-+91-9937148622 |

prerana_bgr@rediffmail.com |

  Saturday 25th July 2026 |

| | | |

R.N.I. Regd No. ODIODI/2010/46693

Breaking News

ବରଗଡ଼ ଲାୟନ୍ସ କ୍ଳବ୍ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ    (25-Jul-2026)       ||      ତରାବୋଇରେ ଧୁମ,ଧାମରେ ପାଳିତ ହେଲା ୪୬ତମ ବାହୁଡ଼ା ଯାତ୍ରା   (25-Jul-2026)       ||      ଖବର ଆଜିର ତାରିଖ ୨୫/୦୭/୨୬, ଶନିବାର    (25-Jul-2026)       ||      କଣ୍ଟାବାଞ୍ଜି ଡାକ୍ତରଖାନାରେ ଶବକୁ କାନ୍ଧରେ ବୋହିବା ଘଟଣା: ଭାଇରାଲ ଭିଡିଓକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ ସରକାର ଙ୍କୁ ବଦନାମ ଚକ୍ରାନ୍ତ    (25-Jul-2026)       ||      ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ   (25-Jul-2026)       ||      ବଲାଙ୍ଗୀର ଦିବ୍ୟଜୀବନ ସଂଘ ରେ ପବିତ୍ର ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା    (25-Jul-2026)       ||      ନିଟ୍ ୟୁଜି ପେପର୍ ଲିକ୍ ଏବଂ ଦିଲ୍ଲୀରେ ଛାତ୍ର ପ୍ରତିବାଦକାରୀଙ୍କ1ଙ୍କ ଉପରେ ପୁଲିସର ବର୍ବରତାକୁ ନିନ୍ଦା କରି ସମ୍ବଲପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ    (25-Jul-2026)       ||      ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିଛି ବିଜୁ ଜନତା ଦଳ ନେତାଙ୍କ ପ୍ରତିବାଦ ସମ୍ବଲପୁର ଜିଲ୍ଲା..   (25-Jul-2026)       ||      ଦୁଇ ପାଦ୍ ଦୂର୍ ସର୍ଟ ଫିଲ୍ମ ର ଶୁଭ ମୁହରତ    (24-Jul-2026)       ||      ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ   (24-Jul-2026)       ||      ମୂଖ୍ଯମନ୍ତ୍ରୀ ସଡକ ଯୋଜନାରେ ମଞ୍ଜୁରୀ ହୋଇଥିବାରୁ ବିଧାୟକ ସନତ ଗଡତିଆଙ୍କୁ ଅଞ୍ଚଳବାସୀଙ୍କ ପ୍ରଂଶସା   (24-Jul-2026)       ||      ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   (24-Jul-2026)       ||      ଜିଲ୍ଲା ପ୍ରଶାସନର ପ୍ରଭାବ - ଏକକ ବ୍ୟବହୃତ ପ୍ଲାଷ୍ଟିକ ଦନା ପରିବର୍ତ୍ତେ ପତ୍ରର ବ୍ୟବହାର   (24-Jul-2026)       ||      *ଚତୁର୍ଦ୍ଧା ମୂର୍ତ୍ତୀ ରଥାରୂଢ଼ ହେବା ପରେ ଡାବୁଗାଁରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ*   (24-Jul-2026)       ||      ଭରସୂଜା ଅମୃତ ଧାରା ସୁଚାରୁ  ରୂପେ ପରିଚାଳିତ, ଏହାକୁ ନେଇ ବ୍ଲକ ଉପାଧ୍ୟାକ୍ଷା ଙ୍କ ପ୍ରେସବିବୃତି    (24-Jul-2026)       ||      ପଞ୍ଚ ଦିବସୀୟ ଇଂରାଜୀ ତାଲିମ ଶିବିର, ଶିକ୍ଷକ ଙ୍କୁ ଶିକ୍ଷାଦାନ କଲେ ଜିଲ୍ଲାପାଳ   (24-Jul-2026)       ||      ବରପାଲି ଅଞ୍ଚଳର ଝିଅ ପିଙ୍କି ହଂଶା ହେଲେ ଜାତୀୟ ଫୁଟବଲ ରେଫରି   (24-Jul-2026)       ||      ଗଇଁତାଳାର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ସୁଧାଂଶୁ ଶେଖର ନାଏକଙ୍କ ପରଲୋକ   (24-Jul-2026)       ||      ବିନିକା ହାଇସ୍କୁଲରେ ପରିବେଶ ସୁରକ୍ଷା ସଚେତନତା ଓ ଆର୍ଥିକ ସାକ୍ଷରତା ଶିବିର   (24-Jul-2026)       ||      ଶ୍ରୀ ଜଗନ୍ନାଥ ଙ୍କ କଳ୍କୀ ବେଶ ଦର୍ଶନ*- *ମା ଇଷ୍ଟଦେବୀ ମେଲୋଡି ଉମାକାନ୍ତ ବାରିକ ଙ୍କ ସମ୍ବଲପୁରୀ ଗୀତ ନାଚ ରେ ଝୁମିଲେ ଦର୍ଶକ*   (24-Jul-2026)       ||     

HOME   ଜିଲ୍ଲା

୪୨ ବର୍ଷ ପରେ ସିବିଆଇ ମାଲଖାନା ରୁ ଆଜି ବାହାରିଲେ ସୁବର୍ଣ୍ଣପୁର ର ଶ୍ରୀ ଗୋପାଳଜୀ ମହାପ୍ରଭୂ ଙ୍କ ୧୨ ଗୋଟି ପ୍ରାଚୀନ ମୂର୍ତ୍ତି

10-Dec-2025



ସୋନପୁର (ମନୋରଞ୍ଜନ ତ୍ରିପାଠୀ)
 ସୋନପୁର ଶ୍ରୀ ଗୋପାଳଜୀ ମନ୍ଦିରରୁ ଚୋରି ହୋଇଥିବା ୧୨ ଗୋଟି ପ୍ରାଚୀନ ମୂର୍ତ୍ତି  ଜବତ ହେବା ଘଟଣାକୁ ୪୨ ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ ସୋନପୁର ଫେରି ନ ଥିଲା l ଏହି ସବୁ ପ୍ରାଚୀନ ମୂର୍ତ୍ତି ୧୯୯୩ ରେ ଦିଲ୍ଲୀରୁ ସିବିଆଇ ଜବତ କରିଥିଲେ ମଧ୍ୟ ଗୋପାଳଜୀ ମନ୍ଦିରକୁ ଏହି ମୂର୍ତ୍ତି ନ ଫେରି ବିଭିନ୍ନ ମାମଲା ଯୋଗୁଁ ସିବିଆଇ ମାଲଖାନାରେ ପଡି ରହିଥିଲା । ୧୯୮୩ ମସିହାରେ ରାଜବାଟୀ ସମ୍ମୁଖ ବଡ ଗୋପାଳଜୀ ମନ୍ଦିରରୁ ୧୨ଟି ପ୍ରାଚୀନ ମୂର୍ତ୍ତି ଚୋରିି ହୋଇଥିଲା । ଚୋରି ଘଟଣାକୁ ଦୀର୍ଘ ୪୨ ବର୍ଷ ବିତି ଯାଇଥିଲେ ମଧ୍ୟ ବଡ ଗୋପାଳଜୀ ମନ୍ଦିରର ୧୨ଟି ମୂର୍ତ୍ତି ବସିଥିବା ସେହି ସ୍ଥାନ ସବୁ ଆଜି ବି ଖାଁ ଖାଁ ଲାଗୁଥିଲା । ଏପରିକି ୭ ଅଗଷ୍ଟ ୨୦୦୯ ରେ ଗୋପାଳଜୀ ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟକୁ ମୂର୍ତ୍ତି ଫେରାଇ, ପୂର୍ବ ସ୍ଥାନରେ ପୁନଃ ସ୍ଥାପିତ କରି ପୂଜା ବିଧି କରିବା ପାଇଁ ଭୁବନେଶ୍ୱର ସ୍ୱତନ୍ତ୍ର ସିଜେଏମ୍ ସିବିଆଇ କୋର୍ଟ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଥିଲେ । ହେଲେ ଆଜି ଯାଏଁ ସେହି ୧୨ଟି ବିଭିନ୍ନ ଧାତୁ ର ଦୁର୍ଲଭ ପିତ୍ତଳ ମୂର୍ତ୍ତି ସିବିଆଇ ମାଲଖାନାରେ ପଡ଼ି ରହିଥିଲେ । ଏପଟେ ସୋନପୁରରେ ଭକ୍ତଙ୍କ ମହଲରେ କ୍ଷୋଭ ପ୍ରକାଶ ପାଇଥିଲା ସୋନପୁର ଚୌହାନ ବଂଶର କୂଳ ଦେବତା ବଡ ଗୋପାଜୀ ମନ୍ଦିରକୁ ଦୀର୍ଘ୍ୟ ୪୨ ବର୍ଷ ପରେ ପିତ୍ତଳ ପ୍ରତିମୂର୍ତ୍ତି ଫେରୁଛନ୍ତି । ଝଲସି ଉଠିବ ପ୍ରଭୃଙ୍କ ସିଂହାସନ। ମହାରାଜ ମଦନ ମୋହନ ସିଂଦେଓ ଭାଇ ସନ୍ନ୍ୟାସୀ ବଂଶୀ ଗୋପାଳ ସିଂଦେଓ ଭାଇ ଭାଗରେ ଗୋପାଜୀ ମନ୍ଦିର ଓ ପୁରୀର ରାମଜୀ ମଠ ପ୍ରତିଷ୍ଠା ଲାଭ କରିଥିଲା ।

ଏହି ଗୋପାଳଜୀ ମନ୍ଦିରରେ ଅଶୀ ଦଶକ ପର୍ଯ୍ୟନ୍ତ ପୂଜାର୍ଚ୍ଚନା ଚାଲିଥିଲା । ୧୯୮୩ ମସିହାରେ ଦୁର୍ବୃତ୍ତମାନେ ୧୨ଟି ମୂଲ୍ୟବାନ ମୂର୍ତ୍ତି ଚୋରି କରିଥିଲେ । ପରେ ୧୦ ଅକ୍ଟୋବର ୧୯୯୩ରେ ଦିଲ୍ଲୀ ଚାନ୍ଦିନି ଚୌକର ଫତେପୁରୀ ନିକଟରୁ ସିବିଆଇ ଦ୍ୱାରା ଜବତ ହୋଇଥିଲା ଗୋପାଳଜୀ ମନ୍ଦିରରୁ ଚୋରି ହୋଇଥିବା ସମସ୍ତ ୧୨ଟି ମୂର୍ତ୍ତି । ଏହି ମୂର୍ତ୍ତି ଜବତ କରିଥିଲେ ସିବିଆଇ ଡିଏସ୍‌ପି ମାହାର ସିଂହ । ଏଥିରେ ଏକାଧିକ ଲୋକମାନଙ୍କ ସଂପୃକ୍ତି ରହିଥିବା ନେଇ ଏକ ମାମଲା ରୁଜୁ ହୋଇଥିଲା। । ଏହି ଘଟଣା ନେଇ ଭୁବନେଶ୍ୱର ସ୍ୱତନ୍ତ୍ର ସିଜେଏମ୍ ସିବିଆଇ କୋର୍ଟରେ ଗତ ୪ ଅଗଷ୍ଟ ୨୦୦୯ରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ୭ ଅଗଷ୍ଟ ୨୦୦୯ ରେ ଚୂଡାନ୍ତ ରାୟ ଶୁଣାଇ କୋର୍ଟ ଶୁଣାଣି କରିଥିଲେ । ଏହି ମୂର୍ତ୍ତି ସବୁ ବଡ ଗୋପାଳଜୀ(ବାହାର) ମନ୍ଦିରକୁ ଫେରାଇ ପୁନଃ ସ୍ଥାପନ ପାଇଁ କୋର୍ଟ ପରାମର୍ଶ ଦେଇଥିଲେ । ଏହା ସତ୍ତ୍ୱେ ସୋନପୁରକୁ ଫେରି ପାରି ନ ଥିଲା ଏହି ପୁରାତନ କିର୍ତ୍ତୀରାଜି । ଏଥି ପାଇଁ ଆଇନଗତ ପ୍ରତିବନ୍ଧକ ରହିଥିଲା । ଭୁବନେଶ୍ୱରସ୍ଥିତ ଖୋର୍ଦ୍ଧା ଏଡିଜେ-୩ କୋର୍ଟ ରାୟ ପରେ ମୂର୍ତ୍ତି ଫେରିବାର ନେଇ ଆଶା ଉଜ୍ଜୀବିତ ହୋଇଥିଲା l ଗତ କିଛି ମାସ ହେଲା ବିଭିନ୍ନ ପତ୍ରିକା ରେ ନିରନ୍ତର ବ୍ୟବଧାନରେ ଏହି ସମ୍ପର୍କ ଖବର ପରିବେଷଣ କରାଯାଉଥିଲା । ଦୀର୍ଘଦିନ ଧରି ମୂଲ୍ୟବାନ ମୂର୍ତ୍ତି ଫେରିବା ସମ୍ଭବ ହୋଇ ନ ଥିବାରୁ ଭକ୍ତମାନଙ୍କ ମଧ୍ୟରେ ନୈରାଶ୍ୟଜନକ ଭାବ ରହିଥିଲା । କିନ୍ତୁ ଏହି ପ୍ରସଙ୍ଗକୁ ବିଭିନ୍ନ ମିଡ଼ିଆଙ୍କ ଖବର ଓ ଜିଲ୍ଲା ପ୍ରଶାସନ, କୋର୍ଟର ଉଚ୍ଚ ପଦବୀ ଅଧିକାରୀ ଙ୍କ ପ୍ରଚେଷ୍ଟା ହିଁ ଉଜ୍ଜୀବୀତ କରିଥିଲା । ବର୍ତ୍ତମାନ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ସ୍ଵତନ୍ତ୍ର ଦୃଷ୍ଟି ଦେବାରୁ ସମ୍ବେଦନଶୀଳ ଓ ସୋନପୁର ଐତିହାସିକ ମୂକସାକ୍ଷୀ ଥିବା ୧୨ଟି ମୂର୍ତ୍ତି ମାଲଖାନାରୁ ବାହାରିଲା । ଏହି ସମ୍ପର୍କରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ କହିଛନ୍ତି ବିଗତ ସପ୍ତାହରେ ଏହି ମାମଲା ନେଇ ଶୁଣାଣି ହୋଇଥିଲା । ଆମର ଆଇନ ସମ୍ମତ ଥିବାରୁ ଅପିଲ ମାନ୍ୟବର କୋର୍ଟ ଶୁଣିଲେ । ମାଲିକାନା ଥିବାରୁ ମୂର୍ତ୍ତିମାନେ ହସ୍ତାନ୍ତର ହେବ । ବଡ ଗୋପାଲଜୀ ମନ୍ଦିରରେ ମୂର୍ତ୍ତି ମାନେ ସ୍ଥାପନା ହେବ l ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କଡା ସୁରକ୍ଷା ଓ ସିସିଟିଭି ବ୍ୟବସ୍ଥା କରାଯିବ । ଆଗାମୀ ଦିନରେ ପୂର୍ବ ପରି ପୂଜାର୍ଚ୍ଚନା କରାଯିବ ବୋଲି କହିଛନ୍ତି । ଆସନ୍ତା କାଲି ସକାଳେ ସୋନପୁରକୁ ମୂର୍ତ୍ତି ମାନଙ୍କୁ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଓ ଉପଜିଲ୍ଲାପାଳ ଡ. ସୌମ୍ୟାରୂପା ରଥ, ଡିଏସପି ଶ୍ରୀ ଚନ୍ଦ୍ରଶେଖର ଶବର ଆଜି ବୁଧବାର ରାତିରେ ଭୁବନେଶ୍ଵରରୁ କଡା ପୋଲିସ ସୁରକ୍ଷାରେ ଆଣିବେ ବୋଲି ଜଣାପଡିଛି ।

ଗତ ଦୁଇ ପୀଢ଼ି ଦେଖି ନ ଥିବାର ଭକ୍ତ ମାନେ ମୂଲ୍ୟବାନ ମୂର୍ତ୍ତି ଦର୍ଶନ ପାଇବେ ବୋଲି ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହା ସୋନପୁର ବାସୀଙ୍କ ପାଇଁ ସବୁଠୁ ଖୁସି ଖବର ନିଶ୍ଚିତ । ଶ୍ରୀ ଗୋପାଲଜୀ ମହାପ୍ରଭୁ ଜିଲ୍ଲାର ଅସ୍ମିତାର ପ୍ରତୀକ ଅଟନ୍ତି l ଦୀର୍ଘ ୪୨ ବର୍ଷ ପୂର୍ବରୁ ଯେଉଁ ଅସ୍ମିତା ହଜି ଯାଇଥିଲା ସୁବର୍ଣ୍ଣପୁର ର ଲୋକ ପ୍ରିୟ ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ବଳିଷ୍ଠ ନେତୃତ୍ଵ, ଦୃଢ଼ ଇଚ୍ଛାଶକ୍ତି ଓ ଶ୍ରୀ ଗୋପାଳଜୀ ଙ୍କ ଆଶିର୍ବାଦ ମା ସୁରେଶ୍ଵରୀଙ୍କ ଶକ୍ତି ଓ ସୋନପୁର ଶକ୍ତି ପୀଠର ଶକ୍ତିର ପ୍ରଭାବରେ କୋର୍ଟର ସମସ୍ତ ମାନ୍ୟବର ବିଚାରପତିଙ୍କ ସମ୍ପୂର୍ଣ୍ଣ ସହଯୋଗ ଓ ସମସ୍ତ ଶୁଭେଚ୍ଛୁ ଙ୍କ କୋଡ଼ିନେଶନରେ ଜିଲ୍ଲା ପ୍ରଶାସନ ମୁଖ୍ୟ ଡ଼. ସାହୁ ତାଙ୍କ ମୁଖିଆ ପଦବୀକୁ ସାକାର କରି ପାରିଛନ୍ତି । ସହର ଓ ଜିଲ୍ଲା ବାସୀଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ଓ ସଂପୃକ୍ତ ବିଚାର ବିଭାଗୀୟ ଅଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହା ସୋନପୁରର ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ ନିଶ୍ଚିତ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରଗଡ଼ ଲାୟନ୍ସ କ୍ଳବ୍ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ   25-Jul-2026
  ରାଜ୍ୟ  
ତରାବୋଇରେ ଧୁମ,ଧାମରେ ପାଳିତ ହେଲା ୪୬ତମ ବାହୁଡ଼ା ଯାତ୍ରା   25-Jul-2026
  ଦେଶ ବିଦେଶ  
ଖବର ଆଜିର ତାରିଖ ୨୫/୦୭/୨୬, ଶନିବାର    25-Jul-2026
  ଜିଲ୍ଲା  
କଣ୍ଟାବାଞ୍ଜି ଡାକ୍ତରଖାନାରେ ଶବକୁ କାନ୍ଧରେ ବୋହିବା ଘଟଣା: ଭାଇରାଲ ଭିଡିଓକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ ସରକାର ଙ୍କୁ ବଦନାମ ଚକ୍ରାନ୍ତ   25-Jul-2026
  ଜିଲ୍ଲା  
ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ   25-Jul-2026
  ରାଜ୍ୟ  
ବଲାଙ୍ଗୀର ଦିବ୍ୟଜୀବନ ସଂଘ ରେ ପବିତ୍ର ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା   25-Jul-2026
  ଜିଲ୍ଲା  
ନିଟ୍ ୟୁଜି ପେପର୍ ଲିକ୍ ଏବଂ ଦିଲ୍ଲୀରେ ଛାତ୍ର ପ୍ରତିବାଦକାରୀଙ୍କ1ଙ୍କ ଉପରେ ପୁଲିସର ବର୍ବରତାକୁ ନିନ୍ଦା କରି ସମ୍ବଲପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ   25-Jul-2026
  ଜିଲ୍ଲା  
ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିଛି ବିଜୁ ଜନତା ଦଳ ନେତାଙ୍କ ପ୍ରତିବାଦ ସମ୍ବଲପୁର ଜିଲ୍ଲା..   25-Jul-2026
  ଜିଲ୍ଲା  
ଦୁଇ ପାଦ୍ ଦୂର୍ ସର୍ଟ ଫିଲ୍ମ ର ଶୁଭ ମୁହରତ   24-Jul-2026
  ଜିଲ୍ଲା  
ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ   24-Jul-2026
  ଜିଲ୍ଲା  
ମୂଖ୍ଯମନ୍ତ୍ରୀ ସଡକ ଯୋଜନାରେ ମଞ୍ଜୁରୀ ହୋଇଥିବାରୁ ବିଧାୟକ ସନତ ଗଡତିଆଙ୍କୁ ଅଞ୍ଚଳବାସୀଙ୍କ ପ୍ରଂଶସା   24-Jul-2026
  ଜିଲ୍ଲା  
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   24-Jul-2026

You Might Also Like