-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
30-Jan-2021
ବଲାଙ୍ଗିର, (ପ୍ରେରଣା ଖବର) : ବଲାଙ୍ଗିର-ଟିଟିଲାଗଡ଼ ରାସ୍ତାରେ ଦୁର୍ଘଟଣା ଘଟିଛି । ରତାଖଣ୍ଡି ନିକଟରେ ଭାରସାମ୍ୟ ହରାଇ ବିଳମ୍ବିତ ରାତିରେ ଏକ ଘରୋଇ ବସ୍ ଓଲଟି ପଡ଼ିଛି ।ରଘୁନାଥ ନାମକ ଘରୋଇ ବସଟି ସୁନାବେଡ଼ାରୁ ଭୁବନେଶ୍ୱର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।
ବସରେ ୩୦ରୁ ଅଧିକ ଯାତ୍ରୀ ଥିବା ବେଳେ ୫ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି । କୁହୁଡ଼ି ଯୋଗୁଁ ବସ୍ ଡ୍ରାଇଭର ବୁଲାଣିରେ ରାସ୍ତା ଦେଖି ପାରିନଥିଲେ ବୋଲି ଜଣାପଡ଼ିଛି