-+91-9937148622 |

prerana_bgr@rediffmail.com |

  Sunday 13th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||     

HOME   ଜିଲ୍ଲା

ଦେଓଗାଁରେ ପୋଲିସ-ଅପରାଧି ମଧୁଚନ୍ଦ୍ରିକା,ଜନସାଧାରଣ ଅତିଷ୍ଠ;ପ୍ରତିବାଦରେ ଦେଓଗାଁ ବନ୍ଦ

16-Oct-2025



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳପା ବଢିଚାଲିଛି । ବିଚରାସ୍ତାରେ ଲୁଟତରଜା ହେବା ସହ ଅପରାଧିଗୋଷ୍ଠୀ ଖଣ୍ଡା ବନ୍ଧୁକ ଧରି ଲୋକଙ୍କୁ ଭୟଭିତ କରୁଛନ୍ତି । ଗତ ଦୁଇଦିନ ତଳେ ଥାନାଠାରୁ ମାତ୍ର ୧କିମ ଦୂରରେ ଥିବା କଛାରପାଲି ଠାରେ ଜଣେ ବ୍ୟକ୍ତିକୁ ହତ୍ୟାକରିବାକୁ ହାତରେ ବନ୍ଧୁକ,ଖଣ୍ଡା ଧରିଖୋଜୁଥିଲେ ଓ ଗାଁଦାଣ୍ଡରେ ହୋଲ୍ଲାବୋଲ କରିଥିଲେ କିଛି ଅପରାଧିଗୋଷ୍ଠୀ । ୪ଟି ଗାଡିରେ ୧୨ଜଣ ଯୁବକ ମାରଣାସ୍ତ୍ର ଧରି ଏହି କାଣ୍ଡ କରିଥିଲେ । କିନ୍ତୁ ପୋଲିସ କିଛି ପଦକ୍ଷେପ ନେଇନଥିଲା । ବନ୍ଧୁକ ଓ ଖଣ୍ଡା ଧରି ଲୋକଙ୍କୁ ଅଶ୍ଲିଳଭାଷାରେ ଗାଳିଗୁଲଜ କରୁଥିବାର ଭିଡିଓ ଭାଇରାଲ ହେବାପରେ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶରେ ପୋଲିସ ଏକ ମାମଲା ରୁଜୁ କରି ଗତକାଲି ଅପରାଧିମାନଙ୍କ ମଧ୍ୟରୁ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଏହି ଘଟଣା ପଛରେ ଜଣେ ବାଙ୍ଗଲାଦେଶୀ ରୋହିଙ୍ଗ୍ୟା ମିସ୍ତ୍ରୀ ସାନାଉଲ୍ଲା ଖାଁ ରହିଥିବା ଓ ସେ ଗତ କିଛି ବର୍ଷ ହେଲା ଦେଓଗାଁରେ ଘରକରି ରହି କିଛି ଅପରାଧିଙ୍କୁ ପରିଚାଳିତ କରୁଥିବା ଅଭିଯୋଗ ହେଉଛି । ଦେଓଗାଁ ଅଞ୍ଚଳରେ ଘଥକାମ ଠିକାରେ ନେଇ ସେଠାରେ ବାହାର ରାଜ୍ୟର ମିସ୍ତ୍ରୀ ନିୟୋଜିତ କରୁଛି ଓ ବିଭିନ୍ନ ସମୟରେ ଅସାମାଜିକ କାମରେ ଲିପ୍ତ ରହୁଥିବା ଅଭିଯୋଗ ହେଉଛି । ଗତ କିଛିଦିନ ତଳେ କଛାରପାଲିର ଗଜଲକ୍ଷ୍ମୀପୂଜା ପାଇଁ ଚାନ୍ଦାପାଇଁ ଯାଇଥିବା କ୍ଲବପିଲାଙ୍କ ସହିତ ବଚସା ହୋଇଥିଲା । ଏଥିପାଇଁ ସାନାଉଲ୍ଲା ଖାଁ ଅର୍ଡା ଗାଁର ତାଙ୍କର ଶଳା ଓ ଅନ୍ୟ କିଛି ଯୁବକଙ୍କୁ ଡକାଇ ବନ୍ଧୁକ ଓ ଖଣ୍ଡା ଧରି ଲୋକଙ୍କୁ ଭୟଭିତ କରାଇଥିଲା । ପୋଲିସ ସେହି ଘଟଣାରେ ସାନାଉଲ୍ଲା ଖାଁ ସମେତ ୫ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିଲା । ତେବେ ବାହାର ଅଞ୍ଚଳରୁ ଆସି ଅପରାଧିକ ଗୋଷ୍ଠୀ ପରିଚାଳିତ କରୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ଓ ଏହାର ପ୍ରତିବାଦରେ ଆଜି କଛାରପାଲିର ଯୁବକମାନେ ଦେଓଗାଁବନ୍ଦ ଡାକରା ଦେଇଥିଲେ । ଦେଓଗାଁରେ ଆଜି ସମସ୍ତ ଦୋକାନବଜାର ବନ୍ଦ ରହିଥିଲା । ସ୍ଥାନୀୟ ଲୋକେ ଏକ ଶୋଭାଯାତ୍ରା କରି ପୋଲିସ ଥାନାକୁ ଗଲା ବେଳେ ଦେଓଗାଁ ଥାନାଧିକାରୀ ବୁଲୁ ମୁଣ୍ଡା ଓଲଟା ଲୋକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ସେମାନେ ଖଣ୍ଡା ବନ୍ଧୁକ ଧରିଥିଲେ ସିନା କାହାକୁ ହାଣିଲେ କି କାଟିଲେ କି ବୋଲି ଥାନାଧିକାରୀ ଦାୟିତ୍ୱହୀନ ମନ୍ତବ୍ୟ ଦେବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ୟକ୍ତଜନତା ଦେଓଗାଁ ଥାନା ସମ୍ମୁଖରେ ଧାରଣାରେ ବସି ପ୍ରତିବାଦ କରିଥିଲେ । ପୋଲିସ ସ୍ଥାନୀୟ ଅପରାଧିମାନଙ୍କ ସହିତ ସମ୍ପର୍କରଖି ସାଧାରଣ ଜନତାଙ୍କୁ ନାଲିଆଖି ଦେଖାଉଥିବା ଜନସାଧାରଣ ଅଭିଯୋଗ କରିଛନ୍ତି । ବଲାଙ୍ଗୀର ଏସପି ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି । ଏନେଇ ବଲାଙ୍ଗୀର ସଦର ଏସଡିପିଓ ସରୋଜକୁମାର ଉପାଧ୍ୟାୟଙ୍କୁ ପଚାରିବାରୁ ଗତକାଲି କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ଓ ଆଉ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରାଯିବ ବୋଲି କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   13-Sep-2026
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026
  ଜିଲ୍ଲା  
ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   12-Sep-2026
  ଜିଲ୍ଲା  
*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   12-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   12-Sep-2026
  ଜିଲ୍ଲା  
ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   12-Sep-2026
  ଜିଲ୍ଲା  
ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   12-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   12-Sep-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   12-Sep-2026

You Might Also Like