-+91-9937148622 |

prerana_bgr@rediffmail.com |

  Saturday 20th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ବୈଦିକ ରୀତିରେ ଶିବ–ପାର୍ବତୀଙ୍କ ବିବାହ ସମ୍ପନ୍ନ ଯୋଗଦେଲେ ବିଧାୟକ   (20-Jun-2026)       ||      କୋଶଲ କଳା ମଣ୍ଡଳର ମୁଖପତ୍ର ‘ଚତୁରଙ୍ଗ’ର ନବପ୍ରକାଶର ପଞ୍ଚମ ବର୍ଷର ପ୍ରଥମ ସଂଖ୍ୟା ଉନ୍ମୋଚିତ    (20-Jun-2026)       ||      ସୁଦପଡା ଶୀତଳଷଷ୍ଠୀରେ ଅସୀମା ପଣ୍ଡା ଷ୍ଟାର ନାଇଟ୍ ସହ ପ୍ରତିଭା ସମ୍ବର୍ଦ୍ଧନା   (20-Jun-2026)       ||      ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା    (19-Jun-2026)       ||      ଲୋଇସିଂହା ବ୍ଲକ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନା ର ହିତାଧିକାରୀ ଙ୍କୁ ସୁବିଧା ପ୍ରଦାନ ଓ କାର୍ଯ୍ୟାଦେଶ ବଣ୍ଟନ    (19-Jun-2026)       ||      ତୃତୀୟ ଦିବସରେ ଶୀତଳ ଷଷ୍ଠୀ, ଆଳି ଶିବଙ୍କ ବରଯାତ୍ରୀ    (19-Jun-2026)       ||      ବାହାର ଜିଲ୍ଲାରୁ ଆସୁଛି ଧାନ !   (19-Jun-2026)       ||      *ଡାବୁଗାଁ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ*   (19-Jun-2026)       ||      ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା    (19-Jun-2026)       ||      ବାହାରିଲେ ଆଉ ଜଣେ କୋଟିପତି ଯନ୍ତ୍ରୀ   (19-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପଞ୍ଚମ ଦିବସରେ ଶିବ ପାର୍ବତୀଙ୍କ ବୈଦିକ ରୀତିରେ ବିବାହ ସମ୍ପୂର୍ଣ ।   (19-Jun-2026)       ||      *ଡାବୁଗାଁ ବ୍ଲକରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଲା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ....*   (19-Jun-2026)       ||      ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା    (19-Jun-2026)       ||      ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   (19-Jun-2026)       ||      ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ    (19-Jun-2026)       ||      ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ    (18-Jun-2026)       ||      ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   (18-Jun-2026)       ||      ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   (18-Jun-2026)       ||      *ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   (18-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   (18-Jun-2026)       ||     

HOME   ଜିଲ୍ଲା

ଶିକେରପାଟ୍ ମହୋତ୍ସବ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

13-Oct-2025



ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲାର ତୁଷୁରା ଏନଏସିର ସଭାଗୃହରେ ରବିବାର ଶିକେରପାଟ୍ ମହୋତ୍ସବ ୨୦୨୫–୨୬ କମିଟି, ଖଡଙ୍ଗା ଅଞ୍ଚଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। କମିଟିର ସମ୍ପାଦକ ଶ୍ରୀ ଲମ୍ବୋଦର ମନହିରା ଅଧ୍ୟକ୍ଷତା କରିଥିବା ବେଳେ ଆସନ୍ତା ୨୫ ଡିସେମ୍ବର ରୁ ୨୯ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ମୋଟ ୫ ଦିନ ଧରି ଶିକେରପାଟ୍ ମହୋତ୍ସବ ଗୁଡଭେଲାବ୍ଲକ ଅନ୍ତର୍ଗତ ଘୁନା କୁମ୍ଭାରପଦର ଖେଳପଡିଆ ଆଯୋଜିତ ହେବାର କାର୍ଯ୍ୟକ୍ରମ ରହିଥିବା ଆଯୋଜକ କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା। ଗୁଡଭେଲା ବ୍ଲକର ଘୁନା, ବିରାମୁଣ୍ଡା, ଜାମୁଟ ଓ ଗମ୍ଭାରିଗୁଡା ଗ୍ରାମପଞ୍ଚାୟତର ସମସ୍ତ ଜନସାଧାରଣଙ୍କ ଇଷ୍ଟଦେବତା ହେଉଛନ୍ତି ପ୍ରଭୁ ଶିକେରପାଟ୍। ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ ଶିକେରପାଟ୍ ନାମ ଉଚ୍ଚାରଣ ହେଉଛି ଏଠାର ଆଞ୍ଚଳିକ ପରମ୍ପରା। ଏହି ଆଦିପରମ୍ପରାକୁ ଅବିକଳ ରଖିବା ଓ ଅଞ୍ଚଳର ଏକତା ସୂତ୍ରକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଏହି ମହୋତ୍ସବ ପାଳନ କରାଯାଉଥିବା ବେଳେ ଏହି ଖଡଙ୍ଗା ଅଞ୍ଚଳରେ ୪ ଗ୍ରାମପଞ୍ଚାୟତ ଓ ୩୨ ମୌଜା ରହିଛି। ଏହି ଭୂଖଣ୍ଡ ପୂର୍ବରେ ଖଡଙ୍ଗ ନଦୀ, ପଶ୍ଚିମରେ ରାହୁଲ, ଉତ୍ତରରେ ତେଳ ଓ ଦକ୍ଷିଣରେ କାଳୀ ଗଙ୍ଗାଜୋର ନଦୀ ଦ୍ୱାରା ପରିବେଷ୍ଟିତ। ପ୍ରାୟ ୨୫,୦୦୦  ଏକର ଭୂଭାଗରେ ଏହି ଅଞ୍ଚଳ ଅବସ୍ଥିତ ଥିବାରୁ ଏହା ଏକ ବିଶାଳ ସଂସ୍କୃତିକ ଏକକ ଭାବେ ପରିଚିତ। ପ୍ରଭୁ ଶିକେରପାଟଙ୍କ ବାର୍ଷିକ ଯାତ୍ରା ପ୍ରତିବର୍ଷ ଦୁଇଥର— ଆଷାଢ଼ ଓ ପୌଷ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ— ପାଳନ ହୋଇ ଥାଏ । ମହୋତ୍ସବରେ ସ୍ଥାନୀୟ ଓ ଆଞ୍ଚଳିକ କଳାକାରଙ୍କ ପାଇଁ ମଞ୍ଚ ସୃଷ୍ଟି କରାଯିବ । ଏହାସହିତ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ର ସହଯୋଗରେ ଜିଲ୍ଲା ଓ ରାଜ୍ୟ ଅଞ୍ଚଳର ସାଂସ୍କୃତିକ ଦଳ ଅଂଶଗ୍ରହଣ କରିବେ। ସେହିପରି, କେନ୍ଦ୍ର ସଂସ୍କୃତି ବିଭାଗର ସହଯୋଗରେ ରାଜ୍ୟବାହାରର ଦଳ ମଧ୍ୟ ଅଂଶଗ୍ରହଣ କରିବେ।ଲୋକମାନଙ୍କ ସାଂସ୍କୃତିକ ଓ ଆର୍ଥିକ ରୁଚି ପୂରଣ ପାଇଁ ମୀନାବଜାର ଓ ପଲ୍ଲିଶ୍ରୀ ମେଳା ଆୟୋଜନ କରାଯିବ ।  ମାଗଣା ଚିକିତ୍ସା ଶିବିର, ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ଓ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ ବୋଳି ଆଯୋଜକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ।ଏହି ସାମ୍ବାଦିକ ସମ୍ମିଳନୀରେ ଭାଗବତ ନାହାକ, ଧୁବଳେଶ୍ବର ସାହୁ,ଦାଶରଥି ପଧାନ,ଲକ୍ଷ୍ମଣ ସାହୁ,ଚିନ୍ତାମଣି ରଣା,ନାରାୟଣ ଦାସ,ହାଡୁ ବଗର୍ତ୍ତୀ,ଖୁସିରାମ ଭୋଇ,ଦୀଲିପ ଭୋଇ,ରଞ୍ଜନ ମହାକୁର,ରାମଚନ୍ଦ୍ର ରଣା ଉପସ୍ଥିତ ଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ବୈଦିକ ରୀତିରେ ଶିବ–ପାର୍ବତୀଙ୍କ ବିବାହ ସମ୍ପନ୍ନ ଯୋଗଦେଲେ ବିଧାୟକ   20-Jun-2026
  ଜିଲ୍ଲା  
କୋଶଲ କଳା ମଣ୍ଡଳର ମୁଖପତ୍ର ‘ଚତୁରଙ୍ଗ’ର ନବପ୍ରକାଶର ପଞ୍ଚମ ବର୍ଷର ପ୍ରଥମ ସଂଖ୍ୟା ଉନ୍ମୋଚିତ   20-Jun-2026
  ଜିଲ୍ଲା  
ସୁଦପଡା ଶୀତଳଷଷ୍ଠୀରେ ଅସୀମା ପଣ୍ଡା ଷ୍ଟାର ନାଇଟ୍ ସହ ପ୍ରତିଭା ସମ୍ବର୍ଦ୍ଧନା   20-Jun-2026
  ଜିଲ୍ଲା  
ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା   19-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନା ର ହିତାଧିକାରୀ ଙ୍କୁ ସୁବିଧା ପ୍ରଦାନ ଓ କାର୍ଯ୍ୟାଦେଶ ବଣ୍ଟନ   19-Jun-2026
  ଜିଲ୍ଲା  
ତୃତୀୟ ଦିବସରେ ଶୀତଳ ଷଷ୍ଠୀ, ଆଳି ଶିବଙ୍କ ବରଯାତ୍ରୀ   19-Jun-2026
  ଜିଲ୍ଲା  
ବାହାର ଜିଲ୍ଲାରୁ ଆସୁଛି ଧାନ !   19-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ*   19-Jun-2026
  ଜିଲ୍ଲା  
ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା   19-Jun-2026
  ଜିଲ୍ଲା  
ବାହାରିଲେ ଆଉ ଜଣେ କୋଟିପତି ଯନ୍ତ୍ରୀ   19-Jun-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପଞ୍ଚମ ଦିବସରେ ଶିବ ପାର୍ବତୀଙ୍କ ବୈଦିକ ରୀତିରେ ବିବାହ ସମ୍ପୂର୍ଣ ।   19-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଲା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ....*   19-Jun-2026

You Might Also Like