-+91-9937148622 |

prerana_bgr@rediffmail.com |

  Sunday 16th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   (16-Aug-2026)       ||      *ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   (16-Aug-2026)       ||      ବନ୍ଦେ ବିଶ୍ୱ ଭାରତ ବୀର ପୁରସ୍କାରରେ ସମ୍ବର୍ଦ୍ଧିତ ହେଲେ ବିନିକାର "ଶାଶ୍ୱତ"   (16-Aug-2026)       ||      ବଲାଙ୍ଗୀରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ    (16-Aug-2026)       ||      ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଫୁଟବଲ ଟୁର୍ନାମେଣ୍ଟ - 2026 କାର୍ଯ୍ୟକ୍ରମ ଅନୁଷ୍ଠିତ   (16-Aug-2026)       ||      “ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   (15-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   (15-Aug-2026)       ||      *ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   (15-Aug-2026)       ||      ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   (15-Aug-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||     

HOME   ଜିଲ୍ଲା

*ତରଭା ପୋଲିସ ଉଦ୍ଧାର କଲା ଚୋରି ହୋଇଥିବା ୮ ଟି ବାଇକ୍ ଓ ୧ ଟି ସ୍କୁଟି*

26-Nov-2025




ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
 ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଞ୍ଚଳରେ ଦୀର୍ଘ ମାସରୁ ବହୁ ସଂଖ୍ୟକ ବାଇକ ଓ ଚାରି ଚକିଆ ଗାଡ଼ି ଟ୍ରାକ୍ଟର ତଥା ଅନ୍ୟାନ୍ୟ ଗାଡ଼ିରୁ ବ୍ୟାଟେରୀ ଓ ଅନ୍ୟାନ୍ୟ ପାର୍ଟସ୍ ଚୋରି ହେବା ବିଷୟ ଏହି ଅଞ୍ଚଳର ଲୋକେ ଅଭିଯୋଗ କରି ଆସୁଥିଲେ l ତରଭା ପୋଲିସ୍ ର ନିଷ୍କ୍ରିୟତା ଯୋଗୁଁ ବହୁ ଦିନ ଧରି ଅନେକ ଚୋରି ଅଭିଯୋଗ କରି ସୁଦ୍ଧା ଅଭିଯୋଗକାରୀ ନ୍ୟାୟ ପାଉନ ଥିବା ବିଷୟ ସାମ୍ୱାଦିକ ଓ ପୋଲିସର ଉଚ୍ଚ ପଦାଧିକାରୀଙ୍କୁ ଜଣାଇ ଆସୁଥିଲେ I ଶେଷରେ  ସରଗଜ ଓ ପାଖଆଖ ଗାଁ ର ଯୁବ ଗୋଷ୍ଠୀ ଏକାଠି ହୋଇ ନିଜ ଧନ ଜୀବନ ଓ ନିଜ ଗାଁ ଲୋକଙ୍କ ସୁରକ୍ଷା ଦାୟିତ୍ବ ନିଜେ ତୁଲାଇ ବାକୁ ସଂକଳ୍ପ ନେଇଥିବା ଖବର ବ୍ଳକ ଓ ଜିଲ୍ଲା ସ୍ତରୀୟ ସାମ୍ୱାଦିକଙ୍କ ପାଖରେ ଲିଖିତ ଭାବେ ପହଞ୍ଚିଥିଲା l ଏହି ବିଷୟରେ ଲଗାତାର ଭାବେ ଅନେକ ଖବର ମଧ୍ଯ ପ୍ରସାରଣ ହୋଇଥିଲା l ସେ ଯାହା ବି ହେଉ ଧୀର ପାଣି ପଥର କାଟିଲା ଭଳି ଶେଷରେ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ପୋଲିସ ଟିମ୍ ର ସହାୟତାରେ ଚୋରି ବାଇକ୍ ଉଦ୍ଧାର କେଶରେ ତରଭା ପୋଲିସକୁ ବଡ଼ ସଫଳତା ମିଳିଛି ଓ କିଛି ବାଇକ୍ ଉଦ୍ଧାର ହୋଇଛି l ଏହି ଅଞ୍ଚଳର ବିଭିନ୍ନ ଜାଗାରେ ଚଢ଼ାଉ କରି ୮ଟି ବାଇକ ଓ ୧ ଟି ସ୍କୁଟି ଉଦ୍ଧାର କରିଛି ତରଭା ପୋଲିସ l ଚୋରି ବାଇକକୁ ଜବତ କରିବା ସହ ଜଣେ ଅଭିଯୁକ୍ତ କୁ ମଧ୍ଯ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ତରଭା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l ତରଭା ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତରଭା ଏନଏସି ର ଅନ୍ତର୍ଡା ଗ୍ରାମର ଶ୍ରୀତମ ଦଳବେହେରା ଙ୍କ ପଲସର ବାଇକ ଗତ ୨୨ ଜାନୁଆରୀ ରେ ନିଜ ଘର ସମ୍ମୁଖରୁ ଚୋରି ହୋଇ ଥିବାର ତରଭା ଥାନାରେ ଲିଖିତ ଅଭିଯୋଗ କରିଥିଲେ I ଅଭିଯୋଗକୁ ଭିତ୍ତି କରି ଥାନା କେଶ ନଂ ୩୩୨ ରେ ମାମଲା ରୁଜ୍ଜୁ କରି ଆଇଆଇସି ଅନିତା କିଡୋଙ୍କ ନିର୍ଦ୍ଧେଶ କ୍ରମେ ଏସଆଇ ରବୀନ୍ଦ୍ର ସାହୁ, ଶୁଭେନ୍ଦୁ ସିଂ ବାବୁ, ଏଏସଆଇ ସୁଧୀର କୁମାର ଜେନା, ଗୀତାଞ୍ଜଳି ସୁନା ଓ ଅନ୍ୟ ମାନଙ୍କୁ ନେଇ ଏକ ଟିମ ଗଠନ କରି ଚୋରି ବାଇକ ଉଦ୍ଧାର ନେଇ ତଦନ୍ତ ଆରମ୍ଭ କରିଥିଲେ I ଅଭିଯୋଗ କାରୀଙ୍କ କଳା ପଲସର ବାଇକଟି ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ର ଜଳଜଡ଼ ଅଞ୍ଚଳରୁ ଉଦ୍ଧାର କରିବାରେ ସଫଳ ହେବା ପରେ ଚୋରି କରିଥିବା ଅଭିଯୋଗରେ ତରଭା ସହର ର ବିଶ୍ଵାମିତ୍ର ନାଏକ ଙ୍କ ପୁଅ ସାଗର ନାଏକ (୧୯) କୁ ଅଟକ ରଖିଥିଲେ l ତଦନ୍ତ କରିବା ପରେ ସେ ଚୋରି କରିଥିବା ୮ଟି ବାଇକ ଏବଂ ଗୋଟିଏ ସ୍କୂଟି କୁ ବିଭିନ୍ନ ସ୍ଥାନରୁ ଜବତ କରିବାରେ ଜିଲ୍ଲା ପୋଲିସ ସହାୟତାରେ ତରଭା ପୋଲିସ ସଫଳ ହୋଇଥିଲା I ଏହି ସମ୍ପର୍କରେ ତରଭା ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଆଇଆଇସିସାମ୍ୱାଦିକଙ୍କୁ ସମସ୍ତ ସୂଚନା ଦେଇଛନ୍ତି I ଓ ବିଗତ ବର୍ଷ ବା ଦିନ ମାନଙ୍କ ରେ ଚୋରି ହୋଇଥିବା ଅନେକ ବାଇକ୍, ମୋବାଇଲ, ଅନ୍ୟାନ୍ୟ ସାମଗ୍ରୀ ସବୁ ଏସପି ଙ୍କ ପରାମର୍ଶ, ଉଦ୍ୟମ ଓ କୌଶଳ ରେ ତରଭା ଓ ଜିଲ୍ଲା ପୋଲିସ ର ପ୍ରଚେଷ୍ଟା ରେ ନିଶ୍ଚିତ ଭାବରେ ଉଦ୍ଧାର ହେବ ଓ ଚୋରୀ ଅସାମାଜିକ କାର୍ଯ୍ଯ କଳାପ କୁ ରୋକାଯିବ, ଏହି ଅଞ୍ଚଳରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯିବ ଓ ଶାନ୍ତି ଫେରି ଆସିବ ବୋଲି ଏସପି ଶ୍ରୀ ନାୟକଙ୍କ ଉପରେ ଲୋକେ ଦୃଢ଼ ଆଶା ବିଶ୍ୱାସ ରଖିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   16-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   16-Aug-2026
  ଜିଲ୍ଲା  
ବନ୍ଦେ ବିଶ୍ୱ ଭାରତ ବୀର ପୁରସ୍କାରରେ ସମ୍ବର୍ଦ୍ଧିତ ହେଲେ ବିନିକାର "ଶାଶ୍ୱତ"   16-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ   16-Aug-2026
  ଜିଲ୍ଲା  
ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ   16-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ଫୁଟବଲ ଟୁର୍ନାମେଣ୍ଟ - 2026 କାର୍ଯ୍ୟକ୍ରମ ଅନୁଷ୍ଠିତ   16-Aug-2026
  ଜିଲ୍ଲା  
“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   15-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   15-Aug-2026
  ଜିଲ୍ଲା  
*ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   15-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   15-Aug-2026
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026

You Might Also Like