-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
13-Oct-2025
(ପ୍ରେରଣା ଖବର)
ବ୍ରହ୍ମପୁର ଅବକାରୀ ବିଭାଗ ଯୁଗ୍ମ ଆୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ଉପ ଅଧ୍ୟକ୍ଷ ଶୃତି କାନ୍ତ ରାଉତ ନିଜ କର୍ମଚାରୀଙ୍କ ସହ ଧରାକୋଟ ଥାନ ଅନ୍ତର୍ଗତ ମୁଣ୍ଡମରାଇ ଗ୍ରାମ ଛକରେ ଛକି ରହି ସନ୍ଦିଗ୍ଧ ଭାବେ ଏକ ହୋଣ୍ଡା ମୋଟରସାଇକେଲ କୁ ଅଟକାଇ ଜେରା କରିଥିଲେ ଓ ପଛରେ ଆସୁଥିବା ଏକ ହୋଣ୍ଡା କାର କୁ ଅଟକାଇ ତା ଭିତରେ ଥିବା ପ୍ରାୟ ୩୦ କିଲୋ ଗଞ୍ଜେଇ ସହ ଜଣେ ଯୁବକ କୁ କାବୁ କରି ନେଇଥିଲେ। ଉକ୍ତ କାର୍ ମଧ୍ୟରୁ ଦୁଇଟି ଆର୍ ସି ବହି ଦୁଇଟି ଡ୍ରାଇଭିଂ ଲାଇସେନ୍ସ, ଦୁଇଟି ମୋବାଇଲ ଫୋନ ଜବତ୍ ସହ ଚାଲାଣ ଅଭିଯୁକ୍ତ ଦୁଇଜଣ ଯୁବକ କପିଳାସ ଦିଗାଲ ଓ ତରୁଣ ଯେନା କୁ ମାମଲା ନଂ ୪୩୩/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।