-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
31-Jan-2021
ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର): ବଲାଙ୍ଗୀର ଜିଲ୍ଲା ଚିତ୍ରଶିଳ୍ପୀ ସଂଘ ପକ୍ଷରୁ ଆନ୍ଦୋଳନ । କରୋନା କାଳରେ ହଜାର ହଜାର ଚିତ୍ରଶିଳ୍ପୀମାନଙ୍କ ରୋଜଗାର ବନ୍ଦ ହୋଇଯାଇଛି। ପରିବାରର ଗୁଜୁରାଣ ମେଣ୍ଟାଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି। ସିଧାସଳଖ କହିବାକୁ କଲେ ଚିତ୍ରଶିଳ୍ପୀଙ୍କ ଉପରେ କରୋନା ଛାଟ ବାଜିଛି।
ତେଣୁ ବାଧ୍ୟ ହୋଇ ଚିତ୍ରଶିଳ୍ପୀମାନେ ରାଜ ରସ୍ତାକୁ ଓହ୍ଲାଇଛନ୍ତି। ବର୍ତ୍ତମାନ ସରକାରଙ୍କ ବିଭିନ୍ନ ଯୋଜନାରେ ରାସ୍ତା କଡରେ ବିଭିନ୍ନ ଚିତ୍ରଣ କରାଯାଉଛି। ବାହାର ଜିଲ୍ଲାର ଚିତ୍ରକାରମାନେ ଏହି କାର୍ଯ୍ୟ କରୁଛନ୍ତି। ବଲାଙ୍ଗୀର ଜିଲ୍ଲାରେ ଏତେ ସଂଖ୍ୟାକ ଚିତ୍ରକର ଥିଲେ ବି ସେମାନଙ୍କୁ କାମ ମିଳୁ ନାହିଁ। ଏହାକୁ ବିରୋଧ କରି ଅସନ୍ତୋଷ ପ୍ରକାଶ କରିଛି ଚିତ୍ରଶିଳ୍ପୀ ସଂଘ। ଏ ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେବା ସହ ନିଜ ଜିଲ୍ଲାର କଳାକାରଙ୍କୁ କାମ ଦେବା ପାଇଁ କରିଛନ୍ତି ଦାବି।