-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
23-Nov-2025
ବଲାଙ୍ଗୀର (ବିନୋଦ ଦୀପ): ଆସନ୍ତା ନଭେମ୍ବର ୩୦ତାରିଖ ଦିନ ଷ୍ଟେଟ୍ ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟ, ବଲାଙ୍ଗୀର ଶାଖା ପକ୍ଷରୁ ଏକ ଆଂଚଳିକ ସମାବେଶ ଓ ବୌଦ୍ଧିକ ଆଲୋଚନାଚକ୍ର ଅନୁଷ୍ଠିତ ହେବାକୁ ଯାଉଛି l ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଆୟୋଜିତ ହେବାକୁ ଥିବା ଏହି ସମାବେଶକୁ କିପରି ସୂଚାରୁ ରୂପେ ପାଳନ କରାଯାଇପାରିବ ସେ ନେଇ ଆଜି ସନ୍ଧ୍ୟାରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ସଂଘର ସମ୍ପାଦକ ରଘୁ ନନ୍ଦନ ସିଂହ ଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ବୈଠକରେ ପ୍ରଥମେ ସଂଘ ର ସଭାପତି ଶରତ କୁମାର ମହାକୁଡ ୩୦ ତାରିଖର ଆଞ୍ଚଳିକ ସମାବେଶର ରୂପରେଖ, କାର୍ଯ୍ୟକ୍ରମ ପରିଚାଳନାର ଦାୟିତ୍ଵ ବଣ୍ଟନ ଓ ଏଜେଣ୍ଡା ସମ୍ପର୍କରେ ଆବଗତ କରାଇଥିଲେ l ଏହି ସମାବେଶ ପଶ୍ଚିମ ଓଡିଶାର ପ୍ରାୟ ୧୦ ଟି ଜିଲ୍ଲାର ଏସ୍ ୟୁ ଜେ କର୍ମକର୍ତ୍ତା ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ଏଥିରେ ସମସ୍ତ୍ ରାଜ୍ୟସ୍ତରୀୟ କର୍ମକର୍ତ୍ତା ମାନେ ବରେଣ୍ୟ ଅତିଥି ଭାବରେ ଯୋଗ ଦେବାକୁ ସହମତି ପ୍ରଦାନ କରିଛିନ୍ତି l ଆଜିର ପ୍ରସ୍ତୁତି ବୈଠକ ରେ ଏସ୍ ୟୁ ଜେ ରାଜ୍ୟ ଉପସଭାପତି ମହେନ୍ଦ୍ର ଦର୍ଜି, ରାଜ୍ଯ ଉପଦେଷ୍ଟା ଗୋପବନ୍ଧୁ ସତପଥୀ, ସଂଘର କୋଷାଧ୍ୟକ୍ଷ ଶ୍ରୀମନ୍ତ ପଣ୍ଡା, ସଭ୍ୟ ପବନ ବଂଶଲ, ସନ୍ତୋଷ ଠାକୁର, ମହେନ୍ଦ୍ର ପ୍ରଧାନ, ଚିତ୍ରସେନ ବେହେରା, ବଣ୍ଟି ମିଶ୍ର, ଜୟପ୍ରକାଶ ମଟାରୀ, ରାଜେଶ ପାଣିଗ୍ରାହୀ, ରଶ୍ମି ରଞ୍ଜନ ପଟ୍ଟନାୟକ, ବିନୋଦ ଦୀପ ରାଧାକୃଷ୍ଣ ମିଶ୍ର, ସମୀର ଦାସ, ସନ୍ତୋଷ ଠାକୁର, ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l