-+91-9937148622 |

prerana_bgr@rediffmail.com |

  Wednesday 12th August 2026 |

| | | |

R.N.I. Regd No. ODIODI/2010/46693

Breaking News

ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||     

HOME   ଜିଲ୍ଲା

୯ରୁ ହେବ ବିନିକା ଗୋକୁଲାଷ୍ଟମୀ ମହୋତ୍ସବ(ସାମ୍ବାଦିକ ସମ୍ବିଲନୀରେ ସୂଚନା)

07-Nov-2025



ବିନିକା(ହିମାଂଶୁ ଶେଖର ପୁଟେଲ)୧୭୮୩ମସିହାରେ ବିନିକାର ଦୟାନିଧି ସାହୁ ନାମକ ଜଣେ ବ୍ୟକ୍ତି କଂସାବାସନ ବ୍ୟବସାୟ ପାଇଁ ମହାନଦୀରେ ନୌକା ସହାୟତାରେ ସୁଦୂର କଟକ ଯାଉଥିଲେ।ସାତକୋସିଆ ଗଣ୍ଡ ଠାରେ ଏକ ବାଡ଼ି ପାଇଲେ ।ସେହି ବାଡିକୁ ନଦୀ ଗର୍ଭକୁ ଫିଙ୍ଗିଲେ ହେଲେ ତାହା ବୁଡିଲା ନାହିଁ ବରଂ ଭାସମାନ ଅବସ୍ଥାରେ ତାଙ୍କ ନିକଟକୁ ଚାଲି ଆସିଲା ।ଅନେକ ଥର ଫିଙ୍ଗିଲା ପରେ ବି ବାଡ଼ିଟି ପାଖକୁ ଆସୁଥିବାରୁ ବାଡ଼ିର କିଛି ମହତ୍ତ୍ଵ ରହିଛି ବୋଲି ଭାବି ସେହିଠାରୁ ଘରକୁ ଫେରି ଆସି ନିଜ ଚାଲ ଛପର ଘରେ ରଖି ପୂଜାର୍ଚ୍ଚନା କଲେ ।ପଡ଼ାବାସି ମଧ୍ୟ ସହଯୋଗ କଲେ ପରେ ତାଙ୍କର ପୁତ୍ର କୃଷ୍ଣଚନ୍ଦ୍ର ସାହୁ ବାଡ଼ିର ମହତ୍ତ୍ଵକୁ ନେଇ ବିଚାର ବିମର୍ଶ କରିବା ପରେ ସେହି ଦିନ ଠାରୁ ଗୋକୁଳାଷ୍ଟମୀ ନାଁରେ ଲୀଳା ନାଟକ ଆରମ୍ଭ କଲେ ଏଥିରେ ପଡ଼ାବାସୀ ସମ୍ପୂର୍ଣ୍ଣ ସହଯୋଗ କରି ବାଡିକୁ ମାନିଲେ ।ବାଡ଼ିକୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ ଏହାର ନିଷ୍ଟା,ତ୍ୟାଗ ପାଳନ  କଲେ ।ଲୀଳା ନାଟକ ମଧ୍ୟ ଧୀରେ ଧୀରେ ବଢି ଏବେ ତାହା ଗୋକୁଳାଷ୍ଟମୀ ମହୋତ୍ସବରେ ପରିଣତ ହୋଇଛି ବୋଲି ବିନିକା ସ୍ପୋର୍ଟସ କ୍ଲବ ଠାରେ ଶୁକ୍ରବାର ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀରେ ଯାତ୍ରା କମିଟି ସଭାପତି ତଥା ଗୁରୁ ମନୋଜ ଦାସ ସୂଚନା ଦେଇଛନ୍ତି।ସେ ଆହୁରି କହିଥିଲେ ଯେ ବିନିକା କଂଶାରିପଡ଼ା ବ୍ରଜବିହାରୀ ନୃତ୍ୟ କଳାପରିଷଦ ଓ ପୁଣ୍ୟମାସୀ ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଟିତ ଏହି ଯାତ୍ରା ଅର୍ଥାତ ମହୋତ୍ସବ ଏଥର ୨୪୨ବର୍ଷରେ ପଦାର୍ପଣ କରିଛି ।ଚଳିତ ମାସ ୯ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଅନୁଷ୍ଟିତ ହେବ। ୯ତାରିଖରେ ଅଧିବାସ,୧୦ତାରିଖରେ କୃଷ୍ଣ ଜନ୍ମ,୧୧ରେ କୃଷ୍ଣ - ବଳରାମଙ୍କୁ ଗୋବର୍ଦ୍ଧନ ମଲ୍ଲଙ୍କ ଗୋଚାରଣ ବିଦ୍ୟା ପ୍ରଦାନ,୧୨ରେ କୃଷ୍ଣ- ବଳରାମଙ୍କ ବଣଗମନ,ଷଣ୍ଢାସୁର ବଧ,୧୩ରେ କଂସ ଦରବାର,ବକାସୁର ବଧ,୧୪ରେ ଦୋଳଲୀଳା,୧୫ରେ କଂସର ରଙ୍ଗସଭା,ଅର୍ଘାସୁର ବଧ,୧୬ରେ କୃଷ୍ଣ ବଳରାମଙ୍କ ନଗର ପରିକ୍ରମା ଓ କଲାମାଣିକ ଅନୁଷ୍ଠିତ ହେବ ।ବିନିକା ଦଧିବାମନ ମନ୍ଦିର ସମ୍ଭୁଖ ଗୋପପୁର ଏବଂ ଯୋଗେଶ୍ୱର ମନ୍ଦିର ବଣଦୁର୍ଗା ପ୍ରାଙ୍ଗଣ ମଥୁରା ନଗରୀ ଆଖ୍ୟା ଦିଆଯାଇଥିବା ଶ୍ରୀ ଦାସ ସୂଚନା ଦେଇଥିଲେ ।ଏଥିରେ କମିଟି ଉପଦେଷ୍ଟା ସୂର୍ଯ୍ୟ ନାରାୟଣ ଦାସ ଯୋଗଦେଇ ପ୍ରଚାର ପ୍ରସାରରେ ମିଡ଼ିଆ ବନ୍ଧୁ ମାନଙ୍କ ସହଯୋଗ ଯୋଗୁଁ ଏହି ଗୋକୁଲାଷ୍ଟମୀ ଲୀଳା ନାଟକରୁ ଯାତ୍ରା ପରେ ମହୋତ୍ସବରେ ପରିଣତ ହୋଇ ରାଜ୍ୟ ଓ ଦେଶରେ ପରିଚିତ ସୃଷ୍ଟି କଲାଣି।ସାଂସ୍କୃତିକ ସମ୍ପାଦକ ପଦ୍ମଲୋଚନ ସାହୁ(କାହ୍ନା) ମହୋତ୍ସବକୁ ଆକର୍ଷଣୀୟ କରିବା ନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ କଳାକାର,ସଙ୍ଗୀତଜ୍ଞ ଆସୁଛନ୍ତି ବୋଲି କହିଥିଲେ ଶେଷରେ ଶୁଭମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026
  ଜିଲ୍ଲା  
ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ   11-Aug-2026
  ଜିଲ୍ଲା  
ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   11-Aug-2026
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026

You Might Also Like