-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
30-Jan-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା)-ଉଲୁଣ୍ଡା ବ୍ଲକ କାଦୋଦର ପଂଚାୟତର ଲିଟିପାଲି ଗ୍ରାମର ଜଣେ ଯୁବକଙ୍କ ସନ୍ଧେହଜନକ ଭାବରେ ମୃତ୍ୟୁ ଘଟିଛି । ମୃତକ ଯୁବକ ହେଲେ ମହନ ପଧାନ(୪୫) । ତେବେ ମହନଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ବୀରମହାରାଜପୁର ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଗତ ୨୮ ତାରିଖ ଦିନ କେସଲଗା ବଡମାଲ ଗାଁର ଜଣେ ଯୁବକଙ୍କ ସହ ଘରୁ ଚାଲିଯାଇଥିଲେ । ଦୁଇ ଦିନ ହେବ ଘରକୁ ଫେରିନଥିଲେ । ଆଜି ସକାଲ ପ୍ରାୟ ୭ଟା ସମୟରେ ଗୌଡଗାଡ -ଦୁର୍ଯ୍ୟନତୈଲା ମଧ୍ୟଭାଗରେ ଏକ ରାସ୍ତା କଡରେ ମହନ ମୁର୍ମୁଷ ଅବସ୍ଥାରେ ପଡିଥିବା ସ୍ଥାନୀୟ ବନିବିଭାଗ ଦେଖି ତାଙ୍କ ପରିବାରକୁ ଖବର ଦେଇଥିଲେ । ପରିବାର ଲୋକେ ଘଟଣା ସ୍ଥଳରେ ପହଂଚି ମହନକୁ ଚିହ୍ନଟ କରି ବୀରମହାରାଜପୁର ଦମକଲ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ଘଟଣା ସ୍ଥଳରୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ବୀରମହାରାଜପୁର ଦାକ୍ତରଖାନାକୁ ନେଇଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସୋନପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ମାତ୍ର ଏଠାରେ ଦାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବୀରମହାରାଜପୁର ପୁଲିସ ସୋନପୁର ଦାକ୍ତରଖାନରୁ ଶବ ଜବତ କରିଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଜିବ । ଏହି ଘଟଣା ପରେ ତାଙ୍କ ସାନ ଭାଇ ପଙ୍କଜ ବଡ ଭାଇଙ୍କୁ ହତ୍ୟା କରାଯାଇଥିବା ନେଇ ବୀରମହାରାଜପୁର ଥାନାରେ ଅଭିଯୋଗ କରିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ମାମଲା ରୂଜୁ ହୋଇନଥିବା ବେଲେ ପୁଲିସ ଟିମ ଘଟଣା ସ୍ଥଳକୁ ତଦନ୍ତ ପାଇଁ ଯାଇଥିବା ଜଣାପଡିଛି ।