-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
22-Nov-2025
ବରପାଲି (ସୁଦାମ ଦୀପ)
ବରଗଡ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଭଟିଗାଁ ଗ୍ରାମ ର ଭାଗବତ ପ୍ରେମୀ କିଶୋର ଗଡ଼ତିଆ ଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ବରଗଡ ଲୋକସଭା ସାଂସଦ ଡ଼କ୍ଟର ପ୍ରଭାସ ସିଂହ ଯୋଗଦାନ କରିଛନ୍ତି l ଏହି ଶ୍ରଦ୍ଧାଞ୍ଜଳି ସଭାରେ ତାଙ୍କର ଉଭୟ ପୁତ୍ର ସରୋଜ ଗଡତିଆ ଏବଂ ଅଶୋକ ଗଡତିଆ ଉପସ୍ଥିତ ଥିଲେ l ଏହି ଅବସରରେ ବିଶିଷ୍ଟ ପ୍ରବଚକ ଦୀପ୍ତି କୁମାର ସିଂ ଏବଂ ତାଙ୍କର ସହଯୋଗୀ ଙ୍କ ଦ୍ୱାରା ଏକ ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଭିକାରି ପଧାନ, ସତ୍ୟା ଗଡତିଆ, ଦୀନବନ୍ଧୁ, ଦିଲୀପ ପଧାନ, ଚଞ୍ଚଳ ପଧାନ, ମହେଶ୍ୱର ପଧାନ ଏବଂ ବହୁ ସଂଖ୍ୟା ରେ ସ୍ଥାନୀୟ ଭାଗବତ ପିପାସୁ ମାନେ ଯୋଗଦାନ କରିଥିଲେ l