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର) ଡାବୁଗାଁ ଠାରେ ଧୂମଧାମରେ ପାଳନ କରା ଯାଇଛି ବ୍ଲକ ସ୍ତରୀୟ ସାଂସ୍କୃତିକ ମଣ୍ଡେଇ । ଏହି ଅବସରରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ , ଝରିଗାଁ ବିଧାୟକ ନରସିଂହ ଭତ୍ରା, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମତିରାମ ନାୟକ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ଉପାଧ୍ୟକ୍ଷ ସଦାନନ୍ଦ ନାୟକ , ବିଡ଼ିଓ ଶରତ ମାଝୀ, ଆଇନଜୀବି ଜୟନ୍ତ କୁମାର ପାତ୍ର, ଜେ ରାଜଶେଖର ରାଓ, ଏମ୍ ଆପା ରାଓ, ସୋମନାଥ ପୂଜାରୀ, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଷୟୀ ଓ ଧନସିଂ ଭତ୍ରା, ଡାବୁଗାଁ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର, ଡାବୁଗାଁ ବିଜେପି ସଭାପତି ମନୋଜ ପାତ୍ର, କଂଗ୍ରେସ ସଭାପତି ଜି ସାଇ ରାଜୁ, ଜି କିରଣ ପ୍ରମୁଖ ଏକ ବିଶାଳ ଶୋଭାଯାତ୍ରା ରେ ମାଁ ଦୂଲାରଦେଈ ମନ୍ଦିର ରୁ ଭୈରବ ମନ୍ଦିର ପଡ଼ିଆ ପର୍ଯ୍ୟନ୍ତ ଆସିଥିଲେ। ଭୈରବ ମନ୍ଦିର ପଡ଼ିଆ ରେ ଏକ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।