-+91-9937148622 |

prerana_bgr@rediffmail.com |

  Thursday 6th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   (05-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା    (05-Aug-2026)       ||      ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର    (05-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (05-Aug-2026)       ||      ସମ୍ବଲପୁରରେ ଆଗାମୀ ଅଗଷ୍ଟ ୯ ରୁ ୧୭ ଯାଏଁ ବ୍ୟାପକ ଭାବେ ପାଳିତ ହେବ "ଘରେ ଘରେ ତିରଙ୍ଗା-୨୦୨୬" ଅଭିଯାନ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି    (05-Aug-2026)       ||      ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ   (05-Aug-2026)       ||      ବରଗଡ଼ରେ ପଶ୍ଚିମ ଓଡ଼ିଶା ୱେବ୍ ମିଡିଆ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ   (05-Aug-2026)       ||      *ସୋନପୁର ଡାକ୍ତରଖାନାରେ ଚିକିତ୍ସା ଅବହେଳା ରୁ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ ଘଟଣା*- *ସାମ୍ୱାଦିକ ଙ୍କୁ ଡାକ୍ତରଙ୍କ ଅଶୋଭନୀୟ ଆଚରଣ ପ୍ରଦର୍ଶନ ବିରୁଦ୍ଧ ରେ ଏସପି ଓ ସିଡିଏମଓ ଙ୍କୁ ଭେଟିଲେ ସାମ୍ବାଦିକ*- .   (05-Aug-2026)       ||      ସ୍ୱାଧୀନତା ଦିବସ-୨୦୨୬ ପାଳନ ସଂପର୍କରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ   (05-Aug-2026)       ||      ଓଡିଶା ଭରସା ଲେପ୍ରା ପ୍ରୋଜେକ୍ଟ ତରଫରୁ ପୋଷଣ ଖାଦ୍ୟ ବଣ୍ଟନ   (05-Aug-2026)       ||      ବିନିକା ବ୍ଲକ ଓ ନଗର କଂଗ୍ରେସର ସାଙ୍ଗଠନିକ ବୈଠକ   (05-Aug-2026)       ||      ମୁଦିପଡ଼ାରେ ପ୍ରଶାସନର ମିଳିତ ଉଚ୍ଛେଦ ଓ ସଫେଇ ଅଭିଯାନ: ଡ୍ରେନ୍‌ରୁ ଜବରଦଖଲ ହଟିବା ସହ ଜଳନିଷ୍କାସନ ବ୍ୟବସ୍ଥା ସୁଦୃଢ଼   (05-Aug-2026)       ||      ଓଏସଆରଟିସି (OSRTC) ସମ୍ବଲପୁର ଡିଭିଜନ ପକ୍ଷରୁ ସମ୍ବଲପୁର-ବିଶାଖାପାଟଣା ମଧ୍ୟରେ ନୂତନ ସିଧାସଳଖ ବସ୍ ସେବା ଆରମ୍ଭ   (05-Aug-2026)       ||      * *ଜିଲ୍ଲା ସ୍ତରୀୟ ଆଣ୍ଟି ଡେଙ୍ଗୁ ମାସ ଓ ଭେକ୍ଟର ବାହିତ ରୋଗ ଟାସ୍କ ଫୋର୍ସ ଉପରେ ସମୀକ୍ଷା ବୈଠକ*- -   (05-Aug-2026)       ||      *ବିଶ୍ବ ଯେତେବେଳେ ବି ଦିଗହରା ହୋଇଛି ବ୍ରାହ୍ମଣ ସମାଜ ର ହିଁ ମାର୍ଗଦର୍ଶନ ଲୋଡିଛି*- *ବକ୍ତା*-   (05-Aug-2026)       ||      ଲାଞ୍ଚ ଗ୍ରହଣ ଅଭିଯୋଗରେ ବରିଷ୍ଠ ରାଜସ୍ୱ ସହାୟକ ନିଲମ୍ବିତ   (05-Aug-2026)       ||      ସେବା,ସହଯୋଗ ଓ ମାନବିକତାର ବାର୍ତ୍ତା ନେଇ ଆରମ୍ଭ ହେଲା ଜୁନିଅର ରେଡ଼କ୍ରସ ତାଲିମ ଶିବିର"   (04-Aug-2026)       ||      କୁଷ୍ଠ ରୋଗ ଚି଼ହ୍ନଟି କରଣ ଅଭିଯାନ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ   (04-Aug-2026)       ||      *ସୋନପୁର ଠାରେ ହାପ୍ ଡେଲି ଷ୍ଟୋର ର ଶୁଭ ଉଦ୍ଘାଟନ*-   (04-Aug-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୨ଟି ଦରଖାସ୍ତ ଗ୍ରହଣ   (04-Aug-2026)       ||     

HOME   ରାଜ୍ୟ

ବୌଦ୍ଧଜିଲ୍ଲାରେ ସଡକ ଦୁର୍ଘଟଣାରେ ୯ ମାସରେ ଗଲାଣି ୬୭ ଜୀବନ: ୭୮୧ ଜଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ସ୍ଥଗିତ, ୧୪୦୭୬୮୭୪ ଟଙ୍କା ଜରିମାନା ଆଦାୟ                                                                                           

30-Oct-2025



ବୌଦ୍ଧ(ନରେନ୍ଦ୍ର ସାହୁ): ବୌଦ୍ଧ ଜିଲ୍ଲାରେ ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ଗତ ୯ ମାସ ମଧ୍ୟରେ ୧୦୯ ଟି ସଡକ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୬୭ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ୭୯ ଜଣ ଗୁରୁତର ହୋଇଥିଲେ ଓ ୧୪ ଜଣ ଆହତ ହୋଇ ଥିଲେ । ଗତ ତିନି ବର୍ଷର ରିପୋର୍ଟକୁ ଦେଖିଲେ ଜିଲ୍ଲାରେ ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଜିଲ୍ଲାରେ ୨୦୨୩ ମସିହା ୧୪୦ଟି ସଡକ ଦୁର୍ଘଟଣା ଘଟି ୬୮ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ୭୪ ଗୁରୁତର ଓ ୫୦ ଜଣ ଆହତ ହୋଇଥିବା ଜଣାପଡିଛି । ୨୦୨୪ ମସିହାରେ ୧୪୦ଟି ଦୁର୍ଘଟଣା ଘଟି ୬୬ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ୧୨୧ ଗୁରୁତର ଓ ୪୪ ଜଣ ଆହତ ହୋଇଥିବା ଜଣାପଡିଛି । ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ନିଷ୍ପତି ନିଆଯାଉଥିଲେ ମଧ୍ୟ ଯୋଜନା ସବୁ ଫେଲ ମାରୁଛି । ଏମାନିଆ ଗାଡି ଚାଳକଙ୍କ ଠାରୁ ଜରିମାନା ଆଦାୟ କରାଯାଇ ଡ୍ରାଇଭିଙ୍ଗ ଲାସେନ୍ସ ମଧ୍ୟ ସ୍ଥଗିତ ବା ରଦ୍ଧ କରାଯାଇଥିଲେ ମଧ୍ୟ ସଡକ ଦୁର୍ଘଟଣା କମିବାର ନା ଧରୁନାହିଁ । ଜିଲ୍ଲାରେ ଗତ ୯ ମାସ ମଧ୍ୟରେ ୪୯୧୨ ଜଣଙ୍କ ଚାଲାଣ କଟାଯାଇ ୧.୪୦୭୬୮୭୪ ଟଙ୍କା ଜରିମାନା ବାବଦକୁ ସଂଗ୍ରହ କରାଯାଇଥିବା ବେଳେ ୭୮୧ ଜଣଙ୍କ ଲାଇନ୍ସ ସ୍ଥଗିତ ରଖାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ,ଜିଲ୍ଲାରେ ଚଳିତ ବର୍ଷ ଜାନୁଆରୀ ମାସରେ ୧୪ ଟି ସଡକ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୬ ଜଣଙ୍କର ପ୍ରାଣହାନୀ ଘଟିଛି ଓ  ୧୦ ଜଣ ଗୁରୁତର ହୋଇଥିବା ବେଳେ  ୪ ଜଣ ଆହତ ହୋଇଛନ୍ତି । ଫେବୃଆରୀ ମାସରେ ୧୬ ଟି ସଡକ ଦୁର୍ଘଟଣା ଘଟିଥିଲା ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ୧୧ ଜଣ ଗୁରୁତର ଆହତ ହୋଇଥିଲେ ଏବଂ କେହି ଆହତ ହୋଇଥିଲେ । ମାର୍ଚ୍ଚ ମାସରେ ୧୭ଟି ସଡକ ଦୁର୍ଘଟଣାରେ ୧୦ ଜଣଙ୍କର ଜୀବନ ଯାଇଥିବା ବେଳେ ୧୭ ଜଣ ଗୁରୁତର ଆହତ ହୋଇଥିଲେ ଏବଂ ୨ ଜଣ ଆହତ ହୋଇଥିଲେ । ଏପ୍ରିଲ ମାସରେ ୧୮ ଦୁର୍ଘଟଣା ଘଟିଥିବା ବେଳେ ୬ ଜଣଙ୍କର ମୃତ୍ୟୁ ଘଟିଛି । ୯ ଜଣ ଗୁରୁତର ହୋଇଥିବା ବେଲେ ୧ଜଣ ଆହତ ହୋଇଛନ୍ତି । ସେହିପରି ମେ ମାସରେ ୮ଟି ଦୁର୍ଘଟଣା ଘଟି ୫ଜଣଙ୍କର ମୃତ୍ୟୁ ଘଟିଛି ଓ ୫ ଗୁରୁତର ହୋଇଥିବା ବେଲେ ୧ ଜଣ ଆହତ ହୋଇଛନ୍ତି । ଜୁନ ମାସରେ ସର୍ବନିମ୍ନ ୨ ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୨ଜଣ ଗୁରୁତର ହୋଇଛନ୍ତି । ଜୁଲାଇ ୧୪ଟି ସଡକ ଦୁର୍ଘଟଣା ଘଟି ୧୧ ଜଣଙ୍କ ଜୀବନ ଯାଇଥିବା ବେଳେ ୯ ଜଣ ଗୁରୁତର ଓ ୩ ଜଣ ଆହତ ହୋଇଛନ୍ତି । ଅଗଷ୍ଟ ମାସରେ ୧୫ଟି ଦୁର୍ଘଟଣା ଘଟିଥିବା ବେଳେ ୧୨ ଜଣଙ୍କ ଜୀବନ ଯାଇଛି ୫ ଜଣ ଗୁରୁତର ଓ ୩ ଜଣ ଆହତ ହୋଇଛନ୍ତି । ସେହିପରି ସେପ୍ଟେମ୍ବର ମାସରେ  ୫ ଦୁର୍ଘଟଣା ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧ ଜଣ ଗୁରୁତର ହୋଇଛନ୍ତି । ଚଳିତ ବର୍ଷର ଗତ ୯ ମାସର ମୃତ୍ୟୁ ସଂଖ୍ୟା ତଥ୍ୟକୁ ଆକଳନ କଲେ ଜିଲ୍ଲାରେ ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଉଦବେଗ ଜନକ ସ୍ଥିତିରେ ପହଂଛି । ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ୫୭ନମ୍ବର ଜାତୀୟରାଜପଥରେ ଅଧିକ ଦୁର୍ଘଟଣା ଘଟି ଅଧିକ ଜଣଙ୍କ ପ୍ରାଣହାନୀ ଘଟିଥିବା ଜଣାପଡିଛି । ଏହି ଜାତୀୟ ରାଜପଥରେ ପ୍ରତିଦିନ କେଉଁଠି ନା କେଉଁଠି ଛୋଟବଡ ଦୁର୍ଘଟଣାମାନ ଘଟୁଛି । ସେହିପରି ଜିଲ୍ଲାରେ ଥିବା ରାଜ୍ୟ ରାଜପଥରେ ମଧ୍ୟ ଅନେକ ଦୁର୍ଘଟଣା ଘଟୁଛି । ଜିଲ୍ଲାରେ ସଡକ ଦୁର୍ଘଟଣାରେ ପ୍ରତି ବର୍ଷ ବହୁ ଧନ ଜୀବନ ନଷ୍ଟ ହେବାରେ ଲାଗିଛି । ଏହି ଦୁର୍ଘଟଣାର ଅନେକ କାରଣ ଥିଲେ ମଧ୍ୟ ବିଶେଷ ଭାବରେ ବେପରୁଆ ଗାଡିଚାଳନା, ଅତ୍ୟଧିକ ମଦ୍ୟପାନ କରି ଦ୍ରୁତ ଗତିରେ ଗାଡିମୋଟର ଚଳାଇବା, ଟ୍ରାଫିକ୍ ନିୟମକୁ ଅଣଦେଖା କରି ବେପରୁଆ ଗାଡିମଟର ଚଳାଇବା, ଓଭରଟେକ କରିବା,ରାଜପଥରେ ବିଭିନ୍ନ ସ୍ଥାନରେ ଘର କରଣା ଜିନିଷ ରଖି ରାସ୍ତାକୁ ଅବରୋଧ କରି ରଖିବା ଫଳରେ ରାସ୍ତାଟି ଅଣଓସାରିଆ ହୋଇଯାଉଛି । ଯାହାଦ୍ୱାରା ଏଭଳି ଦୁର୍ଘଟଣା ଘଟୁଥିବାର ଅଭିଯୋଗ ହେଉଛି । ସେହିପରି ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଗୁଡିକର ବିଭିନ୍ନ ସ୍ଥାନରେ ଗାତ ଏବଂ ପିଚୁ ଉଠି ଖାଲ ହୋଇଥିବା ଯୋଗୁଁ ଦୁର୍ଘଟଣାମାନ ଘଟୁଛି । ଏପରକି ଅନେକ ସ୍ଥାନରେ ଦିଆଯାଇଥିବା ହମ୍ପ ଗୁଡିକର ଠିକ ଭାବରେ ଚିହ୍ନଟ ନ ହେବା ଫଳରେ ଏଥିରେ ମଧ୍ୟ ଦୁର୍ଘଟଣା ଘଟୁଛି । ବିଭିନ୍ନ ସ୍ଥାନରେ ରାସ୍ତା ଗୁଡିକର ମରାମତି ଆବଶ୍ୟକତା ରହିଥିଲେ ମଧ୍ୟ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଉନାହିଁ ବୋଲି ଅଭିଯୋଗ ହେଉଛି । ଜିଲ୍ଲାରେ ଘଟୁଥିବା ଦୁର୍ଘଟଣା ଗୁଡିକ ପଛରେ ଅନେକ କାରଣ ରହିଥିଲେ ମଧ୍ୟ ତାର ସମାଧାନ ପାଇଁ ଗୁରୁତ୍ୱ ଦିଆଗଲେ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇବା ସହିତ ଧନ ଜୀବନର ରକ୍ଷା ମଧ୍ୟ ହୋଇପାରନ୍ତା ବୋଲି ବୁଦ୍ଧିଜିବୀରେ ମତ ପ୍ରକାଶ ପାଉଛି ।


News Comment




Photo in News

Advertisment
Lastest News
ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   05-Aug-2026
  ଜିଲ୍ଲା  
ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା   05-Aug-2026
  ଜିଲ୍ଲା  
ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର   05-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    05-Aug-2026
  ଜିଲ୍ଲା  
ସମ୍ବଲପୁରରେ ଆଗାମୀ ଅଗଷ୍ଟ ୯ ରୁ ୧୭ ଯାଏଁ ବ୍ୟାପକ ଭାବେ ପାଳିତ ହେବ "ଘରେ ଘରେ ତିରଙ୍ଗା-୨୦୨୬" ଅଭିଯାନ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି   05-Aug-2026
  ଜିଲ୍ଲା  
ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ   05-Aug-2026
  ଜିଲ୍ଲା  
ବରଗଡ଼ରେ ପଶ୍ଚିମ ଓଡ଼ିଶା ୱେବ୍ ମିଡିଆ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ   05-Aug-2026
  ଜିଲ୍ଲା  
*ସୋନପୁର ଡାକ୍ତରଖାନାରେ ଚିକିତ୍ସା ଅବହେଳା ରୁ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ ଘଟଣା*- *ସାମ୍ୱାଦିକ ଙ୍କୁ ଡାକ୍ତରଙ୍କ ଅଶୋଭନୀୟ ଆଚରଣ ପ୍ରଦର୍ଶନ ବିରୁଦ୍ଧ ରେ ଏସପି ଓ ସିଡିଏମଓ ଙ୍କୁ ଭେଟିଲେ ସାମ୍ବାଦିକ*- .   05-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ-୨୦୨୬ ପାଳନ ସଂପର୍କରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ   05-Aug-2026
  ଜିଲ୍ଲା  
ଓଡିଶା ଭରସା ଲେପ୍ରା ପ୍ରୋଜେକ୍ଟ ତରଫରୁ ପୋଷଣ ଖାଦ୍ୟ ବଣ୍ଟନ   05-Aug-2026
  ଜିଲ୍ଲା  
ବିନିକା ବ୍ଲକ ଓ ନଗର କଂଗ୍ରେସର ସାଙ୍ଗଠନିକ ବୈଠକ   05-Aug-2026
  ଜିଲ୍ଲା  
ମୁଦିପଡ଼ାରେ ପ୍ରଶାସନର ମିଳିତ ଉଚ୍ଛେଦ ଓ ସଫେଇ ଅଭିଯାନ: ଡ୍ରେନ୍‌ରୁ ଜବରଦଖଲ ହଟିବା ସହ ଜଳନିଷ୍କାସନ ବ୍ୟବସ୍ଥା ସୁଦୃଢ଼   05-Aug-2026

You Might Also Like