-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
30-Jan-2021
ପାଟଣାଗଡ, (ପ୍ରେରଣା ଖବର) : ଆଜି ଦିନ ଦ୍ବିପ୍ରହର ୩ ଟା ୩୦ ମିନଟ ସମୟରେ ଜିଏସଟି ବିଭାଗ ପକ୍ଷରୁ ବଲାଙ୍ଗୀର ରୁ ପାଟଣାଗଡ କୁ ଆସୁଥିବା ଏକ ମିନି ଟ୍ରକ୍ ( ଓଡି ୦୩ ଏମ ୮୯୦୫) କୁ ସରମୁହାଣ ପାଖରେ ଜବତ କରି ପାଟଣାଗଡ ଥାନା କୁ ଆଣିଥିବା ଜଣାପଡିଛି ।
ସୂଚନାଯୋଗ୍ଯ ଯେ, ବଲାଙ୍ଗିର ଜିଲ୍ଲା ଚୁଡାପଲି ଗ୍ରାମ ପାଖରେ ଜିଏସଟି ବିଭାଗ ତରଫରୁ ଯାନବାହାନ ମାନଙ୍କୁ ଜାଞ୍ଚ କରାଯାଥିଲା। ସେ ସମୟରେ ବଲାଙ୍ଗୀର ପଟରୁ ଏକ ମିନି ଟ୍ରକ ଦ୍ରୁତଗତିରେ ଆସୁଥିବା ବେଳେ ଉପସ୍ଥିତ ଥିବା ଅଧିକାର ମାନେ ଟ୍ରକ ଟି କୁ ଅଟକାଇବା ପାଇଁ ହାତ ଦେଖାଇଥିଲେ। ହେଲେ ବିଭାଗୀୟ ଅଧିକାରୀଙ୍କୁ ଦେଖିବା ମାତ୍ରେ ଗାଡି ଚାଳକ ଗାଡିଟିକୁ ନ ଅଟକାଇ ଦ୍ରୁତ ଗତିରେ ପାଟଣାଗଡ ଆଡକୁ ଚାଲିଯାଇଥିଲା। ଜିଏସଟି ଅଧିକାରୀ ମାନେ ସନ୍ଦେହ କରି ମିନି ଟ୍ରକଟିକୁ ପିଛା କରିଥିଲେ। ସରମୁହାଣ ଗ୍ରାମରେ ଥିବା ହମ୍ପସ୍ ପାଖରେ ଗାଡିଟି ଧିର ହୋଇଯାଇ ଥିବାରୁ ବିଭାଗୀୟ ଅଧିକାରୀ ମାନେ ଗାଡିଟିକୁ କାବୁ କରିଥିବା ବେଳେ ଘଟଣା ସ୍ଥଳରୁ ଗାଡି ଚାଳକ ଫେରାର୍ ମାରିଥିଲା। ଘଟଣାସ୍ଥଳରେ ପାଟଣାଗଡ ତହସିଲଦାର ଉପସ୍ଥିତ ଥିବା ବେଳେ ଘଟଣାସ୍ଥଳରୁ ଗାଡିଟିକୁ ଜବତ କରି ପାଟଣାଗଡ ପୁଲିସ କୁ ଖବର ଦେବା ପରେ ଗାଡିଟିକୁ ପାଟଣାଗଡ ଥାନା ପରିସରରେ ଥିବା ଜଣାପଡିଛି। ହେଲେ ଏହି ଗାଡି କୁ କାହିଁକି ଜବତ କରାଗଲା ସେ ବିଷୟ ବିଭାଗୀୟ ଅଧିକାରୀ ପ୍ରକାଶ କରୁନ ଥିବା ବେଳେ ବର୍ତ୍ତମାନ ପ୍ରଶ୍ନବାଚି ସୃଷ୍ଟି ହେଉଛି। ଏହି ଗାଡିରେ କେଉଁ ଜିନିଷ ଯାଉଥିଲା ବୋଲି ପୁଲିସ ଓ ଜିଏସଟି ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ କିଛି ପ୍ରତିକ୍ରିୟା ଦେଉନ ଥିବା ବେଳେ ଗତକାଲି ୧୦ ଟା ପରେ ଆସିବା ପାଇଁ ଗଣମାଧ୍ୟମ ପ୍ରତିନିଧୀଙ୍କୁ କହୁଛନ୍ତି। ଏହି ଗାଡି କୁ ନେଇ ବର୍ତମାନ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଅନେକ ଲୋକ କିଛି ନିଶା ଦ୍ରବ୍ଯ ଚାଳଣ ହେଉଥିବା ନେଇ ଜନସାଧାରଣରେ ମଧ୍ୟ ଅଲୋଚନା ହେଉଥିବା ଶୁଣିବାକୁ ମିଲୁଛି।